ଭରତପୁର ଘଟଣାର ତଦନ୍ତ କରିବେ ଅବସରପ୍ରାପ୍ତ ଜଷ୍ଟିସ ଚିତ୍ତରଂଜନ ଦାସ 
by Argus News
Mon, Sep 23 | 12:49 p.m.

କଟକ: ଭରତପୁର ଥାନା ନିର୍ଯାତନା ଘଟଣାରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ପ୍ରଶଂସା କଲେ ହାଇକୋର୍ଟ । ଗତକାଲି ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ଅବସରପ୍ରାପ୍ତ ଜଷ୍ଟିସ ଚିତ୍ତରଂଜନ ଦାସ ଘଟଣାର ତଦନ୍ତ କରିବେ । କମିଶନ 2 ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ । ଭରତପୁର ଥାନାରେ ସିସିଟିଭି କ୍ୟାମେରା ନଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଥିବା ସତ୍ତ୍ବେ କାହିଁକି ସିସିଟିଭି ଲାଗି ନଥିଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । 

ଭରତପୁର ଥାନାରେ ଲାଗିବ 25ଟି CCTV

ଓଡ଼ିଶାରେ କେତେ ଥାନାରେ ସିସିଟିଭି ଅଛି, କେଉଁଠି ନାହିଁ ସେନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଡିଜି ଆଧୁନିକୀକରଣ ଦୟାଲ ଗଙ୍ଗୱାରଙ୍କୁ ରିପୋର୍ଟ ଦେବାକୁ କହିଛନ୍ତି କୋର୍ଟ । ଯେଉଁଠାରେ ସିସିଟିଭି ଲାଗିଛି ତାହା କାମ କରୁଛି ନା ନାହିଁ ସେନେଇ ମଧ୍ୟ ରିପୋର୍ଟ ପ୍ରଦାନ କରିବେ ଗଙ୍ଗୱାର । ସିସିଟିଭି ସହିତ ହାର୍ଡଡିସ୍କ ନେଇ ମଧ୍ୟ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଭରତପୁର ଥାନାରେ ନିର୍ଯାତନା ମାମଲା , ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

ଆହୁରି ପଢନ୍ତୁ ଓଡିଶା ଖବର...
 

SUPREME COURT
1m ago
ଶିଶୁଙ୍କ ଅଶ୍ଳୀଳ ଭିଡିଓ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ
ଅର୍ଗସ ବ୍ୟୁରୋ: ଶିଶୁଙ୍କ ଅଶ୍ଳୀଳ ଭିଡିଓ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଶିଶୁଙ୍କ ଅଶ୍ଳୀଳ ଭିଡିଓ ରଖିବା ଓ ଦେଖିବା ଅପରାଧ । ଏଥିପାଇଁ ପକସୋ ଆଇନ ଅନୁଯାୟ
ଛତୁଆରେ
59m ago
ଛତୁଆରେ ଅପମିଶ୍ରଣ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ
ଅର୍ଗସ ବ୍ୟୁରୋ: କୁନି କୁନି ପିଲାମାନଙ୍କୁ ଯୋଗାହେଉଥିବା ଛତୁଆରେ ଅପମିଶ୍ରଣକୁ ନେଇ କଡ଼ା ମନ୍ତବ୍ୟ ଦେଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା | ଯଦି ଏପରି କୌଣସି ଜାଗାରେ ହେଉଥାଏ
ଚିତ୍ତରଂଜନ ଦାସ
ଭରତପୁର ଘଟଣାର ତଦନ୍ତ କରିବେ ଅବସରପ୍ରାପ୍ତ ଜଷ୍ଟିସ ଚିତ୍ତରଂଜନ ଦାସ
କଟକ: ଭରତପୁର ଥାନା ନିର୍ଯାତନା ଘଟଣାରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ପ୍ରଶଂସା କଲେ ହାଇକୋର୍ଟ । ଗତକାଲି ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ଅବସରପ୍ରାପ୍