Videos
|
Weather-calamities

Odisha Weather / ରାଜ୍ୟରେ ପୁଣି କାଳବୈଶାଖୀ ବର୍ଷା, ତାତିରୁ ମିଳିବ ଆଶ୍ଵସ୍ତି

Debashree Debasmita Sahoo
Browse all articles by Debashree Debasmita Sahoo
·6 months ago·2 min read
ରାଜ୍ୟରେ ପୁଣି କାଳବୈଶାଖୀ ବର୍ଷା, ତାତିରୁ ମିଳିବ ଆଶ୍ଵସ୍ତି
Odisha Weather

Key Points

ଏବେ ରାଜ୍ୟରେ ଧୀରେ ଧୀରେ ତାତି ବଢୁଛି
ହେଲେ କିଛି ଦିନ ମଧ୍ୟରେ ତାତିରୁ ମିଳିବ ତ୍ରାହି
ରାଜ୍ୟରେ କାଳବୈଶାଖୀ ସମ୍ଭାବନା
ଶୀତ ଯାଉ ଯାଉ ଆରମ୍ଭ ହେଲାଣି ତାତି । ସବୁଠି ଉଷ୍ମତାର ଅନୁଭବ । ରାଜ୍ୟର ୩୧ଟି ସ୍ଥାନରେ ୩୫ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି । ତେବେ କିଛି ଦିନ ମଧ୍ୟରେ ତାତିରୁ ମିଳିବ ତ୍ରାହି । କାରଣ ଆସୁଛି କାଳବୈଶାଖୀ ବର୍ଷା । ଆସନ୍ତା ମାର୍ଚ୍ଚ ୭ରୁ ୯ ତାରିଖ ମଧ୍ୟରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ କହିବାନୁଯାୟୀ, ମାର୍ଚ୍ଚ ୭ ତାରିଖରୁ ୯ ତାରିଖ କାଳବୈଶାଖୀ ଜନିତ ବର୍ଷା ହୋଇପାରେ । ବିଶେଷ କରି ଉପକୂଳ ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଜିଲ୍ଲାମାନଙ୍କରେ ଏହାର ପ୍ରଭାବ ଦେଖାଦେଇପାରେ । ଏବେ କିଛି ଦିନ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ କହିଛି ।

କିନ୍ତୁ ଆଗାମୀ ଦିନରେ ଉଭୟ ଦିନ ରାତ୍ରି ତାପମାତ୍ରା ବଢିବା ସହ ମାର୍ଚ୍ଚ ଓ ଏପ୍ରିଲରେ ଅଧିକ ଗରମ ସହ ଲମ୍ଭା ସମୟ ପାଇଁ ହିଟୱେଭ୍ ରହିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ଏହାକୁ ନେଇ ଖରାଦିନେ ସତର୍କ ରହିବାକୁ ବିଭାଗ ପରାମର୍ଶ ଦେଇଛି ।

ସେପଟେ ରାଜ୍ୟର ଅନେକ ସ୍ଥାନରେ ୩୪ ଡିଗ୍ରୀରୁ ଊର୍ଦ୍ଧ୍ଵ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ୧୧ଟି ସ୍ଥାନରେ ୩୬ ଡିଗ୍ରୀ ଓ ୩୫ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ୩୮.୦ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଥିବାବେଳେ ସର୍ବନିମ୍ନ ୧୨.୭ ଡିଗ୍ରୀ ତାପମାତ୍ରା ରାଉଲକେଲାରେ ରେକର୍ଡ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ୩୭.୫ ଡିଗ୍ରୀ, ଭଦ୍ରକରେ ୩୭.୩ ଡିଗ୍ରୀ, ତାଳଚେରରେ ୩୭ ଡିଗ୍ରୀ, ସମ୍ବଲପୁରରେ ୩୬.୮ ଡିଗ୍ରୀ ଓ ହୀରାକୁଦରେ ୩୬.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଚଳିତବର୍ଷ ଖୁବଶୀଘ୍ର ଦେଶକୁ ଗ୍ରୀଷ୍ମର ଆଗମନ ହେବ । ଏଥିଲାଗି ଆଇଏମଡି ମାର୍ଚ୍ଚ-ମେ ପାଣିପାଗ ପୂର୍ବାନୁମାନ ଜାରି କରିଛି । ବିଭାଗ ଅନୁସାରେ ଏହି ଅବଧିରେ ଅଧିକାଂଶ କ୍ଷେତ୍ରରେ ତାପମାତ୍ରା ସ୍ୱାଭାବିକରୁ ଅଧିକ ରହିବ । କେତେକ ସ୍ଥାନରେ ହିଟ-ୱେଭ ଦିନସଂଖ୍ୟା ମଧ୍ୟ ବଢିପାରେ । ଏଥିରେ ଚାଷୀ ଓ ସାଧାରଣ ଲୋକଙ୍କ ସମସ୍ୟା ଜଟିଳ ହେବ । ତେବେ ଉତ୍ତର-ପଶ୍ଚିମ ଓ ମଧ୍ୟ ଭାରତର କେତେକ କ୍ଷେତ୍ରରେ ତାପମାତ୍ରା ସ୍ଵାଭାବିକରୁ ସାମାନ୍ୟ କମ୍ ମଧ୍ୟ ରହିପାରେ ।

ଅଧିକ ଖବର ପଢନ୍ତୁ...