Videos
|
Weather-calamities

Odisha Weather Update / ଓଡ଼ିଶାରେ ଆହୁରି ବଢ଼ିବ ଶୀତ, ୨ରୁ ୩ ଡିଗ୍ରୀ ଖସିବ ରାତି ତାପମାତ୍ରା

Santosh Kumar Sahoo
Browse all articles by Santosh Kumar Sahoo
·Updated on: 29 Nov 2026, 09:15:35 IST·1 min read
ଓଡ଼ିଶାରେ ଆହୁରି ବଢ଼ିବ ଶୀତ, ୨ରୁ ୩ ଡିଗ୍ରୀ ଖସିବ ରାତି ତାପମାତ୍ରା
Odisha Weather Update

Key Points

ଆହୁରି କମିବ ତାପମାତ୍ରା
ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା
ଭୁବନେଶ୍ୱରରେ ଖସିଲା ପାରଦ
ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ । ଆଗାମୀ ଦିନରେ ଶୀତର ପ୍ରଭାବ ଆହୁରି ବଢ଼ିବାକୁ ଯାଉଛି । ଆଜିଠାରୁ ରାଜ୍ୟର ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି । ଫଳରେ ରାଜ୍ୟର ଅନେକ ସ୍ଥାନରେ ଶୀତର ପ୍ରଭାବ ଅଧିକ ଅନୁଭୂତ ହେବ ।

ଏଥିସହ ରାଜ୍ୟର କିଛି ଜିଲ୍ଲାରେ କୁହୁଡ଼ି ପଡ଼ିବା ନେଇ ମଧ୍ୟ ଆଶଙ୍କା ରହିଛି । ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କୋରାପୁଟ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ ଓ ସୋନପୁର ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିପାରେ । ବିଶେଷକରି ସକାଳ ସମୟରେ କୁହୁଡ଼ି ଯୋଗୁଁ ଯାତାୟାତ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବ। ବର୍ଷାର ସମ୍ଭାବନା ନଥିବାବେଳେ ତାପମାତ୍ରା ହ୍ରାସ ଯୋଗୁଁ ଶୀତର ଅନୁଭୂତି ବଢ଼ିବ ।

ସେପଟେ ଗତ ୨୪ ଘଣ୍ଟାର ପାଣିପାଗ ରେକର୍ଡ ଅନୁଯାୟୀ, ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଛି । ଏଠାରେ ସର୍ବନିମ୍ନ ତାପମାତ୍ରା ୧୦.୮ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ଅନ୍ୟପଟେ ଘନ କୁହୁଡ଼ି ଯୋଗୁଁ ରାଉରକେଲାରେ ଦୃଶ୍ୟମାନତା ମାତ୍ର ୫୦ ମିଟରକୁ ଖସି ଆସିଥିଲା। ଫଳରେ ରାସ୍ତାରେ ଯାତାୟାତ କରୁଥିବା ଲୋକେ ବିଶେଷ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।

ପଢନ୍ତୁ ଏହି ଖବର: ଶୀତ ସହ ବଢ଼ିଲା ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ...୧୬୪କୁ ବଢ଼ିଲା AQI

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏପଟେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଶୀତର ପ୍ରଭାବ ଅନୁଭୂତ ହୋଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ପାରଦ ୧୫ ଡିଗ୍ରୀ ସେଲସିୟସ୍‌ ଛୁଇଁଛି ।