ନୂଆପଡା: ଶୁଣିଲେନି ପୂର୍ବ ସରକାର, ନୂଆ ସରକାର ରେ ହେଲା ସମାଧାନ l ପଟ୍ଟା ପାଇବାର 27 ବର୍ଷ ପରେ 11 ଭୂମି ହୀନ ପରିବାର କୁ ମିଳିଲା ଜାଗା l ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରିଷିଗାଁ ପଞ୍ଚାୟତ ନରସିଂହପୁର ଗାଁର 11 ଭୂମିହୀନ ପରିବାର କୁ 27 ବର୍ଷ ତଳେ ପଟ୍ଟା ମିଳିଥିଲା ହେଲେ ଜାଗା ଚି଼ହ୍ନଟ ହୋଇନ ଥିଲା l
ଜାଗା ପାଇଁ ଏ ଅଫିସ ସେ ଅଫିସ ଦୌଡ଼ି ଦୌଡ଼ି ବର୍ଷ ପରେ ବର୍ଷ ବିତିଲା ହେଲେ କିଛି ସୁଫଳ ହେଳା ନାହିଁ l ଏ ନେଇ ଅଭିଯୋଗ ପରେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ ରାଜସ୍ବ ବିଭାଗ କୁ ଦୃଷ୍ଟି ଆକର୍ଷଣ ପରେ ଏବେ 11 ଭୂମି ହୀନ ପାରିବାର କୁ ପଟ୍ଟା ମିଳିଛି l ଏ ନେଇ ରାଜ୍ୟ ସରକାର ଏବଂ ଖଡ଼ିଆଳ ବିଧାୟକ କୁ ପ୍ରଶଂସା କରିଛନ୍ତି ଜାଗା ପାଇଥିବା ପରିବାର l
ଅଧିକ ପଢନ୍ତୁ ଓଡ଼ିଶା ଖବର