ପ୍ରଥମ ସପ୍ତାହରେ ୨୫କୋଟି ଟପିଲା ‘ଆର୍ଟିକିଲ ୩୭୦’ର ବକ୍ସ ଅଫିସ ଆୟ
by Argus News
Mon, Feb 26 | 3:10 p.m.

ଅର୍ଗସ ବ୍ୟୁରୋ: ୨୦୨୨ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘କାଶ୍ମୀର ଫାଇଲସ’ରେ କାଶ୍ମୀରୀ ପଣ୍ଡିତଙ୍କ ଯନ୍ତ୍ରଣାଦାୟକ କାହାଣୀ ଦେଖିବାକୁ ମିଳିଥିଲା, ଯାହାକି ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ବର୍ତ୍ତମାନ ଚଳଚ୍ଚିତ୍ର ‘ଆର୍ଟିକିଲ ୩୭୦’ ଥିଏଟରରେ ରିଲିଜ ହୋଇଛି, ଯେଉଁଥିରେ ଆର୍ଟିକିଲ ୩୭୦ ଉଚ୍ଛେଦ ପଛର କାହାଣୀ ସହ ଏହାକୁ ନେଇ ଯେଉଁ ବିବାଦ ଦେଖାଯାଇଥିଲା, ତାହା ଦେଖିବାକୁ ମିଳିଛି।

ଫିଲ୍ମର ପ୍ରଯୋଜନା ଆଦିତ୍ୟ ଧର କରିଥିବା ବେଳେ ଅଭିନେତ୍ରୀ ୟାମୀ ଗୌତମଙ୍କୁ ଏଥିରେ ଦମଦାର ଚରିତ୍ରରେ ଦେଖିବାକୁ ମିଳିଛି। 
ଫିଲ୍ମଟି ସତ୍ୟ ଘଟଣା ଉପରେ ଆଧାରିତ ହୋଇଥିବା ବେଳେ ଏବେ ଦର୍ଶକଙ୍କ ମନ କିଣୁଥିବା ଦେଖିବାକୁ ମିଳିଛି। ପ୍ରଥମ ଦିନରେ ଫିଲ୍ମଟି ୬.୧୨ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଦ୍ୱିତୀୟ ଦିନରେ ଏହା ୯.୫୦ କୋଟିରେ ପହଞ୍ଚିଥିଲା। ଏପର୍ଯ୍ୟନ୍ତ, ମାତ୍ର ଦୁଇ ଦିନ ମଧ୍ୟରେ ଫିଲ୍ମଟି ମୋଟ ୨୫.୪୫କୋଟି ଟଙ୍କା ସଂଗ୍ରହ କରିସାରିଲାଣି। ଫିଲ୍ମର ଆୟକୁ ଦେଖି ଲାଗୁଛି, ଏହା ସୁପରହିଟ୍ ହେବ।

ୟାମୀଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ପ୍ରିୟା ମଣି, ଅରୁଣ ଗୋଭିଲ ଏବଂ ବୈଭବ ତତୱାୱାଡି ମଧ୍ୟ ଅଭିନୟ କରିଛନ୍ତି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

ଦିନ ବେଳର
now
ଦିନ ବେଳର ଖବର ସଂକ୍ଷେପରେ...
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020... ପୁନଃ ଗଠିତ ହେଲା ଟାସ୍କ ଫୋର୍ସ.. ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ କଲେ ରାଜ୍
OSSSC
now
OSSSC ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର
ଅର୍ଗସ ବ୍ୟୁରୋ: OSSSC ପରିଚାଳିତ ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି ବୋଲି ଏକ ପ୍ରେସ ବିଜ୍ଞପ୍ତିର
ହବିଷ୍ୟାଳି
2m ago
ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା
ଅର୍ଗସ ବ୍ୟୁରୋ: ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ବୃନ୍ଦାବତୀ ନିବାସର ବେସମେଣ୍ଟରେ ରହିବେ ୧୪୦ ହବିଶ୍ୟାଳି। ତେବେ ଆଜି ସୁଦ୍ଧା ସମସ୍ତ ତାଲିକ