ରାସ୍ତା ନଥିବାରୁ ଉଛୁଳା ନଈରେ ବାଜିରେ ଲାଗିଛି ଜୀବନ
by Argus News
Sat, Sep 14 | 6:37 p.m.

ଅର୍ଗସ ବ୍ୟୁରୋ:  ୫-ଜି ଯୁଗରେ ହାତ ପାହାନ୍ତାରେ ସବୁ ସୁବିଧାରେ ମିଳୁଥିବା ବେଳେ ଆଜି ବି ମୌଳିକ ସୁବଧାରୁ ବଞ୍ଚିତ ଅଛନ୍ତି ଅନେକ ଗାଁ। ପିଇବା ପାଣି ଠାରୁ ଆରମ୍ଭ କରି ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ଭତ୍ତା, ଆବାସ ଓ ବିଦ୍ୟୁତ ଭଳି ଅନେକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଏହି ଗାଁଗୁଡ଼ିକ। ସେହି ଗାଁଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଆଦିବାସୀ ବହୁଳ ଗଜପତି ଜିଲ୍ଲାର ପାଣିଗଣ୍ଡା ପଞ୍ଚାୟତର । ମୌଳିକ ସୁବିଧାରୁ ବଞ୍ଚିତ ପାଣିଗଣ୍ଡା ପଞ୍ଚାୟତର ଅନେକ ଗାଆଁ । ଗାଁକୁ ଯିବା ପାଇଁ ପକ୍କା ରାସ୍ତା ଖଣ୍ଡିଏ ନାହିଁ। ଫଳରେ ଜୀବନକୁ ବାଜି ଲଗାଇ କାଦୁଅ ପଚପଚରାସ୍ତାରେ ଯିବା ଆସିବା କରୁଛନ୍ତି ଅଞ୍ଚଳବାସୀ ।

ମୋହନାର ଦୁର୍ଗମ ଅଞ୍ଚଳ ଶିଙ୍କୁଳିଢିଅ । ଗାଁରେ ବସବାସ କରନ୍ତି 20 ଆଦିବାସୀ ପରିବାର । ଆଜିବି ଏହି ଆଦିବାସୀ ଙ୍କ ଲାଗି ସମସ୍ତ ମୌଳିକ ସୁବିଧା ପାଲଟିଛି ସାତସ୍ବପ୍ନ । ଗାଆଁ କୁ ପହଞ୍ଚିବାକୁ ହେଲେ ଆଇ ମାଁ ଗପଭଳି ସାତ ଦରିଆ ନଈ ପାର ହୋଇ ଆସିବାକୁ ପଡେ । ବର୍ଷ ସାରା ଗ୍ରାମବାସୀ ଏଇ ଉଛୁଳା ନଈ ପାରହୋଇ ଜୀବନକୁ ପାଣି ଛଡାଇ ଦୈନିକ ହାଟ ବଜାର କରନ୍ତି । ଅନ୍ୟପଟେ ଦୀର୍ଘ କିଲୋମିଟର ବୁଲି ଆସିବାକୁ ହେଲେ ଏକ ଅର୍ଦ୍ଧନିର୍ମିତ ପୋଲ ଦେଇକି ଆସିବାକୁ ପଡେ। ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ହୋଇଥିଲା, ମାତ୍ର ନିମ୍ନ ମାନର କାମ ପାଇଁ ରାସ୍ତା ଅବସ୍ଥା ଖରାପ ।  ଶିଙ୍କୁଳିଢିଅରେ ନା ଅଛି ପିଇବା ଲାଗି ନିର୍ମଳ ପାନୀୟ ଜଳ ବ୍ୟବସ୍ଥା ନା ଅଛି ଚାଲିବା ଲାଗି ପକ୍କା ରାସ୍ତା । ଏପରିକି ପିଲାଙ୍କ ଭବିଷ୍ୟତ ଲାଗି ଅଙ୍ଗନବାଡ଼ି ଗୃହ ଖଣ୍ଡେ ମଧ୍ୟ ନାହିଁ ।

ଖାଲି ଏହି ଗୋଟିଏ ଗାଁ ନୁହେଁ ପାଣିଗଣ୍ଡା ପଞ୍ଚାୟତର  ରସୁନିଗଣ୍ଡା ,ବୁଢ଼ାଢିଅ,ମଣ୍ଡେପଦା ଭଳି ଅନେକ ସରକାରୀ ସୁବିଧାରୁ ବଞ୍ଚିତ। ଗାଁ ଗୁଡିକରେ ରାସ୍ତା ଖଣ୍ଡେ ନାହିଁ କି ରହିବାକୁ ଆବାସ ନାହିଁ। ଅନେକ ସମୟରେ ସ୍ଵାସ୍ଥ୍ୟଗତ ସମସ୍ୟା ହେଲେ ରୋଗୀକୁ ମେଡିକାଲ ପହଞ୍ଚାଇବା କଷ୍ଟ ହୋଇଥାଏ ।  ଏହି ଅଞ୍ଚଳକୁ ବାରମ୍ବାର ଫାଇବ୍ ଟି ଅଧ୍ୟକ୍ଷ ଙ୍କ ଗସ୍ତ କରିଥିଲେ ବି କିଛି ଉନ୍ନୟନମୁଳକ କାମ ହୋଇ ନଥିବା ଅଭିଯୋଗ ହୋଇଛି । ତତ୍କାଳୀନ ସରକାର ମିଛ ବାହା ବାହା ନେଉଥିବାବେଳେ ଅନେକ କ୍ଷେତ୍ରରେ ପୋଷ୍ଟର ମାଧ୍ୟମ ରେ ପ୍ରଚାର ପାସାର କରୁଥିଲେ । କିନ୍ତୁ ବର୍ତ୍ତମାନ ସରକାର ଉପରେ ଆଶା ଓ ଭରସା ଅଛି  ଦୂର୍ଗମ ବାସୀଙ୍କ । ସମସ୍ତ ମୌଳିକ ସୁବିଧା ପାଇ ପାରିବେ ମୋହନା ସରକାର ଙ୍କ ଠାରୁ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ବିଧାୟକଙ୍କ
ବିଧାୟକଙ୍କ PSO ଦେଇଥିବା ମାମଲା ନେଲା କ୍ରାଇମବ୍ରାଞ୍ଚ
ଅର୍ଗସ ବ୍ୟୁରୋ: ବିଧାୟକଙ୍କୁ ଆକ୍ରମଣ ଘଟଣାରେ କ୍ରାଇମ୍‌ବ୍ରାଞ୍ଚକୁ ତଦନ୍ତ ଭାର । ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଘାଣ୍ଟିବ କ୍ରାଇମ୍‌ବ୍ରାଞ୍ଚ ।କ୍ରାଇମବ୍ରାଞ୍ଚକୁ ତଦନ୍
ଜାମିନ୍
ଲଲ ଜାମିନ୍ ଆବେଦନ କରିନାହାନ୍ତି ବୋଲି ଦେଇଥିଲେ କି ମିଛ ବୟାନ ?
କିଏ କହୁଛି ସତ। ଭବ ପ୍ରକାଶ ଦାସ ଓରଫ ଲଲ ଦାସଙ୍କ ଓକିଲ ପୂର୍ଣ୍ଣ ଚନ୍ଦ୍ର ଦେଓ । ନା ବିଧାୟକ ହିମାଂଶୁ ସାହୁଙ୍କ ଓକିଲ ରଘୁନାଥ ଦାସ। ଶନିବାର ବିରଜା ହାଟରେ ବ୍ୟବସାୟୀଙ୍କୁ ଧମକ ଦେବା ଓ ମାଡ
ରାଜ୍ୟ ସରକାର
ବିଶ୍ବବିଦ୍ୟାଳୟଗୁଡ଼ିକୁ ପୁଣି ସ୍ବାୟତ୍ତତା ଫେରାଇବାକୁ ନିଷ୍ପତି ନେଲେ ରାଜ୍ୟ ସରକାର
ଅର୍ଗସ ବ୍ୟୁରୋ: କୂଳପତି ଓ ପ୍ରଫେସର ଚୟନ କ୍ଷେତ୍ରରେ ବିଶ୍ବବିଦ୍ୟାଳୟଗୁଡ଼ିକୁ ସ୍ବାୟତତ୍ତା ଫେରାଇବା ପ୍ରସଙ୍ଗରେ ରାଜ୍ୟ କ୍ୟାବିନେଟ ନେଇଛି ବଡ଼ ନିଷ୍ପତ୍ତି। ଓଡ଼ିଶ
‘ସୁଭଦ୍ରା’ ଟଙ୍କା
ଆସିଲା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା
ଅର୍ଗସ ବ୍ୟୁରୋ: ସୁନ୍ଦରଗଡ଼ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକ
ପ୍ରଧାନମନ୍ତ୍ରୀ
୨୦୩୬ ବେଳକୁ ଓଡ଼ିଶାକୁ ଦେଶର ସଶକ୍ତ ଓ ସମୃଦ୍ଧ ରାଜ୍ୟ କରିବାକୁ ଲକ୍ଷ୍ୟ : ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ: ପ୍ରଥମ ଥର ପାଇଁ ଓଡ଼ିଶା ପର୍ବରେ ପ୍ରଧାନମନ୍ତ୍ରୀ । ନୂଆଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କୁ ଭବ୍