ଖାଲି ପଡ଼ିଥିବା ସ୍କୁଲରେ ଶିକ୍ଷକ ପଦବୀ ହେବ ପୂରଣ
by Argus News
Wed, Jun 26 | 11:59 a.m.

ଭୁବନେଶ୍ୱର: ନିଯୁକ୍ତି ପାଇବେ ୧୫ ହଜାର ନୂଆ ଶିକ୍ଷକ । ଖାଲି ପଡ଼ିଥିବା ସ୍କୁଲରେ ଶିକ୍ଷକ ପଦବୀ ହେବ ପୂରଣ । ବିଭାଗ ପକ୍ଷରୁ ତିଆରି ହୋଇଛି ରୋଡ଼ ମ୍ୟାପ। ଅର୍ଗସକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । 

ଏହା ସହ ସ୍କୁଲ ନ ଆସୁଥିବା ପିଲାଙ୍କୁ ସ୍କୁଲ ଆସିବ ପାଇଁ ଅଭିଭାବକମାନଙ୍କ ସହ ଆଲୋଚନା ହେବ। ସ୍କୁଲରେ ଡ୍ରପ ଆଉଟ ସଂଖ୍ୟା କମେଇବା ପାଇଁ ବିଭାଗ ତତ୍ପର ଅଛି। ଗ୍ରାମାଅଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କୁ ସ୍କୁଲ ପ୍ରତି ଆଗ୍ରହ ବଢ଼େଇବା ପାଇଁ ଚେଷ୍ଟା କରାଯିବ। ପ୍ରାଥମିକ ଶିକ୍ଷକ ମାନଙ୍କର ବହୁ ଦିନର ସମସ୍ୟାର ସମାଧାନ ପାଇଁ ବ୍ୟବସ୍ଥା କରାଯିବ । 

ଶିକ୍ଷକ ଏବେ ରାଜରାସ୍ତାରେ ନୁହେଁ ବରଂ ସ୍କୁଲରେ ପାଠ ପଢେଇବାର ସର୍ବାଧିକ ନଜିର ରହିବ। ସେହପରି 5T ସ୍କୁଲରେ କଣ ହୋଇଛି ନାହିଁ ତାର ଆଲୋଚନା ହେବ। କାର୍ଯ୍ୟରେ ଦୁର୍ନୀତି ହୋଇଥିଲେ ଆକ୍ସନ ନେବ ବିଭାଗ । ଏହା ସହ ବଦଳି ପାରେ ଡ୍ରେସ କୋର୍ଡ । ଅନୁସୂଚିତ ଜାତି ଓ ଜନଜାତି ଛାତ୍ର ଛାତ୍ରୀଙ୍କ ପାଠ ପଢ଼ା, ହଷ୍ଟେଲ ଓ ଅନ୍ୟନ୍ୟ ସୁବିଧା ଉପରେ ବିଭାଗ ଯାଞ୍ଚ କରୁଛି ।

ଆହୁରି ପଢନ୍ତୁ ଓଡିଶା ଖବର...

ଚାଲେଞ୍ଜ
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ