Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ରାଜ୍ୟରେ ଆସନ୍ତା ୭ ଦିନ ଯାଏଁ ପ୍ରବଳ ବର୍ଷା

Weather-calamities

Rain Alert / ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ରାଜ୍ୟରେ ଆସନ୍ତା ୭ ଦିନ ଯାଏଁ ପ୍ରବଳ ବର୍ଷା

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ରାଜ୍ୟରେ ଆସନ୍ତା ୭ ଦିନ ଯାଏଁ  ପ୍ରବଳ ବର୍ଷା
Rain Alert

Key Points

୧୩ ତାରିଖରୁ ବଢ଼ିବ ବର୍ଷାର ପ୍ରକୋପ
କିଛି ଜିଲ୍ଲା ପାଇଁ ପ୍ରବଳ ବର୍ଷା ଚେତାବନୀ
ଭୁବନେଶ୍ଵର: ବର୍ଷାରେ ଭିଜିବ ରଥଯାତ୍ରା । ଏଥର ଭିଜି ଭିଜି ରଥ ଟାଣିବେ ଭକ୍ତ । ରାଜ୍ୟରେ ମୌସୁମୀ ବର୍ଷା ଜାରି ଥିବାବେଳେ ଏପଟେ ସୃଷ୍ଟି ହେଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ୭ ଦିନ ଯାଏ ବର୍ଷା ଲାଗି ରହିବ । ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା ପାଖାପାଖି ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ସମୁଦ୍ର ପତନଠାରୁ ୪.୫ରୁ ୪.୮ କିମି ଉଚ୍ଚତାରେ ଏହା ସକ୍ରିୟ ରହିଛି । ପ୍ରଭାବରେ ଆଗାମୀ ୭ ଦିନ ଯାଏ ବର୍ଷା ଜାରି ରହିବାର ସମ୍ଭାବନା ଥିବାବେଳେ ୧୩ରୁ ପ୍ରବଳ ଵର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

  • ଆସନ୍ତା ସପ୍ତାହ ପ୍ରବଳ ବର୍ଷା ସମ୍ଭାବନା
ଆସନ୍ତା ୭ ଦିନ ଯାଏଁ କିଛି କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ।ଆସନ୍ତା ୨୪ ଘଣ୍ଚାରେ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ବେଳେ କୋରାପୁଟ,ରାୟଗଡା, ନବରଙ୍ଗପୁର, ନୂଆପଡା, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ବିଜୁଳି ଘଡଘଡି ସହ ଵର୍ଷା ଓ ୩୦ରୁ ୪୦ କିମି ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମତ୍ସ୍ୟଜୀବିମାନଙ୍କ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । 

ପଢନ୍ତୁ ଏହି ଖବର: ଜର୍ମାନୀରେ 41 ଡିଗ୍ରୀ ଖରା; ୬ ମାସରେ ଗଲାଣି ୫୦୦୦ରୁ ଅଧିକ ଜୀବନ

  • ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଆଜି ପାଇଁ କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୁରଭଞ୍ଜ ଜିଲ୍ଲାକୁ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ ୩୦ରୁ ୪୦ କିମି ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ଅନ୍ୟପଟେ ଜୁନ ୧ ତାରିଖରୁ ଏଯାବତ ରାଜ୍ୟରେ ୩୪୧ ମିମି ବର୍ଷା ରେକର୍ଡ ହୋଇଛି । ସ୍ୱାଭାବିକ ବର୍ଷାର ୧୨ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି । ମୌସୁମୀ ବର୍ଷରେ ଏଯାବତ ୬ଟି ଜିଲ୍ଲାରେ ଅତ୍ୟଧିକ ଵର୍ଷା ରେକଡ଼ କରାଯାଇଥିବା ବେଳେ ୫ ଜିଲ୍ଲାରେ ଅଧିକା ବର୍ଷା ହୋଇଥିବା ବେଳେ ୧୫ ଜିଲ୍ଲାରେ ସ୍ୱାଭାବିକ ଓ ୪ ଜିଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ସେପଟେ ହୀରାକୁଦ ଜଳଭଣ୍ତାରରୁ ୧୦ଟି ଗେଟ୍ ଯୋଗେ ଜଳ ନିଷ୍କାସନ ଜାରି ରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored