ଶିଶୁଙ୍କ ଅଶ୍ଳୀଳ ଭିଡିଓ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ
by Argus News
Mon, Sep 23 | 2:46 p.m.

ଅର୍ଗସ ବ୍ୟୁରୋ:  ଶିଶୁଙ୍କ ଅଶ୍ଳୀଳ ଭିଡିଓ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଶିଶୁଙ୍କ ଅଶ୍ଳୀଳ ଭିଡିଓ ରଖିବା ଓ ଦେଖିବା ଅପରାଧ । ଏଥିପାଇଁ ପକସୋ ଆଇନ ଅନୁଯାୟୀ ଅଭିଯୁକ୍ତମାନେ ଦଣ୍ଡିତ ହେବେ । ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ପୂର୍ବରୁ ମାଡ୍ରାସ ହାଇକୋର୍ଟ ଏକ ରାୟରେ କହିଥିଲେ ଯେ, ଶିଶୁଙ୍କ ଅଶ୍ଳୀଳ ଭିଡିଓ ଦେଖିବା ଓ ଡାଉନଲୋଡ୍ କରିବା ଅପରାଧ ନୁହେଁ । ଏହାକୁ ଚ୍ୟାଲେଂଜ କରି ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ଖାରଜ କରିଛନ୍ତି । ଏଥିସହ ସଂସଦରେ ପକସୋ ଆଇନରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛନ୍ତି ସୁପ୍ରିମକୋର୍ଟ । ଶିଶୁଙ୍କ ଅଶ୍ଳୀଳ ଭିଡିଓକୁ ଶିଶୁ ଯୌନ ନିର୍ଯାତନା ଓ ଶୋଷଣ ସମ୍ବନ୍ଧୀୟ ବସ୍ତୁ  ନାମରେ ନାମିତ କରିବାକୁ କୋର୍ଟ ପ୍ରସ୍ତାବ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ ଦେଶ ଖବର:

କଳା ଦାଗ
32m ago
କଳା ଦାଗ ଲିଭିଯିବ ଏହି ଚାରୋଟି ଘରୋଇ ଉପଚାରରେ
ଅର୍ଗସ ବ୍ୟୁରୋ: ବର୍ତ୍ତମାନର ବ୍ୟସ୍ତବହୁଳତା ଜୀବନରେ କଳାଦାଗର ସମସ୍ୟା ସାଧାରଣ ହୋଇଗଲାଣି । ଏହା ଆମର ପୁରା ଚେହେରାର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ । ପୁରୁଷ ହୁଅନ୍ତୁ କିମ୍ବା ମହିଳା ଏହ
ନିଯୁକ୍ତି
39m ago
କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଦୀପାଳି:ଟଙ୍କଧର ତ୍ରିପାଠୀ
ଅର୍ଗସ ବ୍ୟୁରୋ:କ୍ଷମତା ଥିଲେଦେଖାଉଥିଲେ ଲୋକଙ୍କୁ ଦବଙ୍ଗଗିରି,ନିର୍ବାଚନ ହାରିବା ପରେ ଲୋକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେଡିର ପୂର୍ବତନ ବିଧାୟିକା ଦୀପାଳି ଦାସ। ନିଯୁକ୍ତ
ଚନ୍ଦ୍ରପୁର ବ୍ଲକ
ଚନ୍ଦ୍ରପୁର ବ୍ଲକ ଅଫିସରେ ତାଲା
ଅର୍ଗସ ବ୍ୟୁରୋ: ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ ଜମିଜମା ଘଟଣାକୁ ନେଇ ଚନ୍ଦ୍ରପୁର ବ୍ଲକ ଅଫିସରେ ତାଲା ପଡ଼ିଛି। ତାଲା ପଡିଥିବା ଯୋଗୁଁ ସରକାରୀ ଜନ ଅଭିଯୋଗ ଶୁଣାଣି ବାତିଲ ହେବାସହ