୩ ବେଆଇନ ବାଲିବୋଝେଇ ହାଇଓ୍ବା ଜବତ
by Argus News
Sun, Mar 24 | 1:20 p.m.

ଅର୍ଗସ ବ୍ୟୁରୋ: ବାମନଘାଟୀ ଉପଖଣ୍ଡରେ ବିଭିନ୍ନ ବାଲିଘାଟରୁ ବେଆଇନ ଭାବେ ବାଲି ଚୋରାଚାଲାଣ ଚାଲିଛି। ବାଲି  ମାଫିଆ ସକ୍ରିୟ ହୋଇ ଉଠିଛନ୍ତି। ପୋଲିସ, ତହସିଲ ଓ ଖଣି ବିଭାଗ ନିୟମକୁ ବେଖାତିର କରି ଦେଉଛନ୍ତି ପଡୋଶୀ ଝାଡ଼ଖଣ୍ଡର ମାଫିଆମାନେ। 

ସୀମାନ୍ତ ତିରିଂରେ ଆସି ବିଭିନ୍ନ ବାଲିଘାଟରୁ ବେଆଇନ ଭାବେ ବାଲି ସହିତ ଲଘୁ ଖଣିଜ ପଦାର୍ଥକୁ ଲୁଟ କରୁଛନ୍ତି। ସ୍ଥାନୀୟ କୁଜି ରାଜନେତା, ଗ୍ରାମବାସୀଙ୍କୁ କିଛି କିଛି ପ୍ରଲୋଭନ ଦେଖାଇ ଦିନରାତି ବାଲି ଚୋରା ଚାଲାଣ କରୁଛନ୍ତି। ବାଲି ଚୋରା ଚାଲାଣ ଦ୍ଵାରା ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି। ତିରିଂ ଥାନାଧିକାରୀ ପ୍ରଶାନ୍ତ କୁମାର ଜେନା ଓ ତାଙ୍କ  ଟିମ୍ ନୂଆଗାଁ  ଛକରେ ଝାଡଖଣ୍ଡ ଅଞ୍ଚଳର ୩ ଟି  ବେଆଇନ ବାଲି ବୋଝେଇ ହାଇଓ୍ବାକୁ ଜବତ କରିବା ସହ ଏକ ମାମଲା ରୁଜୁ କରି  ଝାଡଖଣ୍ଡ ରାଜ୍ୟର ୩ ଡ୍ରାଇଭର ଚୈତନ୍ୟ ସୋରେନ, ଏବଂ ପଟକା ଥାନା ଅଞ୍ଚଳର ଜୟଦେବ କୁମାର ଦେ  ଓ ରାଜାରାମ ଗୋପଙ୍କୁ କୋର୍ଟ ଚାଲାଣ କରିଛନ୍ତି । ହାଇଓ୍ବା ଧରାପଡ଼ିବା ଜାଣି ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

REPOLLING
53m ago
କଣ୍ଟାମାଳ: ବୁଥ ନମ୍ବର 26 ଓ 28ରେ ହେବ ପୁନଃ ମତଦାନ
ଅର୍ଗସ ବ୍ୟୁରୋ: କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ନମ୍ବର 26 ଓ 28ରେ ହେବ ପୁନଃ ମତଦାନ । ଆସନ୍ତାକାଲି ପୁନର୍ବାର ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର
DEAD BODY
57m ago
ମୃତଦେହକୁ ନେଇ ରାଜନୀତି କରୁଛି ବିଜୁ ଜନତା ଦଳ
ଅର୍ଗସ ବ୍ୟୁରୋ: ସମ୍ବଲପୁରରେ ସାମ୍ନାକୁ ଆସିଲା ବିଜେଡିର ହୀନ ରାଜନୀତି । ମୃତଦେହକୁ ନେଇ ରାଜନୀତି କରୁଛି ବିଜୁ ଜନତା ଦଳ। ମୃତକଙ୍କ ନାଁରେ ମିଛ ପ୍ରଚାର କରି ବିରୋଧୀ ଦଳକୁ ବଦନା
RUBEN BANERJEE
ପାଣ୍ଡିଆନ ବିଜେଡିର ନୁହେଁ ବରଂ ବିଜେପିର ଷ୍ଟାର କ୍ୟାମ୍ପେନର: ରୁବେନ୍ ବାନାର୍ଜୀ
ଅର୍ଗସ ବ୍ୟୁରୋ: ବିଜୁ ଜନତା ଦଳର ନେତା ଭି. କେ ପାଣ୍ଡିଆନ ନିଜ ଦଳ ବିଜେଡିର ନୁହେଁ ବରଂ ବିଜେପିର ଷ୍ଟାର କ୍ୟାମ୍ପେନର। ଅର୍ଗସକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାରକୁ ଏକଥା କହିଛନ୍ତି ବରିଷ୍