ବର୍ଷକୁ 12 ଶହ ଯୁବକ ଯୁବତୀଙ୍କୁ ମିଳିପାରିବ ରୋଜଗାର
by Argus News
Fri, Feb 23 | 7:23 p.m.
  • ଦକ୍ଷତା ବିକାଶ କ୍ଷେତ୍ରରେ ଢେଙ୍କାନାଳକୁ ବଡ଼ ଉପହାର
  • ବର୍ଷକୁ 12 ଶହ ଯୁବକ ଯୁବତୀଙ୍କୁ ମିଳିପାରିବ ରୋଜଗାର
  • ଅତ୍ୟାଧୁନିକ ‘ସ୍କିଲ୍ ଇଣ୍ଡିଆ ସେଣ୍ଟର’ର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ
  • ଅବିଭକ୍ତ ଢେଙ୍କାନାଳ ଜିଲ୍ଲାକୁ ମିଳିଲା 23ଟି ନୂଆ ଡାକଘର
  • ଗଡଜାତ ଗାନ୍ଧିଙ୍କ ସ୍ମୃତିରେ ଡାକ ଟିକେଟ୍ ଉନ୍ମଚନ କଲେ ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ: ଢେଙ୍କାନାଳ ବସଷ୍ଟାଣ୍ଡରେ 5 ମହଲା ବିଲ୍ଡିଂରେ ସ୍କିଲ୍ ଇଣ୍ଡିଆ ସେଣ୍ଟର ଉଦଘାଟିତ । ଏଠାରେ ବାର୍ଷିକ 12 ଶହରୁ ଉର୍ଦ୍ଧ୍ୱ ଯୁବକ ଯୁବତୀଙ୍କୁ ମିଳିବ ପ୍ରଶିକ୍ଷଣ । ମାତ୍ର 3 ମାସରେ ଦକ୍ଷ ହେବାସହ ରୋଜଗାରକ୍ଷମ ହେବେ ଯୁବକ ଯୁବତୀ । ଯେଉଁଥିରେ ହୋଟେଲ ଇଣ୍ଡଷ୍ଟ୍ରିଠୁ ଆରମ୍ଭ କରି ଆଇଟି ସେକ୍ଟର ଓ ଗ୍ରାଫିକ୍ସ ଡିଜାଇନ୍ ଭଳି କୋର୍ସରେ ପିଲାଙ୍କୁ ତାଲିମ୍ ମିଳିବ । ସ୍କିଲ୍ ସେଣ୍ଟରରେ 5ଟି ଆଧୁନିକ ଲ୍ୟାବ, ପ୍ରଶିକ୍ଷଣ ନିମନ୍ତେ 3ଟି ଟ୍ରେନିଂ ହଲ ରହିଛି । ସ୍କିଲ୍ ଇଣ୍ଡିଆ ଓ NSDC ଏକାଡେମୀ ସହଯୋଗରେ ଦକ୍ଷତା ବିକାଶ ତାଲିମ୍ କେନ୍ଦ୍ରରେ ସ୍ୱଳ୍ପ ମୂଲ୍ୟରେ 8ଟି ବିଷୟରେ ପିଲାଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏଠାରୁ ତାଲିମ୍ ପ୍ରାପ୍ତ ଯୁବକଯୁବତୀ 25 ହଜାର ଟଙ୍କା ଯାଏ ଦରମାରେ ଚାକିରି ପାଇପାରିବେ । ସ୍କିଲ୍ ଇଣ୍ଡିଆ ମିଶନ ଅଧୀନରେ ନ୍ୟୁ ଏଜ୍ ସ୍କିଲ୍ସ, ଗ୍ରାଫିକ୍ସ ଡିଜାଇନ, ପ୍ରଯୁକ୍ତିବିଦ୍ୟା ଓ ପ୍ରଯୁକ୍ତିସେବା ଫୁଡ୍ ଆଣ୍ଡ ବେଭରେଜ୍ ସର୍ଭିସେସ୍ ଭଳି ବିବିଧ କ୍ଷେତ୍ରରେ ଇଚ୍ଛୁକ ଯୁବକ ଯୁବତୀଙ୍କୁ କେନ୍ଦ୍ରରେ ତାଲିମ ଦିଆଯିବ । ଯୁବପିଢିକୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍- ସ୍କିଲିଂ ସହ ଯୋଡି ହୋଇ ନିଜକୁ ଦକ୍ଷ ବନାଇଲେ ହିଁ 2047 ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିପାରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସ୍କିଲ୍ ଇଣ୍ଡିଆ ସେଣ୍ଟର ଉଦଘାଟନ ପରେ କେନ୍ଦ୍ରମନ୍ତ୍ରୀ ଢେଙ୍କାନାଳରେ ପ୍ରଜା ଆନ୍ଦୋଳନର ପୁରୋଧା ତଥା ମହାନ ବିପ୍ଳବୀ ଗଡ଼ଜାତ ଗାନ୍ଧି ପୂଜ୍ୟ ସାରଙ୍ଗଧର ଦାସଙ୍କ ସ୍ମୃତିରେ ଡାକ ଟିକେଟ ଉନ୍ମୋଚନ କରିଥିଲେ । ଏହାସହ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ 23ଟି ଡାକଘର ଲୋକାର୍ପିତ କରିଥିଲେ କେନ୍ଦ୍ରମନ୍ତ୍ରୀ । ନୂତନ ଡାକଘର ନାଗରିକଙ୍କୁ ତ୍ୱରିତ ଡାକସେବା ହାତ ପାଆନ୍ତାରେ ପହଞ୍ଚାଇ ସ୍ଥାନୀୟ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ମଜଭୁତ୍ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଢେଙ୍କାନାଳ ଜିଲ୍ଲା RTO ଅଫିସ୍ ନିକଟରେ ଥିବା ଜିଲ୍ଲା ଆଡିଟୋରିୟମରେ ଉଦଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସହ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ସହ ବହୁ ବରିଷ୍ଠ ବିଜେପି ନେତା ଯୋଗ ଦେଇଥିଲେ ।

ଢେଙ୍କାନାଳ ଜିଲ୍ଲାକୁ ବଡ଼ ଉପହାର ଦେବାପରେ ଅପରାହ୍ନରେ ଯୋରନ୍ଦା ମେଳାରେ ସାମିଲ ହୋଇ ମହିମା ସାଧୁଙ୍କୁ ଭେଟିଥିଲେ କେନ୍ଦ୍ରମନ୍ତ୍ରୀ । ଏହାପୂର୍ବରୁ କେନ୍ଦ୍ରମନ୍ତ୍ରୀ ଗନ୍ଦିଆ ବ୍ଲକ କାଇମାଟି ଗାଁରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହ ମୋଦି ସରକାରଙ୍କ ବିଭିନ୍ନ ମହିଳା କଲ୍ୟାଣକାରୀ ଯୋଜନା ବିଷୟରେ ଆଲୋଚନା କରିଥିଲେ । ଯୋଜନା କାର୍ଯ୍ୟକାରିତା ସହ ମୋଦି ଗ୍ୟାରେଣ୍ଟି ବିଷୟରେ ମହିଳାଙ୍କୁ ବୁଝାଇଥିଲେ କେନ୍ଦ୍ରମନ୍ତ୍ରୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ