ଚିକିଟି ଅବକାରୀ ବିଭାଗକୁ ବଡ଼ ସଫଳତା
by Argus News
Fri, Nov 24 | 10:38 a.m.

ଅର୍ଗସ ବ୍ୟୁରୋ:  ଚିକିଟି ଅବକାରୀ ବିଭାଗକୁ ବଡ଼ ସଫଳତା। ଚୋରା ମଦ ପ୍ରସ୍ତୁତକାରୀଙ୍କ ଠିକଣାରେ ରେଡ୍ କରି ୨୦ହଜାର ଲିଟର ମଦ ପୋଚ ଓ ୪୪୫ ଲିଟର ମଦ ନଷ୍ଟ କରିଛି ଅବକାରୀ ବିଭାଗ। ଆନ୍ଧ୍ର -ଓଡ଼ିଶା ସୀମା ବର୍ତ୍ତି ବଡଝୁଳା, ଶାସନ, ବାଣପୁର ଓ ସୁନାରି ବାଡ଼ ଆଦି ଗ୍ରାମ ନିକଟସ୍ଥ ଜଙ୍ଗଲ ମଧ୍ୟରେ ଥିବା ନାଳ ପାର୍ଶ୍ଵରେ ବିପୁଳ ପରିମାଣର ଚୋରା ମଦ ପ୍ରସ୍ତୁତ ହେଉଥିବା ନେଇ ଅଭିଯୋଗ ହୋଇଥିଲା।

ଚିକିଟି ଅବକାରୀ ବିଭାଗ ଖବର ପାଇବା ପରେ D.S.F ୟୁନିଟ ବ୍ରହ୍ମପୁର,O.I.C ଦିଗପହଣ୍ଡି, A.P.R ବାହିନୀ, ସଦର ବ୍ରହ୍ମପୁର S i ଜରଡା ଓ ଚିକିଟି ଅବକାରୀ ବିଭାଗଙ୍କ ଦ୍ଵାରା ସ୍ଥାନୀୟ ତହସିଲଦାର ଶ୍ରୀ ପ୍ରସାନ୍ତ କୁମାର ସେଠୀ ଙ୍କ ଉପସ୍ଥିତି ରେ ଆଜି ସକାଳୁ ସକାଳୁ ଅଚାନକ ଚଢ଼ାଉ କରି ପ୍ରାୟ ୨୦ହଜାର ଲିଟର ମଦ ପୋଚ ଓ ୪୪୫ ଲିଟର ମଦ ନଷ୍ଟ କରାଯାଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ