ଝିଙ୍କ ଶିକାର କରି ଦୁଇ ଗିରଫ 
by Argus News
Thu, Jul 18 | 3:37 p.m.

ମୟୁରଭଞ୍ଜ: ଶିମିଳିପାଳରୁ ପୁଣି ୨ ଶିକାରୀ ଗିରଫ। ଶିମିଳିପାଳ ଦକ୍ଷିଣ ଡିଭିଜନ ଅନ୍ତର୍ଗତ ପିଠାବଟା ଉତ୍ତର ରେଞ୍ଜ୍ ରୁ ସେମାନଙ୍କୁ ଝିଙ୍କ ଶିକାର ଅଭିଯୋଗରେ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୧.୧୫୦ ଗ୍ରାମ ଝିଙ୍କ ମାଂସ ଓ ୮୮ଟି ଝିଙ୍କ ପର (କଣ୍ଟା) ସହ ୧ଟି ଦେଶୀବନ୍ଧୁକ ଏବଂ ଧନୁଶର ଜବତ ଓ ପନିଖି କୁ ମଧ୍ୟ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତ ମାନେ ହେଲେ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ଆଳୁବଣୀ ଗ୍ରାମର ଚାମଟୁ ହେମ୍ବ୍ରମ (୪୦ବର୍ଷ) ଓ ବାଇଧର ସୋରେନ (୫୪ବର୍ଷ)। ଉଭୟ ଶିକାରୀ ଙ୍କ ନାମରେ ଆଜି ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ମାମଲା ଦାୟର କରିବା ସହ କୋର୍ଟ ଫରଓ୍ବାଡ କରାଯାଇଛି । ତେବେ ବାଇଧର ସୋରେନ୍ ହଳଦୀବଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବୋଲି ଜଣାପଡିଛି । 

ଅଧିକ ପଢନ୍ତୁ ଓଡିଶା ଖବର

ଉଚ୍ଚ ଜୁଆର
9m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
12m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ