ଅଭିଶପ୍ତ ଜୀବନ କାଟୁଛନ୍ତି ପହରିଆ ସମ୍ପ୍ରଦାୟ 
by Argus News
Fri, Oct 04 | 6:17 p.m.

ନୂଆପଡା: ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଭଇସାଦାନୀ ପଞ୍ଚାୟତର ଅପହଞ୍ଚ ଘଞ୍ଚ ଜଙ୍ଗଲ ଭିତରେ ବିକାଶ ଠୁ ବହୁ ଦୂରରେ ଭଇଁସମୁଣ୍ଡି ଗାଁ l ସୀମାନ୍ତ ଅପହଞ୍ଚ ମାଓ ଇଲାକା ବୋଲି କେବେ କେମିତି ନେତା, ସରକାରୀ ବାବୁ ଙ୍କ ପଡେ ପାଦ l ବର୍ଷ ବର୍ଷ ଧରି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅଭିଶପ୍ତ ଜୀବନ କାଟୁଛନ୍ତି ପହରିଆ ସମ୍ପ୍ରଦାୟ l ପାନୀୟ ଜଳ, ବିଦ୍ୟୁତ, ଆବାସ, ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତା ସୁବିଧା ଏମାନଙ୍କ ପାଇଁ ସାତ ସପନ l ବାରମ୍ବାର ଅଭିଯୋଗ ସତ୍ୱେ 24 ବର୍ଷର ନବୀନ ସରକାର ଙ୍କ ଯୋଜନା ଭଇସମୁଣ୍ଡି ଗାଁ କୁ ପହଞ୍ଚିଲା ନାହିଁ l   ବିକାଶ ଠୁ ବହୁ ଦୂରରେ ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଭଇସାଦାନୀ ପଞ୍ଚାୟତର ଭଇଁସମୁଣ୍ଡି ଗାଁ l

ଓଡିଶା ଛତିଶଗଡ ସୀମାନ୍ତ ଘଞ୍ଚ ଜଙ୍ଗଲ ଭିତରେ ଅପହଞ୍ଚ ମାଓ ଇଲାକାରେ ରହିଛି ଭଇଁସମୁଣ୍ଡି ଗାଁ l ଏଠାରେ ସାତ ସପନ ପାଲଟିଛି ମୌଳିକ ସୁବିଧା l ଦୁର୍ଗମ ମାଓ ଇଲାକା ବୋଲି ପଡୁନି ନେତା ଏବଂ ସରକାରୀ ବାବୁଙ୍କ ପାଦ l ଗାଁର ସ୍ଥିତି ପରଖିବା ପାଇଁ ଘଞ୍ଚ ଜଙ୍ଗଲ ଭିତରେ ମାଓ ଇଲାକାରେ ଅନେକ ନାଳ, ଘାଟି ରାସ୍ତା ଦେଇ ପହଞ୍ଚିଥିଲା ଅର୍ଗସ ଟିମ୍ । ବର୍ଷ ବର୍ଷ ଧରି ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ, ଆବାସ ଭଳି ମୌଳିକ ସୁବିଧାରୁ ବଂଚିତ ହୋଇ ଅଭିଶପ୍ତ ଜୀବନ କାଟୁଛନ୍ତି ପହରିଆ ସମ୍ପ୍ରଦାୟର ଲୋକେ l ପାନୀୟ ଜଳ ପାଇଁ ଝରଣା ଉପରେ ନିର୍ଭର କରୁଥିବା ବେଳେ ଲାଇଟ ପାଇଁ ଛାତ ଉପରେ ଥିବା ସୋଲାର ଭରସା l ଏଠି ଅଙ୍ଗନବାଡି କି ସ୍କୁଲ ନ ଥିବାରୁ ପିଲାଙ୍କ ଭବିଷ୍ୟତ ବି ଅନ୍ଧାରରେ l

ବାଉଁଶ ତିଆରି ଘର ଚଳଣି ସାମଗ୍ରୀ ଏମାନଙ୍କ ଏକମାତ୍ର ରୋଜଗାର ପନ୍ଥା । ଏଠି ସରକାରୀ ଯୋଜନାର ଚିହ୍ନ ବର୍ଣ୍ଣ ନାହିଁ l ଗାଁରେ ଯୁଆଡେ ଦେଖିବେ କେବଳ ଚାଳ କୁଡ଼ିଆ ଘର l ରାସ୍ତାଟିଏ ନ ଥିବାରୁ ଗାଁକୁ ଯିବାକୁ ହେଲେ ଛୋଟ ଛୋଟ ନାଳ ଏବଂ ଘାଟି ରାସ୍ତା ଦେଇ ଯିବାକୁ ପଡେ l ଏନେଇ ବୋଡେନ ବିଡିଓଙ୍କୁ ପଚାରିବାରୁ ସମସ୍ୟା ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି l 
 ବର୍ଷର ବିଜେଡି ସରକାରର ବିକାଶ କଣ ଏମିତି ଚାଲୁଥିଲା ? ଦୁର୍ଗମବାସୀଙ୍କ ପ୍ରତି ଏମିତି ଥିଲା ପୂର୍ବ ସରକାରର ଦରଦ ? ନୂଆ ସରକାରରେ ଭାଗ୍ୟ ବଦଳିବା ନେଇ ଆଶା ରଖିଛନ୍ତି ବଦଳିବ ଭଇଁସମୁଣ୍ଡିବାସୀ ।  
ଅଧିକ ପଢନ୍ତୁ ଓଡ଼ିଶା ଖବର

ମେଳି କର୍ପୋରେଟର
ନବୀନଙ୍କୁ ଭେଟିଲେ ମେଳି କରିଥିବା କର୍ପୋରେଟର
ଭୁବନେଶ୍ୱର: ନବୀନଙ୍କୁ ଭେଟିଲେ ମେଳି କରିଥିବା କର୍ପୋରେଟର । ନବୀନ ନିବାସ ଯାଇ ଭେଟିଲେ । ଏହି କର୍ପୋରେଟର ଗୋଷ୍ଠୀ କିଛି ଦିନ ତଳେ ଶଙ୍ଖ ଭବନରେ ଦୁଇ ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା
ବିନାଶକାରୀ ଯୁଦ୍ଧ
ଇସ୍ରାଏଲ୍ ର ଫୋର ଫ୍ରଣ୍ଟ ଆଟାକ୍
ଅର୍ଗସ ବ୍ୟୁରୋ: ଯୁଦ୍ଧ ..ବିନାଶକାରୀ ଯୁଦ୍ଧ...ନା ହଟିବ ନା ଝୁକିବ...ହିଜବୁଲ୍ଲା ବିନାଶ ମୋଡ ରେ ଇସ୍ରାଏଲ୍..ଗୋଟିଏ ପରେ ଗୋଟିଏ ହିଜବୁଲ୍ଲା କମାଣ୍ଡର ଙ୍କୁ ଖୋଜି ଖୋଜି ଧ୍ବସ କରୁଛ
ଶିକ୍ଷକ ନିଯୁକ୍ତି ଦାବି
ସାମ୍ନାକୁ ଆସିଲା ବିଜେଡିର ଦୋମୁହାଁ ଚରିତ୍ର
ଅର୍ଗସ ବ୍ୟୁରୋ: ଜିଲ୍ଲାଭିତ୍ତିକ ସ୍ଥାୟୀ ନିଯୁକ୍ତି ଦାବିରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦିଆଯାଇଥିଲା ବନ୍ଦ ଡାକରା । ରାସ୍ତାକୁ ଓହ୍ଲାଇଥିଲେ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ନେତା