ଭରତପୁର ଥାନାରେ ଲାଗିବ 25ଟି CCTV
by Argus News
Mon, Sep 23 | 12:08 p.m.

ଭୁବନେଶ୍ୱର: ଭରତପୁର ଥାନାରେ ଲାଗିବ 25ଟି CCTV । ଭରତପୁର ଥାନାରେ ଆର୍ମି ପୋଲିସ ଲଢେଇ ଘଟଣା ପରେ ଚେତିଲା ପୋଲିସ । ଭରତପୁର ଥାନାରେ ସିସିଟିଭି ଲଗାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।  ସିସିଟିଭି ଲଗାଇବା ପାଇଁ ଚାଲିଲା କାମ । ଥାନାରେ ଲାଗିବ 25ଟି ସିସିଟିଭି । ଥାନାର ବାହାର ଏବଂ ଭିତର ସମସ୍ତ ସ୍ଥାନରେ ଲାଗିବ ସିସିଟିଭି । ଥାନା ଭିତରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ମାଡ଼ ମାରିବା ଘଟଣା ପରେ ଥାନାରେ ସିସିଟିଭି କ୍ୟାମେରା ନଥିବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । 

ଭରତପୁର ଥାନା ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଦ୍ବାରା ଏହି ତଦନ୍ତ ହେବ । ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ କମିଶନଙ୍କୁ ଅନୁରୋଧ କରାଯାଇଛି । ଏଥିସହ ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ତ୍ବରାନ୍ବିତ କରିବା ପାଇଁ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ । ବୈଠକରେ ଭରତପୁର ଘଟଣାର ସମସ୍ତ ଦିଗ ଉପରେ ଆଲୋଚନା ହୋଇଥିଲା । 

SUPREME COURT
1m ago
ଶିଶୁଙ୍କ ଅଶ୍ଳୀଳ ଭିଡିଓ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ
ଅର୍ଗସ ବ୍ୟୁରୋ: ଶିଶୁଙ୍କ ଅଶ୍ଳୀଳ ଭିଡିଓ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଶିଶୁଙ୍କ ଅଶ୍ଳୀଳ ଭିଡିଓ ରଖିବା ଓ ଦେଖିବା ଅପରାଧ । ଏଥିପାଇଁ ପକସୋ ଆଇନ ଅନୁଯାୟ
ଛତୁଆରେ
59m ago
ଛତୁଆରେ ଅପମିଶ୍ରଣ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ
ଅର୍ଗସ ବ୍ୟୁରୋ: କୁନି କୁନି ପିଲାମାନଙ୍କୁ ଯୋଗାହେଉଥିବା ଛତୁଆରେ ଅପମିଶ୍ରଣକୁ ନେଇ କଡ଼ା ମନ୍ତବ୍ୟ ଦେଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା | ଯଦି ଏପରି କୌଣସି ଜାଗାରେ ହେଉଥାଏ
ଚିତ୍ତରଂଜନ ଦାସ
ଭରତପୁର ଘଟଣାର ତଦନ୍ତ କରିବେ ଅବସରପ୍ରାପ୍ତ ଜଷ୍ଟିସ ଚିତ୍ତରଂଜନ ଦାସ
କଟକ: ଭରତପୁର ଥାନା ନିର୍ଯାତନା ଘଟଣାରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ପ୍ରଶଂସା କଲେ ହାଇକୋର୍ଟ । ଗତକାଲି ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ଅବସରପ୍ରାପ୍