ଦାୟିତ୍ୱ ଗ୍ରହଣ କଲେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା
by Argus News
Sun, Jun 30 | 4:36 p.m.

ଭୁବନେଶ୍ୱର: ଦାୟିତ୍ୱ ଗ୍ରହଣ କଲେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ମନୋଜ ଆହୁଜା । ଲୋକସେବା ଭବନରେ ଦାୟିତ୍ୱ ନେଲେ ମନୋଜ ଆହୁଜା । ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଠାରୁ ଦାୟିତ୍ୱ ନେଲେ । ୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡର IAS ଅଫିସର୍ ମନୋଜ ଆହୁଜା । 

ଆଜି ଅବସର ନେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଏହା ପୂର୍ବରୁ ଭାବବିହ୍ବଳ ଟୁଇଟ କରି ଆଗାମୀ ଦିନ ପାଇଁ ସେ ଲୋକଙ୍କ ଆଶୀର୍ବାଦ କାମନା କରୁଛି ବୋଲି ଏକ୍ସରେ ପୋଷ୍ଟ କରିଛନ୍ତି ପ୍ରଦୀପ ଜେନା । ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ମୁଁ ଜୀବନର ଏକ ନୂଆ ପର୍ଯ୍ୟାୟକୁ ପ୍ରବେଶ କରୁଥିବାରୁ ଜଣେ ସାଧାରଣ ଲୋକ ଭାବେ ଯେପରି ରାଜ୍ୟର ହିତ ପାଇଁ ସହଯୋଗ କରିପାରିବି ସେଥିପାଇଁ ଆପଣଙ୍କ ଆଶିର୍ବାଦ କାମନା କରୁଛି । ପ୍ରଦୀପ କହିଛନ୍ତି, ମୁଁ ସର୍ବଦା ସୀମା ଭିତରେ ରହି ପ୍ରତ୍ୟେକଙ୍କୁ ପ୍ରତିଉତ୍ତର ଦେଇଛି ।

ଅନେକକଙ୍କ ପରି ମୋର କେହି ସହଯୋଗୀ କି ସଂସ୍ଥା ପ୍ରତିଉତ୍ତର ଦିଅନ୍ତି ନାହିଁ । ମୁଁ ନିଜେ ହିଁ ସବୁର ଉତ୍ତର ଦିଏ । ସରକାରଙ୍କ ସୀମା ଅତିକ୍ରମ କରିପାରିବି ନାହିଁ । ଏଥିପାଇଁ କେ୍ତେକ ପ୍ରସଙ୍ଗରେ ପ୍ରତିଉତ୍ତର ଦେଇପାରିନାହିଁ । ଏଥିପାଇଁ ମୋତେ କ୍ଷମା କରିବେ ବୋଲି କହିଛନ୍ତି । ସେପଟେ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବାକୁ ଥିବା ମନୋଜ ଆହୁଜା ଆଜି ଓଡିଶା ଆସିବାର ସମ୍ଭାବନା ଅଛି । 


ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେବେ ମନୋଜ ଆହୁଜା

ବାଚସ୍ପତି
5m ago
ସଂସଦରେ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଲେ ବାଚସ୍ପତି
ଅର୍ଗସ ବ୍ୟୁରୋ : ବିଶ୍ବକପ୍ ଜିତିଥିବା ଟିମ୍ ଇଣ୍ଡିଆକୁ ଛୁଟୁଛି ଅଭିନନ୍ଦନର ସୁଅ । ଆଜି ଲୋକସଭାରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଯାଇଛି । ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମାତ୍
ELEPHANT
18m ago
କୁମାରଖୁଣ୍ଟିରେ ଅଛି ହାତୀଙ୍କ ପାଠଶାଳା, ହାତୀ ପଢ଼ୁଛି ପାଠ
ଅର୍ଗସ ବ୍ୟୁରୋ: ହାତୀ ପଢୁଛି ପାଠ । ଚନ୍ଦକାର କୁମାରଖୁଣ୍ଟିରେ ଅଛି ହାତୀଙ୍କ ପାଠଶାଳା । କୁମକି ହାତୀ ପାଇଁ ଏଠାରେ ହାତୀଙ୍କୁ ଟ୍ରେନିଂ ଦିଆଯାଉଛି । 5 ହାତୀଙ୍କୁ ମାହୁନ୍ତ ଟ୍ରେନି
5T SCHOOL
37m ago
5T ସ୍କୁଲ ଛାତରୁ ଖସିଲା ସିଲିଂ, ଅଳ୍ପକେ ବର୍ତ୍ତିଲେ ଛାତ୍ରୀ
ଅର୍ଗସ ବ୍ୟୁରୋ: 5ଟି ସ୍କୁଲ ଛାତରୁ ଖସିଲା ସିଲିଂ। ଅଳ୍ପକେ ବର୍ତ୍ତିଲେ ଛାତ୍ରୀ। ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ମଲ୍ଲିଆଶୁଣି ସରକାରୀ ହାଇସ୍କୁଲରୁ