Heavy Rain / ଗଜପତିରେ 'ଜଳ ପ୍ରଳୟ'; ଗାଁ ଭିତରୁ ଗାଡ଼ି ଭସାଇ ନେଲା ବଢ଼ି ପାଣି, ରାସ୍ତା ବି ଧୋଇ ନେଲା

Key Points
ଉତ୍ତରାଖଣ୍ଡ ଭଳି ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି 'ଜଳ ପ୍ରଳୟ' । ହଠାତ୍ ବଢ଼ି ପାଣି ଆସିବା ଫଳରେ ଗାଁ ଦାଣ୍ଡରେ ଥିବା କାର୍ ସହ ବୋଲେରୋ ଭାସି ଯାଇଛି । ରାସ୍ତା ସହ ପୋଲ ବି ଧୋଇ ନେଇଛି ବନ୍ୟା ପାଣି ।
ପାରଳାଖେମୁଣ୍ଡି/ମୋହନା: ଗଭୀର ଅବପାତ ପାଇଁ ଗଜପତିକୁ ରେଡ୍ ଆଲର୍ଟ ରହିଥିବା ବେଳେ ଜିଲ୍ଲାରେ ବର୍ଷା ତାଣ୍ଡବ ରଚିଛି । ଉତ୍ତରାଖଣ୍ଡ ଭଳି ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି 'ଜଳ ପ୍ରଳୟ' । ହଠାତ୍ ବଢ଼ି ପାଣି ଆସିବା ଫଳରେ ଗାଁ ଦାଣ୍ଡରେ ଥିବା କାର୍ ସହ ବୋଲେରୋ ଭାସି ଯାଇଛି । ରାସ୍ତା ସହ ପୋଲ ବି ଧୋଇ ନେଇଛି ବନ୍ୟା ପାଣି ।
ଗଜପତି ଜିଲ୍ଲା ମୋହନା ବ୍ଲକ କଟାମା ପଞ୍ଚାୟତ ଅନ୍ତର୍ଗତ ପାପାଇଜୁ ଗାଁ ନିକଟ ଘାଟିରେ ଭୂସ୍ଖଳନ ହୋଇଛି । ଭୂସ୍ଖଳନ ପରେ ପାହାଡ଼ରୁ ମାଟି ଅତଡ଼ା ଧସିଛି । ଫଳରେ ୨୦ରୁ ଅଧିକ ଗାଁକୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇ ପଡ଼ିଛି । ରା.ଉଦୟଗିରି ବ୍ଳକ ଛେଲାଗଡ଼ ଓ ଡାବରାଗୁଡ଼ା ପଞ୍ଚାୟତକୁ ସଂଯୋଗ କରୁଥିବା ପୋଲ ଲଗାଣ ବର୍ଷାରେ ଧୋଇ ଯାଇଛି ।
ଏଥିସହ ପଢ଼ନ୍ତୁ: ଭୀଷଣ ବର୍ଷାରେ ବେହାଲ୍ ଦକ୍ଷିଣ ଓଡ଼ିଶା; ପାହାଡ଼ରୁ ପଥର ଧସିଲା, NHରେ ୫ ଫୁଟ୍ର ପାଣି
📱 Get Argus News App
✨ସେପଟେ ନୂଆଗଡ଼ ବ୍ଲକ ସମ୍ବଲପୁର ପଞ୍ଚାୟତ ଗୁରୁଡ଼ା ଗାଁ ନିକଟ ବ୍ରିଜ୍କୁ ଭସାଇ ନେଇଛି ବନ୍ୟା ପାଣି । ରାୟଗଡ଼ ବ୍ଲକ ମାର୍ଲବା ପଞ୍ଚାୟତ ଡୁମ୍ବା ଗାଁର ଭୀମସେନ ଭୂୟାଁଙ୍କ ବାଇକ୍ ନଦୀରେ ଭାସି ଯାଇଛି । ରା.ଉଦୟଗିରି ଏକ ବୋଲେରୋ ଗାଡ଼ି ବଢ଼ି ପାଣି ଭସାଇ ନେଇଛି । ମହେନ୍ଦ୍ର ଗଡ଼ ନଦୀ ବ୍ରିଜ୍ ଉପରେ ୫ ଫୁଟ ଉଚ୍ଚର ପାଣି ଚାଲୁଛି । ଫଳରେ ବ୍ରହ୍ମପୁର-ପାରଳାଖେମୁଣ୍ଡି ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇ ପଡ଼ିଛି ।
ସେପଟେ ଗୁମ୍ମା ବ୍ଲକର ଅଢ଼େଇ ନିକଟରେ ପାହାଡ଼ ଧସିବା ଫଳରେ ଅଢ଼େଇ ଓ କୁଜାସିଂ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଆଶ୍ରୟଗଡ଼-ବୁରୁଡିଙ୍ଗି ରାସ୍ତାର ସେତୁ ଭାସିଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ନୂଆଗଡ଼ ଚର୍ଚ୍ଚ ନିକଟରେ ରାସ୍ତା ଧୋଇଯିବାରୁ ନୂଆଗଡ଼-ସେରଙ୍ଗ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ଏଥିସହ ପଢ଼ନ୍ତୁ: ସନ୍ଧ୍ୟାରେ ଗୋପାଳପୁର ନିକଟରେ ଅତିକ୍ରମ କରିବ ଗଭୀର ଅବପାତ, ଭୀଷଣ ବର୍ଷା ଜାରି
ରା.ଉଦୟଗିରି ବ୍ଲକ ପରିସଲ ପଞ୍ଚାୟତ ନିକଟରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି । ଗଛଟି ଅଟୋ ଉପରେ ପଡ଼ିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ । ଯାତ୍ରୀବାହୀ ଅଟୋଟି ରାମଗିରିରୁ ଛେଳିଗଡ଼ ଆସୁଥିବା ବେଳେ ହଠାତ୍ ଗଛଟି ଅଟୋ ଉପରକୁ ପଡ଼ିଥିଲା । ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ଅଟୋଟିକୁ ବ୍ରେକ୍ ଲଗାଇ ଅଟକାଇଥିଲେ । ଯାହା ଫଳରେ ଗୋଟେ ବହୁତ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ସମସ୍ତ ଯାତ୍ରୀ ।
Related Topics
Explore more stories