କମୁଛି ଜଳସ୍ତର, କିନ୍ତୁ ବଢୁଛି ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା

Key Points
କମୁଛି ଜଳସ୍ତର, କିନ୍ତୁ ବଢୁଛି ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା । ଭଙ୍ଗାଘର ତଳୁ ବଞ୍ଚିବାର ରାହା ଖୋଜୁଛନ୍ତି ବିପନ୍ନ। ଯାଜପୁର କାଣୀ ଏବେ ବି ପାଣି ଘେରରେ ଯାଜପୁର, ଭଦ୍ରକ ଓ ବାଲେଶ୍ବରର ଶତାଧିକ ଗାଁ
ସୁବର୍ଣ୍ଣରେଖା ଓ ବୈତରଣୀରେ କମୁଛି ଜଳସ୍ତର, କିନ୍ତୁ ବଢୁଛି ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା । ଭଙ୍ଗାଘର ତଳୁ ବଞ୍ଚିବାର ରାହା ଖୋଜୁଛନ୍ତି ବିପନ୍ନ। ଯାଜପୁର କାଣୀ ଏବେ ବି ପାଣି ଘେରରେ ଯାଜପୁର, ଭଦ୍ରକ ଓ ବାଲେଶ୍ବରର ଶତାଧିକ ଗାଁ । ହଜାର ହଜାର ହେକ୍ଟର ଜମି ଜଳମଗ୍ନ।
ବାଲେଶ୍ବରରେ ସୁବର୍ଣ୍ଣରେଖା, ଭଦ୍ରକରେ ବୈତରଣୀ, ଯାଜପୁରରେ କାଣୀ ନଦୀ ହଜାର ହଜାର ଲୋକଙ୍କ ପାଇଁ ଆଣିଛି ବିପଦ।ଯାଜପୁର କାଣୀ ନଦୀରେ ସୃଷ୍ଟି ହୋଇଛି ଏ ବିଶାଳ ଘାଇ । ଏହି ଘାଇ ଦେଇ ପଶିଥିବା ବନ୍ୟା ପାଣି ଦଶରଥପୁର ବ୍ଲକ ଅହିୟାସ ପଞ୍ଚାୟତ ପୁରୁଣା ସାହିରେ କେମିତି ବିନାଶ ଲୀଳା ଖେଳାଇଛି। ବିଞ୍ଝାରପୁରରେ କାଣୀ ନଦୀରେ ଘାଇ ଫଳରେ ୧୫ଟି ପଞ୍ଚାୟତର ୨୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।
ଆହୁରି ପଢନ୍ତୁ: Flood in Balasore: ପାଣିଘେରରେ ୩ ବ୍ଲକର ୧୨୦ରୁ ଅଧିକ ଗାଁ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ
ଅହିୟାସ, ମଲିକାପୁର, କଷ୍ପା, କାଟିଆ, ମଙ୍ଗଳପୁର, କୟା ଭଳି ଅନେକ ପଞ୍ଚାୟତ ଏବେବି ପାଣି ଘେରରେ ରହିଛି ।ଭଦ୍ରକରେ ବୈତରଣୀର ବନ୍ୟାରେ ଭଣ୍ଡାରିପୋଖରୀ, ଧାମନଗର ସମେତ ତିହିଡ଼ି ଓ ଚାନ୍ଦବାଲି ବ୍ଲକର ବହୁ ପଞ୍ଚାୟତ ପ୍ରଭାବିତ ହୋଇଛି । ଧାମନଗର ବ୍ଲକ୍ କୋଠାର ପଞ୍ଚାୟତର ବାଙ୍କସାହି ଓ ଖୋପସାହି ଏବେବି ବାହ୍ୟ ଜଗତରୁ ବିଛିନ୍ନ ରହିଛି।
ବାଲେଶ୍ବରରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବି ବିପଦ ସଂକେତ ତଳକୁ ଖସିଛି। କିନ୍ତୁ ଏବେ ବି ଜଳେଶ୍ଵର ବ୍ଲକର ୫୦ରୁ ଅଧିକ ଗାଁ ପାଣି ଘେରରେ ରହିଛି। ରାଜ୍ୟରେ ବନ୍ୟା ସ୍ଥିତିରେ ସୁଧାର ଆସୁଛି । ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ସୁବର୍ଣ୍ଣରେଖା ଓ ବୈତରଣୀ ଭିନ୍ନ ଅନ୍ୟ କୌଣସି ନଦୀରେ ବନ୍ୟା ନାହିଁ ।