Videos
|
Weather-calamities

Heavy Rainfall Alert / ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ; ରାଜ୍ୟରେ ୭ ଦିନ ଯାଏଁ ଲାଗିରହିବ ବର୍ଷା

Debashree Debasmita Sahoo
Browse all articles by Debashree Debasmita Sahoo
·41 mins ago·2 min read
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ; ରାଜ୍ୟରେ ୭ ଦିନ ଯାଏଁ ଲାଗିରହିବ ବର୍ଷା
Heavy Rainfall Alert

Key Points

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ
ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷିବ
କେନ୍ଦୁଝର ଓ ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ଵର: ବଙ୍ଗୋପସାଗରରେ ଆସୁଛି ପୁଣି ଏକ ଲଘୁଚାପ । ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତର ଓଡିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ବାୟୁମଣ୍ଡଳର ୩.୧ରୁ ୫.୮ କିମି ମଧ୍ୟରେ ଘୂର୍ଣ୍ଣିବଳୟ ସକ୍ରିୟ ଥିବାବେଳେ ପ୍ରଭାବରେ ଆସନ୍ତା ୨୯ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଯାହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ପାଇଁ କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

  • ଆସନ୍ତାକାଲିଠାରୁ ବଢିବ ବର୍ଷା
୨୯ ତାରିଖରୁ ବର୍ଷା ବଢ଼ିବା ସହ ସାରା ଓଡ଼ିଶାରେ ବର୍ଷା ପାଇଁ ଚେତାବନୀ ରହିଛି । ୭ ଦିନ ଯାଏଁ ଅର୍ଥାତ୍ ସେପ୍ଟେମ୍ବର ୨ ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ । ସେପଟେ ଓଡ଼ିଶା ଉପକୂଳରେ ୪୦ରୁ ୫୦ ସର୍ବାଧିକ ୬୦ କି.ମି ପବନ ବହିବାର ସମ୍ଭାବନାକୁ ନେଇ ସମୁଦ୍ର ଆସନ୍ତା ରହିବ । ତେଣୁ ୩୦ ଓ ୩୧ ତାରିଖ ଦୁଇ ଦିନ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି ।

  • ପ୍ରବଳ ବର୍ଷା ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ରାଜ୍ୟରେ ପ୍ରବଳ ବର୍ଷା ପାଇଁ ୧୪ ଜିଲ୍ଲାକୁ ହଳଦିଆ ଚେତାବନୀ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ଦେଓଗଡ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା । ଏହାସହ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କନ୍ଧମାଳ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ବର୍ଷା ଏବଂ ୩୦ରୁ ୪୦ କିମି ଝଟକା ପବନର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ ।

ପଢନ୍ତୁ ଏହି ଖବର: ୨୫ ବର୍ଷ ଭିତରେ ରାଜ୍ୟରେ ରେକର୍ଡ ଭାଙ୍ଗିଲା ବର୍ଷା, ମାତ୍ର ୩ ମାସରେ ବର୍ଷିଲା ୧୧ ଶହ ମିଲିମିଟର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏପଟେ ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇଥିବା ବେଳେ ୪ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ସେପଟେ ଜୁନ ୧ରୁ ଏଯାବତ ୧୧୦୫ ମିମି ବର୍ଷା ହୋଇଥିବା ବେଳେ ୮୦୭.୫ ମିମି ସ୍ୱାଭାବିକ ବର୍ଷା ରହିଛି । ଯାହା ସ୍ୱାଭାବିକ ବର୍ଷାଠାରୁ ୨୭ ପ୍ରତିଶତ ଅଧିକ ବର୍ଷା ରାଜ୍ୟରେ ହୋଇଛି । ତେବେ ରାଜଧାନୀରେ ଏବେ ଗୁଳୁଗୁଳି ଅନୁଭୂତ ହେଉଥିବାରୁ ବର୍ଷା ହେଲେ ସାମାନ୍ୟ ଆଶ୍ଵସ୍ତି ମିଳିବ ।