ଛାଡାବାନ୍ତି ଆତଙ୍କ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ତଦନ୍ତ ଆରମ୍ଭ
by Argus News
Thu, Nov 30 | 7:39 p.m.

ଅର୍ଗସ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ୧୪ ନଂ ୱାର୍ଡର ପୁରୁଣାରେକୁଳା ଗାଁ ଶବରସାହିରେ ଝାଡାବାନ୍ତିରେ ୧୫ ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତ ମାନଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ପାନୀୟ ଜଳ କିମ୍ବା ଖାଦ୍ୟରୁ ଏପରି ଝାଡ଼ାବାନ୍ତି ବ୍ୟାପିଥିବା ତାହା ସ୍ପଷ୍ଟ ହୋଇନାହିଁ । ଘଟଣା ସ୍ଥଳରେ ଢେଙ୍କାନାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।ତେବେ ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି ।

ପୁରୁଣାରେକୁଳା ଗାଁ ଶବରସାହିରେ ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଜ୍ୟୋତିଷ ମହାପାତ୍ର ,ମାଇକ୍ରୋ ବାଇଲୋଜିଷ୍ଟ ଡାକ୍ତର ନିଲିମା ଦାସ ପହଞ୍ଚି ପାଣିର ସାମ୍ପୁଲ ସଂଗ୍ରହ କରିବା ସହ ଝାଡ଼ାବାନ୍ତିର କାରଣ ଓ ନିରାକରଣ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଏ ନେଇ ସାହିର ସମସ୍ତ ପରିବାରକୁ ଯାଇ ସ୍ୱାସ୍ଥ୍ୟ ବିଭାଗ ଯାଞ୍ଚ ଆରମ୍ଭ କରିଦେଇଛି । ତେବେ ପ୍ରତିବର୍ଷ ଗାଁରେ ଝାଡ଼ାବାନ୍ତି ବ୍ୟାପୁଥିବା ନେଇ ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏ ନେଇ ସଚେତନତା ଓ ସତର୍କତା ଅବଲମ୍ବନ କରିବାକୁ ଏଡିଏମଓ ନିବେଦନ କରିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଉଚ୍ଚ ଜୁଆର
27m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
30m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ