ଡେବ୍ରିଗଡ ଅଭୟାରଣ୍ୟକୁ ଆସିଲେ ୧୧୫ଟି ଚିତ୍ରା ହରିଣ
by Argus News
Tue, Jul 16 | 8:43 p.m.

ସମ୍ବଲପୁର : ସେଣ୍ଟ୍ରାଲ ଜୁ ଅଥୋରିଟିଙ୍କ ଅନୁମତି ଏବଂ ରାଜ୍ଯ ବନ୍ଯପ୍ରାଣୀଙ୍କ ନିର୍ଦ୍ଧେଶ କ୍ରମେ ଡେବ୍ରିଗଡ ଅଭୟାରଣ୍ୟକୁ ସମ୍ବଲପୁର ଚିଡ଼ିଆଖାନା ରୁ ହରିଣ ସ୍ଥାନାନ୍ତର କାର୍ଯ୍ୟ ଆରମ୍ଭ କରାଯାଇଛି l ଆଜି ପ୍ରଥମ ଦିନରେ ସକାଳ 3 ଟା ସମୟରେ 12 ଟି ଚିତ୍ରା ହରିଣ ଙ୍କୁ ସମ୍ବଲପୁର ଚିଡିଆଖାନାରୁ ଡେବ୍ରିଗଡ ଅଭୟାରଣ୍ୟ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ପର୍ଯ୍ୟାୟ କ୍ରମେ ସମୁଦାୟ ୧୧୫ ଟି ଚିତ୍ରା ହରିଣ ସମ୍ବଲପୁର ଚିଡ଼ିଆଖାନାରୁ ଡେବ୍ରିଗଡ ଅଭୟାରଣ୍ଯ କୁ ସ୍ଥାନାନ୍ତରିତ କରାଯିବ ବୋଲି ଡେବ୍ରିଗଡ ଅଭୟାରଣ୍ଯ ଡିଏଫଓ ଅଂଶୁପ୍ରଜ୍ଞା ଦାଶ ସୂଚନା ଦେଇଛନ୍ତି l ସମ୍ବଲପୁର ଚିଡିଆଖାନା ରେ ହରିଣ ସଂଖ୍ଯା କମାଇବା ସହ ସଂଖ୍ଯା ସମତୂଳ ରଖିବା ପାଇଁ ଏହି ପ୍ରୟାସ କରାଯାଇଛି l

ଅଧିକ ପଢନ୍ତୁ : ସମ୍ବଲପୁର ଆସିବେ ୪ ମହାବଳ ବାଘ: ଏନଟିସିଏର ମିଳିଲା ଅନୁମତି

ତେବେ ଡେବ୍ରୀଗଡ଼ ଅଭୟାରଣ୍ୟ କୁ ସ୍ଥାନାନ୍ତର ହୋଇଥିବା ସମୁଦାୟ ହରିଣ ମାନେ ଆସନ୍ତା ମାସେ ଯାଏଁ ସେଠାରେ କ୍ଯାରେଣ୍ଟାଇନରେ ରହିବେ ବୋଲି ସୂଚନା ରହିଛି l ଏହାସହ ଡେବ୍ରିଗଡ ଅଭୟାରଣ୍ୟ କୁ 3 ଟି ବାଘ ଆସିବା ନେଇ ପୂର୍ବରୁ ଅନୁମତି ମିଳିଥିବା ବେଳେ ସମ୍ବଲପୁର ଚିଡ଼ିଆଖାନା କୁ ଅନ୍ଯ ଚିଡିଆଖାନା ରୁ 4 ଟି ମହାବଳ ବାଘ ସହ 4 ଟି କୁମ୍ଭୀର ମଧ୍ୟ ଆସିବା ଅନୁମତି ମିଳିଥିବା ନେଇ ଅଂଶୁପ୍ରଜ୍ଞା ଦାଶ କହିଛନ୍ତି ।

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା