Videos
|
Weather-calamities

Monsoon Exits India / ଓଡ଼ିଶା ସହ ଦେଶରୁ ବିଦାୟ ନେଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଓଡ଼ିଶା ସହ ଦେଶରୁ ବିଦାୟ ନେଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ
Monsoon

Key Points

ଦେଶରୁ ବିଦାୟ ନେଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ
ଏଥିସହ ଆଜି ପ୍ରବେଶ କଲା ଉତ୍ତର-ପୂର୍ବ ମୌସୁମୀ ବାୟୁ
ଦକ୍ଷିଣ ଭାରତ ରାଜ୍ୟଗୁଡ଼ିକରେ ବର୍ଷା ପାଇଁ ସ୍ଥିତି ଅନୁକୂଳ
ଓଡ଼ିଶା ସହିତ ସମଗ୍ର ଦେଶରୁ ବିଦାୟ ନେଇଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ଏହା ସହିତ ଉତ୍ତରପୂର୍ବ ମୌସୁମୀ ବାୟୁର ଆଗମନ ହୋଇଛି । ଏନେଇ ଭାରତୀୟ ପାଣିପାଗ ବିଭାଗ(IMD) ପକ୍ଷରୁ ସୂଚନା ଦିଆଯାଇଛି । ମୌସୁମୀ ବାୟୁର ଏହି ପରିବର୍ତ୍ତନ ଫଳରେ ଦେଶର ବିଭିନ୍ନ ଅଞ୍ଚଳର ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।

ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଦେଶରେ ବର୍ଷା ଋତୁ ଆଣିଥାଏ । ଅନ୍ୟପକ୍ଷରେ, ଉତ୍ତରପୂର୍ବ ମୌସୁମୀ ବାୟୁ ବିଶେଷକରି ଦକ୍ଷିଣ ଭାରତର କେତେକ ଅଞ୍ଚଳରେ ବର୍ଷା କରାଇଥାଏ । ଏହି ସମୟରେ ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ବର୍ଷାର ପ୍ରଭାବ ଦେଖାଯାଇପାରେ ।

ସେପଟେ ଟ୍ରପ୍ ଲାଇନ୍ ପ୍ରଭାବରେ ଓଡ଼ିଶାରେ ପାଗ ପରିବର୍ତ୍ତନ ହୋଇଛି । ରାଜ୍ୟରେ ଆସନ୍ତା ୫ ଦିନ ଯାଏଁ ଅର୍ଥାତ୍ ୧୮ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ବର୍ଷା ଯୋଗୁଁ ଆଜି ପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପଶ୍ଚିମ ଓଡ଼ିଶାରେ ପାଗ ଅନୁକୂଳ ରହିଛି । ପାଣିପାଗ ବିଭାଗରୁ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକୁ କୌଣସି ସତର୍କତା ଜାରି କରାଯାଇନାହିଁ ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ ୩୦ରୁ ୪୦ କିମି ବେଗରେ ଝଡ଼ବର୍ଷା ସମ୍ଭାବନା ରହିଛି । ବିଜୁଳି, ଘଡ଼ଘଡ଼ି ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ହେଉଛି ମୟୂରଭଞ୍ଜ, ବାଲେଶ୍ଵର, କେନ୍ଦୁଝର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଡ଼ପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ସବୁ ଜିଲ୍ଲାରେ ହାଲୁକା ବର୍ଷା

ସେହିପରି ରାଜ୍ୟର କିଛି ଜିଲ୍ଲା ଯେପରିକି ବୌଦ୍ଧ, କଳାହାଣ୍ଡି, କନ୍ଧମାଳର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଅନ୍ୟପଟେ ବର୍ଷା ସତ୍ତ୍ୱେ କିଛି ସ୍ଥାନରେ ଗରମ ଓ ଗୁଳୁଗୁଳୁ ଅନୁଭୂତ ହେଉଥିବା ବେଳେ ଆସନ୍ତା ୬ରୁ ୭ ଦିନ ଭିତରେ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଏହା ବ୍ୟତୀତ ସୁନ୍ଦରଗଡ଼, ଦେବଗଡ଼ରେ ପାଗ ଶୁଖିଲା ରହିବ । ଆଜି ରାଜଧାନୀ ଭୁବନେଶ୍ଵରରେ ସର୍ବାଧିକ ତାପମାତ୍ର ୩୩.୨ ଡିଗ୍ରୀ ସେଲସିୟସ ଓ ସର୍ବନିମ୍ନ ତାପମାତ୍ରା ୨୪.୨ ଡିଗ୍ରୀ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । କିଛି କିଛି ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବ ।