ମାଓ ଅପରସନରେ ୩ ମାଓବାଦୀ ନିପାତ
by Argus News
Fri, Sep 27 | 2:18 p.m.

ଅର୍ଗସ ବ୍ୟୁରୋ:  ଛତିଶଗଡ ନାରାୟଣପୁରରେ ମାଓ ଅପରସନରେ ୩ଜଣ ମାଓବାଦୀ ନିପାତ । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ । ମାଓବାଦୀମାନେ ସକ୍ରିୟଥିବା ଖବରପାଇ ସୁରକ୍ଷା କର୍ମୀଙ୍କ ପକ୍ଷରୁ ୫ଦିନ ଧରି ବଡ ଧରଣର ଅପରେସନ୍ ଚାଲିଥିଲା । ସେପ୍ଟେମ୍ବର ୨୨ରେ ଆରମ୍ଭ ହୋଇଥିଲା ଅପରେସନ୍ । ଏଥିପାଇଁ ପ୍ରତ୍ୟେକ ଯବାନଙ୍କୁ ପ୍ରାୟ ୧୧୦ରୁ ୧୨୦ କିଲୋମିଟର ପର୍ଯ୍ୟନ୍ତ ଚାଲିବାକୁ ପଡିଥିଲା ।  ୪୦ରୁ ୫୦ଜଣ ମହିଳା ଏହି ଅପରେସନରେ ସାମିଲ ହୋଇଥିଲେ । ଅପରେସନ ବେଳେ ଅନେକ ପାହାଡ ଓ ଝରଣା ଅତିକ୍ରମ କରିବାକୁ ପଡିଥିଲା । ଏହାପରେ ଘଞ୍ଚ ଜଙ୍ଗଲ ଭିତରେ ଥିବା ମାଓବାଦୀଙ୍କ ନିକଟରେ ପହଞ୍ଚିଥିଲେ ଟିମ୍ । ଅପରେସନର ତିନି ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଗୋଟିଏ AK-47, ୨ଟି SLR ଜବତ ହାଇଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:
 

ଲକ୍ଷ୍ମୀ ବସ
now
ଲକ୍ଷ୍ମୀ ବସ-ସ୍କୁଟି ମୁହାଁମୁହିଁ
ଅର୍ଗସ ବ୍ୟୁରୋ: ଆସୁଥିଲେ ମେଡିକାଲକୁ ଡ୍ୟୁଟି । ହେଲେ ସାମ୍ନାରୁ ଆସି ଧକ୍କା ଦେଲା ଲକ୍ଷ୍ମୀ ବସ। ଦୁର୍ଘଟଣାରେ ଗୁରୁତର ହେଲେ ଷ୍ଟାଫ ନର୍ସ। ଏଭଳି ଘଟଣା ଘଟିଛି ଉଦଳା ଥାନା ପିସିପୁର ଛ
ଗୁଳି ବାଜିବା ପରେ
28m ago
ଗୁଳି ବାଜିବା ପରେ ପ୍ରକାଶ ପାଇଲା ଗୋବିନ୍ଦାଙ୍କ ପ୍ରତିକ୍ରିୟା‌: କହିଲେ ଭଲ ଅଛି
ଅର୍ଗସ ବ୍ୟୁରୋ: ଅକ୍ଟୋବର ପହିଲା ବା ମଙ୍ଗଳବାର ଦିନ ଗୁଳି ଆଘାତ ପାଇ ସକାଳୁ ସକାଳୁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ଅଭିନେତା ଗୋବିନ୍ଦା। ହସ୍ପିଟାଲ୍‌ରେ ଭର୍ତ୍ତି ହେବ
ଟିମ୍ ଇଣ୍ଡିଆ
49m ago
ଟେଷ୍ଟରେ ଟି୨୦ର ଜଲୱା,ଟିମ୍ ଇଣ୍ଡିଆର ଐତିହାସିକ ବିଜୟ
ଅର୍ଗସ ବ୍ୟୁରୋ:ଗର୍ଜିଲା ଜୈସ୍ୱାଲଙ୍କ ବ୍ୟାଟ୍ ଖେଳିଲେ ୫୧ ରନର ଧୂଆଁଦାର ଅର୍ଦ୍ଧଶତକୀୟପାରି,ଅଶ୍ବିନ-ବୁମରାଙ୍କ ଘାଇଲା ବୋଲିରେଚିତପଟାଙ୍ଗ ମାରିଲେ ବାଂଲା ବ୍ୟାଟର।କାନପୁର ଟେଷ୍ଟର