ରାସନ ଚାଉଳ ହେରଫେର ପ୍ରତିବାଦରେ ପଞ୍ଚାୟତ ଆଗରେ ଧାରଣା
by Argus News
Sun, Dec 03 | 11:23 a.m.

ମୟୂରଭଞ୍ଜ : ରାସନ ଚାଉଳ ହେରଫେର ପ୍ରତିବାଦରେ ପଞ୍ଚାୟତ ଆଗରେ ଧାରଣା। ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଗଡିଘାଟି ପଞ୍ଚାୟତ ର କିଛି ରାସନ୍ କାର୍ଡ ହିତାଧିକାରୀଙ୍କୁ "ଡିଲର"ଚାଉଳ ନଦେଇ କାର୍ଡ ରେ ୩ମାସର ଚାଉଳ ଇସ୍ୟୁ କରି ଲୋକଙ୍କୁ ଠକିଥିବା ଅଭିଯୋଗ ଆସିଛି। ତେବେ ରାଜ୍ୟ ସରକାର ବଣ୍ଟନ ରେ ସ୍ବଚ୍ଛତା ଆଣିବାପାଇଁ ପ୍ରତ୍ୟେକ ପଞ୍ଚାୟତ ର ସ୍ବୟଂ ସହାୟକା ମା ମାନଙ୍କୁ ଦାଇତ୍ୱ ଦେଇଛନ୍ତି ।

ସୂଚନା ମୁତାବକ ଗଡିଘାଟି ପଞ୍ଚାୟତ ରେ ସ୍ୱାଗତିକା  ସୟଂସହାୟିକା ଗୋଷ୍ଠୀ ତରଫରୁ ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ କାର୍ଡ ଧାରୀ ଙ୍କୁ ୨ମାସର ଚାଉଳ ଦେଇ ୩ମାସର ଦିଆଯାଇଛି ବୋଲି ଖାତାରେ ଉଲ୍ଲେଖ କରିଥିଲେ। ଏବଂ ୩୦ରୁ ଉର୍ଦ୍ଧ୍ବ ଲୋକ ଙ୍କୁ ୩ମାସର ଚାଉଳ ଇସ୍ୟୁ କରି ଆଦୌ ଚାଉଳ ନ ଦେଇ,ଚାଉଳ ଆସିଲେ ଦିଆଯିବ ବୋଲି କହିଥିଲେ। ଆଉ କିଛି ଲୋକଙ୍କୁ ଚାଉଳ ବଦଳରେ ୧୦୦୦ ଟଙ୍କା ଦିଆଯାଇଥିବା ଜଣାପଡିଛି । ତେବେ ହିତାଧିକାରୀମାନେ ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ୩ ମାସର ଚାଉଳ ଡିଲର୍ ଆଣି ସାରିଥିବା ଜଣାପଡିଥିଲା। ତେଣୁ ହିତାଧିକାରୀ ମାନେ ବିଭିନ୍ନ ମହଲରେ ଅଭିଯୋଗ କରି ନିରାଶ ହେବାପରେ  ପଞ୍ଚାୟତ ଆଗରେ  ଧାରଣା ରେ ବସିଥିଲେ। 

ଅଧିକ ପଢନ୍ତୁ  ଓଡ଼ିଶା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ