ଏପ୍ରିଲରେ ସବୁଠୁ ଅଧିକ ଥଣ୍ଡା ଦିନ
by Argus News
Fri, Apr 12 | 5:13 p.m.

ଭୁବନେଶ୍ୱର: ଏପ୍ରିଲ ମାସରେ 24 ଡିଗ୍ରୀ ତାପମାତ୍ରା । ଆଜ୍ଞା ହଁ ବିଶ୍ୱାସ ହେଉନଥିଲେ ବି ସତ । ଟିଟଲାଗଡରେ ଗୁରୁବାର 24 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଗତ 2 ରୁ 3 ଦିନ ଧରି ରାଜ୍ୟରେ ତାପମାତ୍ରା ସ୍ୱାଭାବିକ ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ୨୪ ଘଣ୍ଟାରେ ମେଘୁଆ ପାଗ ରହିଥିଲା । ତାତିରୁ ତ୍ରାହି ମିଳିଥିଲା । ୬୦ ବର୍ଷରେ ଗତକାଲି ଦୈନିକ  ତାପମାତ୍ର ସବୁଠୁ କମ୍ ଥିଲା । ଟିଟଲାଗଡରେ ସବୁଠୁ କମ୍ ୨୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ସମ୍ବଲପୁର ୨୫.୬ , ଅନୁଗୁଳ ୨୬.୭  ରେକର୍ଡ ହୋଇଛି । 

୧୯୨୧ ମସିହା ପରଠାରୁ ସବୁଠୁ କମ ତାପମାତ୍ରା ଗତକାଲି ଅନୁଗୁଳ, ଟିଟଲାଗଡ଼ରେ ରେକର୍ଡ ହୋଇଥିଲା । ଯାହାକି ସବୁଠୁ ଅଧିକ ଥଣ୍ଡା ଦିନ ବୋଲି କୁହାଯାଉଛି । ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟରେ ୬ ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । 

ଗତ ୨୪ ଘଣ୍ଟାରେ ନୂଆପଡ଼ାରେ ସବୁଠୁ ଅଧିକ ୧୫.୬ ମିମି ବର୍ଷା ରେକର୍ଡ ହୋଇଛି । ଆଜି ଏବଂ  ଆଗାମୀ ୨୪ ଘଣ୍ଟାରେ ସମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆସନ୍ତାକାଲିଠୁ ବର୍ଷା କମିବ । ଅତି ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୫ ଏବଂ ୧୬ ତାରିଖରୁ ଗ୍ରୀଷ୍ମ ପ୍ରବାହ ଜାରି ହେବ । କଟକ ନୟାଗଡ଼, ଅନୁଗୁଳ, କୋରାପୁଟ, ମୟୁରଭଞ୍ଜ, ମାଲକାନଗିରିରେ ତାପମାତ୍ରା ବଢିବ । ୧୭ ରୁ ୨୦ ତାରିଖ ମଧ୍ୟରେ କିଛି ସ୍ଥାନରେ ୪୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । 

ଆହୁରି ପଢନ୍ତୁ ପାଣିପାଗ ଖବର...
 

BJD
55m ago
ନିର୍ବାଚନବେଳେ ବିଜେଡି ଗୁଣ୍ଡାଙ୍କ ଆତଙ୍କରାଜ
ଅର୍ଗସ ବ୍ୟୁରୋ: ବିଜେଡିକୁ ମହଙ୍ଗା ପଡ଼ିବ ନିର୍ବାଚନୀ ହିଂସା । ନିର୍ବାଚନ ସମୟରେ ସାରା ରାଜ୍ୟରେ ନବୀନ ବାହିନୀର ଆତଙ୍କରାଜ ବିରୋଧରେ ଖଡ଼ଗହସ୍ତ ହୋଇଛନ୍ତି ଜନତା । ବୌଦ୍ଧର
AMIT SHAH
ଚିଟ୍‌ଫଣ୍ଡ ସ୍କାମ୍‌ରେ ସମ୍ପୃକ୍ତ ଦୋଷୀଙ୍କୁ ଶାହଙ୍କ ଚେତାବନୀ
ଅର୍ଗସ ବ୍ୟୁରୋ : ଚିଟ୍‌ଫଣ୍ଡ ସ୍କାମ୍‌ରେ ସମ୍ପୃକ୍ତ ଦୋଷୀଙ୍କୁ ଶାହଙ୍କ ଚେତାବନୀ । ୧୮ ମାସରେ ଚିଟ୍‌ଫଣ୍ଡ ଦୋଷୀ ଜେଲ୍ ଯିବେ । କଷ୍ଟ ଅର୍ଜିତ ଟଙ୍କା ହରାଇଥିବା ଲୋକଙ୍କ
SAND FESTIVAL
ଗ୍ରାମଦେବୀଙ୍କୁ ପୂଜା କରି ଧୁମଧାମରେ ବାଲିଯାତ୍ରା ମନାଇଲେ ଦୁର୍ଗମବାସୀ
ଅର୍ଗସ ବ୍ୟୁରୋ: ଦୁର୍ଗମର ନିଆରା ବାଲିଯାତ୍ରା। ଗ୍ରାମଦେବୀଙ୍କୁ ପୂଜା କରି ଧୁମଧାମରେ ବାଲିଯାତ୍ରା ମନାଇଛନ୍ତି ଦୁର୍ଗମବାସୀ। 22 ବର୍ଷର ଅପେକ୍ଷା ଅନ୍ତ ପରେ ବାଲିଯାତ୍ରା ମନାଇଲ