2024-25 ଆର୍ଥିକ ବର୍ଷ ଲାଗି 2 ଲକ୍ଷ 55 ହଜାର କୋଟିର ବଜେଟ    
by Argus News
Thu, Feb 08 | 7:42 p.m.

ଭୁବନେଶ୍ୱର:  2024-25 ଆର୍ଥିକ ବର୍ଷ ଲାଗି ମୋଟ 2 ଲକ୍ଷ 55 ହଜାର କୋଟିର ବଜେଟ ଆଣିଛନ୍ତି ରାଜ୍ୟ ସରକାର । ସେଥିରୁ 1 ଲକ୍ଷ 18 ହଜାର କୋଟି ଟଙ୍କାର କାମଚଳା ବଜେଟ ରହିଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ମିଳିଛି ସବୁଠୁ ଅଧିକ ଅର୍ଥ- 24 ହଜାର 7 ଶହ 64 କୋଟି ଟଙ୍କା । ପଂଚାୟତରାଜ ବିଭାଗ ପାଇଁ 22 ହଜାର 543 କୋଟି, ସ୍ବାସ୍ଥ୍ୟ ବିଭାଗ 19 ହଜାର 729 କୋଟି, ଜଳସମ୍ପଦ 13 ହଜାର 267 କୋଟି, ଯୋଜନା ଓ ସଂଯୋଜନା 12 ହଜାର 43 କୋଟି ଟଙ୍କାର ବ୍ୟୟବରାଦ ।

ସେହିପରି ନିର୍ମାଣ ବିଭାଗ 10 ହଜାର 950 କୋଟି,  ଗ୍ରାମ୍ୟ ଉନ୍ନୟନ 9 ହଜାର 330 କୋଟି, ଗୃହ ବିଭାଗ ପାଇଁ 8 ହଜାର 641 କୋଟି ଟଙ୍କାର ବ୍ୟୟବରାଦ। ପ୍ରଧାନମନ୍ତ୍ରୀ ଆବାସ ପାଇଁ 4 ହଜାର କୋଟି, ବିଜୁ ପକ୍କାଘର 100 କୋଟି, ପ୍ରଧାନମନ୍ତ୍ରୀ ଆବାସ ସହର ପାଇଁ 692 କୋଟି, ବସୁଧା ଯୋଜନା 2000 କୋଟି, ଜଳ ଜୀବନ ମିଶନ 6000 କୋଟି ଟଙ୍କାର ବ୍ୟୟବରାଦ । ମେଟ୍ରୋ 1000 କୋଟି, ରେଳ ପ୍ରକଳ୍ପ ପାଇଁ 700 କୋଟି, ରାସ୍ତା ଉନ୍ନତି ପାଇଁ 6 ହଜାର 194 କୋଟି, ନୂଆ ଓ - 200 କୋଟି, ବିଜୁ ସେତୁ ପାଇଁ 200 କୋଟି ଟଙ୍କାର ବ୍ୟୟବରାଦ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ 1424 କୋଟି, କ୍ରୀଡା ଭିତିଭୂମି 852 କୋଟି, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ପାଇଁ 72 କୋଟି, ପ୍ରାଚୀନ କୀର୍ତିରାଜି ରକ୍ଷଣାବେକ୍ଷଣ 15 କୋଟି, ଏନଆରଏଲଏମ 1162 କୋଟି, ମିଶନ ଶକ୍ତି 2761 କୋଟି ଓ ମମତା ପାଇଁ 521 କୋଟି ଟଙ୍କାରର ବ୍ୟୟ ବରାଦ କରିଛନ୍ତି ଅର୍ଥମନ୍ତ୍ରୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ