Videos
|
Weather-calamities

Possible Cyclone After Arnab / ଅର୍ଣ୍ଣବ ପରେ ଆସୁଛି ଆଉ ଏକ ବାତ୍ୟା ! ଜାଣନ୍ତୁ ଏହା କେଉଁଠି କରିପାରେ ଲ୍ୟାଣ୍ଡଫଲ୍‌...

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଅର୍ଣ୍ଣବ ପରେ ଆସୁଛି ଆଉ ଏକ ବାତ୍ୟା ! ଜାଣନ୍ତୁ ଏହା କେଉଁଠି କରିପାରେ ଲ୍ୟାଣ୍ଡଫଲ୍‌...
Possible Cyclone After Arnab

Key Points

ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା !
କେଉଁଠି ହେବ ଲ୍ୟାଣ୍ଡଫଲ୍ ?
ଓଡ଼ିଶା ପାଇଁ କେତେ ବିପଦ ?
ଅର୍ଣ୍ଣବ ପରେ ପୁଣି ଆସୁଛି କି ଆଉ ଏକ ବାତ୍ୟା ? ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ଧୀରେ ଧୀରେ ଘନୀଭୂତ ହେବା ପାଇଁ ପାଗ ଅନୁକୂଳ ରହିଥିବାରୁ ଆଗାମୀ ଦିନରେ ଏହାର ରୂପ ବଦଳିବାର ସମ୍ଭାବନା ରହିଛି । ଅକ୍ଟୋବର ୩୧ ତାରିଖ ସୁଦ୍ଧା ଏହା ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ । ଏହାପରେ ନଭେମ୍ବର ୧ରୁ ୨ ତାରିଖ ମଧ୍ୟରେ ଅବପାତର ରୂପ ନେବା ସହ ନଭେମ୍ବର ୨ରୁ ୩ ତାରିଖ ମଧ୍ୟରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ଥିବା ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ।

କେଉଁ ଦିଗକୁ ଗତି କରିପାରେ ସମ୍ଭାବ୍ୟ ବାତ୍ୟା?

ପ୍ରାଥମିକ ଆକଳନ ଅନୁସାରେ, ଲଘୁଚାପ କ୍ଷେତ୍ରଟି ପଶ୍ଚିମ ଦିଗକୁ ଏବଂ ପରେ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ଗତି କରିପାରେ । ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ କିମ୍ବା ତାମିଲନାଡ଼ୁ ଉପକୂଳ ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି ବୋଲି ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ।

ତେବେ ବାତ୍ୟାର ସଠିକ୍ ଗତିପଥ, ତୀବ୍ରତା ଓ କେଉଁ ଅଞ୍ଚଳରେ ଏହାର ପ୍ରଭାବ ଅଧିକ ରହିବ, ସେନେଇ ବର୍ତ୍ତମାନଠାରୁ ନିଶ୍ଚିତ ଭାବେ କିଛି କହିବା ସମ୍ଭବ ନୁହେଁ । ଆଗାମୀ ଦିନରେ ପାଣିପାଗର ସ୍ଥିତି ଓ ବିଭିନ୍ନ ମଡେଲ୍‌ର ଆକଳନ ଆଧାରରେ ଏହାର ଗତିପଥ ଅଧିକ ସ୍ପଷ୍ଟ ହୋଇପାରେ ବୋଲି ସେ କହିଛନ୍ତି ।

ଓଡ଼ିଶା ଉପରେ ପଡ଼ିବ କି ପ୍ରଭାବ ?

ତେବେ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ଉପରେ ଏହାର ପ୍ରତ୍ୟକ୍ଷ ପ୍ରଭାବ ପଡ଼ିବା ନେଇ କୌଣସି ସ୍ପଷ୍ଟ ସଙ୍କେତ ମିଳିନାହିଁ। ପ୍ରାଥମିକ ଆକଳନରେ ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ କିମ୍ବା ତାମିଲନାଡ଼ୁ ଉପକୂଳ ଆଡ଼କୁ ଯାଇପାରେ ବୋଲି କୁହାଯାଉଛି । କିନ୍ତୁ ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିପାରିନି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: