ମୁମ୍ବାଇବାସୀଙ୍କ ମଧ୍ୟରେ ଚିଚି ନାମରେ ଲୋକପ୍ରିୟ ବଲିଉଡ୍ ଅଭିନେତା ଗୋବିନ୍ଦା । ସେ ଶିନ୍ଦେଙ୍କ ପାର୍ଟିରେ ସାମିଲ ହେବା ପରେ ତାଙ୍କର ନିର୍ବାଚନ ଲଢିବା ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ଶିନ୍ଦେଙ୍କ ଦଳ ଗୋବିନ୍ଦାଙ୍କୁ ମୁମ୍ବାଇ ନର୍ଥ ଓ୍ବେଷ୍ଟ ଲୋକସଭା ସିଟରୁ ନିର୍ବାଚନ ପାଇଁ ମଇଦାନକୁ ଆଣିପାରେ । ଏହି ସିଟରୁ ଉଦ୍ଧବ ଠାକରେଙ୍କ ତରଫରୁ ଅମୋଲ କିର୍ତ୍ତିକରଙ୍କୁ ପ୍ରାର୍ଥୀ କରାଯାଇଛି ।
ଗୋବିନ୍ଦାଙ୍କ ପାଇଁ ଏହା ପ୍ରଥମ ନିର୍ବାଚନ ନୁହେଁ । ଏହା ପୂର୍ବରୁ ସେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସାଂସଦ ରହିସାରିଛନ୍ତି । ସେବେ ସେ କଂଗ୍ରେସ ପାର୍ଟିରୁ ନିର୍ବାଚନ ଲଢିଥିଲେ । ସେହି ସମୟରେ ଗୋବିନ୍ଦା ମୁମ୍ବାଇ ନର୍ଥରୁ ସାଂସଦ ଚୟନ ହୋଇଥିଲେ । ସେବେ ସେ ବିଜେପିରୁ ରାମ ନାଇକଙ୍କୁ ନିର୍ବାଚନରେ ହରାଇଥିଲେ ।
ଗୋବିନ୍ଦା ନିଜ କ୍ୟାରିୟରରେ ୧୬୫ ରୁ ଅଧିକ ବଲିଉଡ ଫିଲ୍ମରେ କାମ କରିଛନ୍ତି । ସେ ରାଜା ବାବୁ, କୁଲି ନମ୍ବର ଓ୍ବାନ୍, ହିରୋ ନମ୍ବର ଓ୍ବାନ୍, ବଡେ ମିଆଁ ଛୋଟେ ମିଆଁ, ଭାଗମଭାଗ, ପାର୍ଟନର ଭଳି ଅନେକ ଫିଲ୍ମରେ କାମ କରିଛନ୍ତି । ଅଭିନୟ ସହିତ ନିଜ ଦମଦାର ଡ୍ୟାନ୍ସ ପାଇଁ ମଧ୍ୟ ବେଶ୍ ପ୍ରଶଂସା ସାଉଁଟିଥାନ୍ତି ।
ଆହୁରି ପଢନ୍ତୁ ରାଜନୀତି ଖବର...