ହାତୀ ଆତଙ୍କ, ୨ ମୃତ
by Argus News
Fri, Dec 08 | 11:19 a.m.

ଅର୍ଗସ ବ୍ୟୁରୋ: ଅନୁଗୁଳରେ ପୁଣି ହାତୀ ଆତଙ୍କ । ୨ ଜଣଙ୍କୁ ଦଳି ମାରିଲା ହାତୀ । ଅନୁଗୁଳ ବନଖଣ୍ଡ ଛେଳିଆପଡା ବୁଢାପଦ ସାହିରେ ଅଇଁଠୁ ସାହୁଙ୍କ ହାତୀ ଆକ୍ରମଣରେ ଜୀବନ ଯାଇଥିବା ବେଳେ ଶାବଳଭଙ୍ଗା ଗାଁର ଗୁରୁ ନାୟକଙ୍କ ମଧ୍ୟ କଚାଡ଼ି ମାରିଛି ହାତୀ । ଗତକାଲି ରାତିରେ ଉଭୟ ହାତୀ ହାବୁଡ଼ରେ ପଡ଼ିବା ସହ ପ୍ରାଣ ହରାଇଛନ୍ତି । ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ କ୍ଷତିପୂରଣ ସହ ମୃତକଙ୍କ ପରିବାରରୁ ଜଣଙ୍କୁ ଚାକିରି ଦେବାକୁ ଦାବି କରି ରାସ୍ତାରୋକ କରିଛନ୍ତି ଲୋକେ । ବନ ବିଭାଗର ପ୍ରତିଶ୍ରୁତି ପରେ ସରଧାପୁରରେ ବନ୍ତଳା-ଅନୁଗୁଳ ମୁଖ୍ୟ ରାସ୍ତାରୁ ହଟିଛନ୍ତି ଲୋକେ ।

ତେବେ ଛେଳିଆପଡା ଗାଁରେ ସମାନ ଦାବି ନେଇ ଏବେ ବି ଆନ୍ଦୋଳନ ଜାରି ରହିଛି । ବନ ବିଭାଗ ଓ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ଅନୁଗୁଳ ଜିଲ୍ଲାରେ ବାରମ୍ବାର ଲୋକେ ହାତୀ ଆକ୍ରମଣର ଶିକାର ହେଉଥିବା ବେଳେ ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି ବନ ବିଭାଗ । ହାତୀ ଆକ୍ରମଣରେ ପ୍ରତିବର୍ଷ ଜିଲ୍ଲାରେ ଶତାଧିକ ଲୋକଙ୍କର ଜୀବନ ଯାଉଛି। କିଛି ଦିନ ମଧ୍ୟରେ କେବଳ ଅନୁଗୁଳ ବ୍ଲକରେ ୩୦ରୁ ଅଧିକ ଜୀବନ ଗଲାଣି । ହାତୀ ପଲ ଚାଷ ଉଜାଡ଼ି ଦେବା ସହ ଜୀବନ ସହ ଜୀବିକା ବି ବିପନ୍ନ ହେଉଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ