ଗ୍ୟାସ ସିଲିଣ୍ଡର ଫାଟି 3 ଆହତ
by Argus News
Thu, Jul 04 | 11:05 a.m.

ନୟାଗଡ:  ନୟାଗଡ଼ ଭାପୁର ତହସିଲ କାର୍ଯ୍ୟାଳୟ ପରିସରରେ ଗ୍ୟାସ ସିଲିଣ୍ଡର ଫାଟି ବିସ୍ଫୋରଣ । ଫଳରେ ବିସ୍ଫୋରଣରେ ପୋଡ଼ି  ହୋଇ ଗୋଟିଏ ପରିବାରର 3 ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । 

ସୂଚନାନୁଯାୟୀ, ତହସିଲ କାର୍ଯ୍ୟାଳୟର କର୍ମଚାରୀ କୈଳାସ ଚନ୍ଦ୍ର ଦାସଙ୍କ ସରକାରୀ ଭବନରେ ବିଦ୍ୟୁତ୍ ସର୍ଟସର୍କିଟରୁ ଗ୍ୟାସ ସିଲିଣ୍ଡର ନିଆଁ ଲାଗି  ବଡ ବିସ୍ଫୋରଣ ହୋଇଛି । ଏଥିରେ ଘର ଛାତ ଏବଂ ଆଜବେଷ୍ଟ ଉଡ଼ିଯାଇଛି । ରାତିରେ ଶୋଇଥିବାବେଳେ ଟେବୁଲ୍ ଫ୍ୟାନରୁ ସର୍ଟସର୍କିଟ ହୋଇ ନିକଟରେ ଥିବା ଆଲଣାର ଲୁଗାରେ ନିଆଁ ଲାଗିଥିଲା । ପରେ ନିଆଁ ଚାରିଆଡ଼େ ବ୍ୟାପି ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଫାଟିଥିଲା ।   

ଆହୁରି ପଢନ୍ତୁ ଓଡିଶା ଖବର...
 

FIRE MISHAP
ଏସି ଓ ଫ୍ରିଜ୍ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ଭୁବନେଶ୍ୱର: ପାହାଳ ନିକଟସ୍ଥ ଏକ ଏସି ଓ ଫ୍ରିଜ୍ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିଶ
ଜିଲ୍ଲାପ୍ରଶାସନ
ଧ୍ରୁବଙ୍କ ସ୍ବାଦ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲାପ୍ରଶାସନ
କେନ୍ଦ୍ରାପଡା: ଧ୍ରୁବଙ୍କ ସ୍ବାଦ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲା ପ୍ରଶାସନ। ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ପରେ ଭାଙ୍ଗିଲା ପ୍ରଶାସନର ନିଦ। ଲୋକଙ୍କ ପ୍ରତିବାଦ ପରେ ଜାଗିଲ
ପିଏମ୍‌ କିଷାନ
କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା
ଅର୍ଗସ ବ୍ୟୁରୋ: କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ବଢିବ ପିଏମ୍‌ କିଷାନ ହିତାଧିକାରୀଙ୍କ ସଂଖ୍ୟା । କାଳିଆରେ ସାମିଲ କିନ୍ତୁ ପିଏମ୍‌ କିଷାନରୁ ବା