ବନ୍ୟା ଜଳ କମିବା ପରେ ବି ଦୂର ହୋଇନି ବାଙ୍କୀ ଅଞ୍ଚଳ ଚାଷୀଙ୍କ ଦୁର୍ଦ୍ଦଶା
by Argus News
Tue, Sep 17 | 8:42 p.m.

ଅର୍ଗସ ବ୍ୟୁରୋ: ଚିନ୍ତାରେ ଚାଷୀ । ମହାନଦୀରେ ବନ୍ୟା ଜଳ କମିବା ପରେ ବି ଦୂର ହୋଇନି ବାଙ୍କୀ ଅଞ୍ଚଳ ଚାଷୀଙ୍କ ଦୁର୍ଦ୍ଦଶା । ଗତ ମାସରେ ମହାନଦୀରେ ଦ୍ବିତୀୟ ବନ୍ୟା ଜଳ ପ୍ରବାହିତ ହେବା ଯୋଗୁ ଶାଖା ନଦୀ ଚନ୍ଦ୍ରପା ଓ କାଳିଗିରି କୂଳ ଲଂଘିବା ଫଳରେ ବାଙ୍କୀ ଅଞ୍ଚଳର ଶହ ଶହ ହେକ୍ଟର ଜମିରେ ପାଣି ମାଡ଼ ଯାଇଥିଲା । ୧୫ଦିନରୁ ଅଧିକ ସମୟ ଧରି କ୍ଷେତରେ ପାଣି ରହିଥିବାରୁ ଧାନ ଫସଲ ସହ ପନିପରିବା ଫସଲ ନଷ୍ଟ ହୋଇଯାଇଛି। ଋଣ କରି ଖରିଫ୍ ଧାନ ଫସଲ କରିଥିବା ଚାଷୀ ରୁଆ ପୋତା ପରେ ବେଉଷଣ କାମ ସାରିଥିଲେ । କିନ୍ତୁ ଲଗାଣ ବର୍ଷା ଚାଷୀଙ୍କ ଆଶା ଭାଙ୍ଗି ଦେଇଥିଲା । 

କେବଳ ବାଙ୍କୀ ବ୍ଲକ୍ ରେ  ୬ ହଜାର ୩ଶହ ୬୪ ହେକ୍ଟର ଜମି ରେ ଖରିଫ ଧାନ ଫସଲ ଚାଷ ହୋଇଥିଲା। ୩ ଶହ ୭୦  ହେକ୍ଟର ଜମିରେ ଅନ୍ୟ ଫସଲ କରିଥିଲେ ଚାଷୀ । ସେହିପରି ଡମପଡ଼ା ବ୍ଲକ୍ ର ୧୭ ଗୋଟି ପଞ୍ଚାୟତ ଓ ବାଙ୍କୀ ଏନ୍, ଏ, ସି, ରେ ୬ହଜାର ଦୁଇ ଶହ ହେକ୍ଟର ଜମିରେ ଧାନ ଫସଲ ହୋଇଥିଲା । ବନ୍ୟା ଜଳରେ ୧୩ ଶହ ୫୦ ହେକ୍ଟର ଧାନ ଫସଲ ଓ ୬୨ ହେକ୍ଟର କ୍ଷେତରେ ପରିବା ଫସଲ ନଷ୍ଟ ହୋଇଥିବା ନେଇ କୃଷି ଓ ରାଜସ୍ବ ବିଭାଗ ପକ୍ଷରୁ ରାଜ୍ୟ ସରକାର ଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ରିପୋର୍ଟ ପ୍ରଦାନ କରାଯାଇଛି । 

ବାଙ୍କୀ ବ୍ଲକ୍ ର କେନ୍ଦୁପଲ୍ଲୀ ଓ ବଲଭଦ୍ରପୁର ଗ୍ରାମ ପଞ୍ଚାୟତର ଗୌଡ ଛେଲିରେ ଜୁଣିଆଁ ନାଳରେ ପାଣି ମାଡ଼ି ଆସିବାରୁ ଘାଇ ହୋଇ ବହୁ ଜମି ରେ ବାଲିଚର ହୋଇଛି । କ୍ଷତିଗ୍ରସ୍ତ ଚାଷୀମାନେ ଏନେଇ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି । ରାଜସ୍ବ ନିରୀକ୍ଷକ ନିଜେ ନଆସି ଅନ୍ୟ ଲୋକଙ୍କୁ ତଦନ୍ତ କରିବାକୁ ପଠାଇଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେପଟେ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ବାଙ୍କୀ ଉପଜିଲ୍ଲାପାଳ ।

ଲଗାଣ ବର୍ଷାରେ ବର୍ଷକର ଫସଲ ନଷ୍ଟ ହୋଇଥିବାରୁ ଚାଷୀଙ୍କ ଚିନ୍ତା ବଢୁଛି । ଏପରି ସମୟରେ ରାଜ୍ୟ ସରକାର ତୁରନ୍ତ କ୍ଷୟକ୍ଷତିର ଆକଳନ କରି ସହାୟତା ଯୋଗାଇ ଦେବାକୁ ଚାଷୀ ନିବେଦନ କରିଛନ୍ତି ।
 

ଆହୁରି ପଢନ୍ତୁ ଓଡିଶା ଖବର...

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ