ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନରେ ୧୪ ଜଣଙ୍କ ମୃତ୍ୟୁ
by Argus News
Fri, Jun 28 | 7:42 a.m.

ଅର୍ଗସ ବ୍ୟୁରୋ:  ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନରେ ୧୪ ଜଣଙ୍କ ମୃତ୍ୟୁ । ପ୍ରବଳ ବର୍ଷା, ବଜ୍ରପାତ ସହ ଭୂସ୍ଖଳନରେ ଶହ ଶହ ଲୋକ ବାସହରା ହେବା ସହ 30ରୁ ଅଧିକ ଲୋକ ନିଖୋଜ ହୋଇଛନ୍ତି । ନେପାଳର ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ପରିଚାଳନା ପ୍ରାଧିକରଣ  ଅନୁଯାୟୀ ଦେଶର ବିଭିନ୍ନ ଅଞ୍ଚଳରେ ରେକର୍ଡ ପରିମାଣ ବର୍ଷା ହୋଇଛି । ଭୂସ୍ଖଳନରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବଜ୍ରପାତରେ ୫ ଓ ବନ୍ୟାରେ ଜଣଙ୍କର ମୃତ୍ୟୁ ହୋଇଛି ।

NDRRMA ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୪୪ ଟି ଘଟଣା ପଞ୍ଜିକୃତ ହୋଇଛି । ନେପାଳ ଗୃହ ମନ୍ତ୍ରଣାଳୟ ରପୋର୍ଟ ଅନୁଯାୟୀ, ମୌସୁମୀ ସକ୍ରିୟ ହେବାର ୧୭ ଦିନ ମଧ୍ୟରେ ୨୮ଜଣଙ୍କର ମୃତ୍ୟୁ ଘଟିଛି । ପ୍ରବଳ ବର୍ଷାରେ ୩୩ଟି ଜିଲ୍ଲା ପ୍ରଭାବିତ ହୋଇଛି ।

ଅଧିକ ପଢ଼ନ୍ତୁ ବିଦେଶ ଖବର: 

ସୂର୍ଯ୍ୟକୁମାର ୟାଦବ
କ୍ୟାଚ୍ ର ରାଜ୍ କହିଲେ ସୂର୍ଯ୍ୟକୁମାର...
ଅର୍ଗସ ବ୍ୟୁରୋ: ସୂର୍ଯ୍ୟକୁମାର ୟାଦବ । କାଲିଠୁ ପ୍ରତିଟି ଭାରତୀୟଙ୍କ ମୁହଁରେ ତାଙ୍କ ନାଁ । ସବୁଠି ତାଙ୍କର ଭୁରି ଭୁରି ପ୍ରଶଂସା । ତାଙ୍କର ସେହି କ୍ୟାଚ୍ କୁ ନେଇ ଚର୍ଚ୍ଚା ବି ଜୋର୍
ମନୋଜ ଆହୁଜା
ଦାୟିତ୍ୱ ଗ୍ରହଣ କଲେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା
ଭୁବନେଶ୍ୱର: ଦାୟିତ୍ୱ ଗ୍ରହଣ କଲେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ମନୋଜ ଆହୁଜା । ଲୋକସେବା ଭବନରେ ଦାୟିତ୍ୱ ନେଲେ ମନୋଜ ଆହୁଜା
ସ୍ୱାଦ ଓଡ଼ିଶା
ସ୍ୱାଦ ଓଡ଼ିଶା ସିଜନ-୨ ; ଆଜି ରାତି 9 ଟା 30,କେବଳ ଅର୍ଗସ ନ୍ୟୁଜରେ
ଭୁବନେଶ୍ୱର: ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର ଆସିବାରୁ swad odisha Season 2 ର ପ୍ରସାରଣ ସମୟରେ ପରିବର୍ତ୍ତନ ହୋଇଛି । ଆଜି(ରବିବାର) ଅପରାହ୍ନ 1 ଟା 30 ପରିବର୍ତ୍ତେ ରାତି 9 ଟା 30