ଭାରତ ସହ ପୁଣି ଥରେ  ସମ୍ପର୍କ ଯୋଡିବାକୁ ପ୍ରବଳ ଇଛା କଲାଣି ପାକ୍‌ 
by Argus News
Thu, Mar 28 | 9:40 a.m.

ନୂଆଦିଲ୍ଲୀ:  ୫ ବର୍ଷ ପୂର୍ବେ  ଭାରତ ସହ ବାଣିଜ୍ୟକ ସମ୍ପର୍କ  ଭାଙ୍ଗି ଦେଇଥିଲା ପାକିସ୍ତାନ । ଏବେ ପୁଣି ଆଉଥରେ ଏ ସମ୍ପର୍କ ଯୋଡିବାକୁ ପ୍ରବଳ ଇଛା କଲାଣି ପାକ।   ଏନେଇ ଏକ ଇସାରା ଦେଇଛନ୍ତି ପାକର ବେଦେଶ ମନ୍ତ୍ରୀ ମହମ୍ମଦ ଇଶାକ ଡାର।  ୨୦୧୯ରେ ଜାମ୍ମୁ କଶ୍ମୀର ଉପରୁ ୩୭୦ ଧାରା ହଟାଯାଇଥିଲା। ଏହାକୁ ବିରୋଧ କରି  ପାକ୍‌ ଭାରତ ସହ  ନିଜର ବାଣିଜ୍ୟକ ସମ୍ପର୍କ ଭାଙ୍ଗି ଦେଇଥିଲା।  ତେବେ ଏହି ୫ ବର୍ଷ ମଧ୍ୟରେ ଏମିତି କଣ ହେଲା ଯେ ପାକ ପୁଣି  ଭାରତ ସହ ବାଣିଜ୍ୟ କରିବାକୁ ଚାହୁଁଛି।  ପାକିସ୍ତାନର ଆର୍ଥିକ ଅବସ୍ଥା ଶୋଚନୀୟ। ଏଥିରୁ  ବାହାରିବା ପାଇଁ  ସବୁ ପ୍ରକାର ଚେଷ୍ଟା ଚଳାଇଛି ପାକ୍‌। ଏପରି ଏକ ପରିସ୍ଥିତିରେ ପାକ୍‌ ବିଦେଶ ମନ୍ତ୍ରୀ କହିଛନ୍ତି ଯେ ପୁଣି ଥରେ ଭାରତ ସହ ବାଣିଜ୍ୟକ ସମ୍ପର୍କ ଯୋଡିବା ପାଇଁ ପ୍ରୟାସ ଚାଲିଛି।  ଲଣ୍ଡନରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଡାର୍‌ ଅବଗତ କରାଇଥିଲେ ଯେ କଣ ପାଇଁ ଭାରତ ସହ  ପାକିସ୍ତାନର ଦ୍ୱିପାକ୍ଷିକ ଟ୍ରେଡ ବନ୍ଦ ହୋଇଥିଲା ? ଆମେ ଭାରତକୁ କେଉଁ ପ୍ରଡକ୍ଟ ଦେଉଥିଲୁ ଆଉ ଭାରତ ଠାରୁ କେଉଁ ପ୍ରଡକ୍ଟ ଆଣୁଥିଲୁ ? କଣ ଏବେ ବି ଭାରତ ସହ  ଅଳ୍ପ ବହୁତ ବ୍ୟାପାର ହେଉଛି ?  ଯଦି ହଁ  ତେବେ ଏହାର ମାର୍ଗ କଣ ବୋଲି ପ୍ରେସ କନଫରେନ୍ସରେ କହିଥିଲେ ଡାର୍‌।

ପାକିସ୍ତାନ ଭାରତ ଠାରୁ  ସବୁଠାରୁ ଅଧିକା କଟନ  ନେଉଥିଲା।  କିନ୍ତୁ ବର୍ତ୍ତମାନ  ଏଥିପାଇଁ  ବ୍ରାଜିଲ  ଏବଂ ଆମେରିକା ଉପରେ  ନିର୍ଭର କରୁଛି।  କିନ୍ତୁ ଏଥିରେ  ପାକ୍‌ କୁ  ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।  ଏହି ସବୁ କାରଣରୁ  ପୁଣି ଥରେ  ପାକ୍‌ ର ବିଦେଶ ମନ୍ତ୍ରୀ ଭାରତ ସହ ବାଣିଜ୍ୟକ ସମ୍ପର୍କ ଗଢିବାକୁ ଇଛା ପ୍ରକାଶ କରିଛନ୍ତି। ଇଣ୍ଟରନ୍ୟାସନାଲ ମଞ୍ଚରେ ଏ କଥା ସିଧା ସିଧା ନ କହି ବୁଲେଇ ବଙ୍କେଇ କହିଛନ୍ତି ଡାର୍‌।  ତେବେ ଏ ସମ୍ପର୍କରେ ଆଗକୁ କଣ ହେବ ତାହା ତ କହିହେବନି କିନ୍ତୁ ଏହାବ୍ୟତିତ  ପାକ୍‌ ସହ  ବାଣିଜ୍ୟକ ସମ୍ପର୍କ ପାଇଁ ଭାରତର ରାଜି ହେବା ଉପରେ ନିର୍ଭର କରେ। କାରଣ ଆତଙ୍କବାଦୀଙ୍କ ଦେଶ ପାକ୍‌।  ଆତଙ୍କବାଦୀଙ୍କୁ ଜନ୍ମ ଦେଇଥାଏ ପାକିସ୍ତାନ । ପାକ୍‌ ସହ ଯକୌଣସି  ସମ୍ପର୍କ ରଖିବକାକୁ କୌଣସି  ଦେଶ  ବହୁ ବାର୍‌ ଭାବିକ।   ଭାରତ ଏକ ଧାର୍ମିକ ରାଷ୍ଟ୍ର ହୋଇଥିବା ବେଳେ ପାକ୍‌ ଏକ କ୍ରୁରତାର ରାଷ୍ଟ୍ର।   

ଅଧିକ ପଢନ୍ତୁ ଭାରତ ଖବର 
 

ପ୍ରଧାନମନ୍ତ୍ରୀ
59m ago
ଆସନ୍ତା କାଲି ଦୁଇ ଦିନିଆ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଭୁବନେଶ୍ୱରରେ ରୋଡ ସୋରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୬ ଟାରେ ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବେ ମୋଦି ଆସନ୍ତ
ଧର୍ମେନ୍ଦ୍ର
" ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି ସରକାର " - ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ : ନିର୍ବାଚନ ଫଳ ଆସିବା ପରେ ବିଜେଡିକୁ ଭାଙ୍ଗି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରି ସରକାର ଗଠନ ଲାଗି ରଣନୀତି କରିଛି ବିଜେପି। ବରାଦି ସାମ୍ବାଦିକ ସମ୍ମିଳନୀରେ ବିଜେଡ
ଅଦ୍ରିଜା ସିଂହଦେଓ
ମହିଳାଙ୍କୁ ନ୍ୟାୟ କଥା କହୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଅଦ୍ରିଜା ସିଂହଦେଓଙ୍କ ପ୍ରଶ୍ନ
ଭୁବନେଶ୍ୱର: ନିର୍ବାଚନ ସମୟରେ ନ୍ୟାୟ ପାଇଁ ରାଜାଘର ବୋହୂର ନିବେଦନ । ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗରେ ପୂର୍ବରୁ ଡେରାଡୁନ ପୋଲିସ ପାଖରେ ଅଭିଯୋଗ କରିଥିଲେ ଅର୍କେଶ ନାରାୟ