ଟେଷ୍ଟରେ ଟି୨୦ର ଜଲୱା,ଟିମ୍ ଇଣ୍ଡିଆର ଐତିହାସିକ ବିଜୟ
by Argus News
Tue, Oct 01 | 4:11 p.m.

ଅର୍ଗସ ବ୍ୟୁରୋ:ଗର୍ଜିଲା ଜୈସ୍ୱାଲଙ୍କ ବ୍ୟାଟ୍ ଖେଳିଲେ ୫୧ ରନର  ଧୂଆଁଦାର ଅର୍ଦ୍ଧଶତକୀୟପାରି,ଅଶ୍ବିନ-ବୁମରାଙ୍କ ଘାଇଲା ବୋଲିରେଚିତପଟାଙ୍ଗ ମାରିଲେ ବାଂଲା ବ୍ୟାଟର।କାନପୁର ଟେଷ୍ଟରେ ଭାରତକୁ ବିରାଟ ବିଜୟ ଭେଟିଦେଇଛନ୍ତି ବିରାଟ-ଜୈସ୍ୱାଲ। ବିରାଟ କୋହଲିଙ୍କ ଅପରାଜିତ ୨୯,ଜୈସ୍ୱାଲଙ୍କ ୫୧ ରନ୍ ବଳରେବାଂଲାଦେଶର ୯୫ ରନ୍ ଟାର୍ଗେଟକୁ ୩ ୱିକେଟରେ ହାସଲ କରିନେଇଛି ରୋହିତ ବାହିନୀ, ଏହି ମ୍ୟାଚକୁ ୭ ୱିକେଟରେଜିତିଛି ଦଳ,୧୭ ଓଭର ଦୁଇଟି ବଲରେ ଲକ୍ଷ୍ୟ ହାସଲ କରିଛି। ଫଳରେ ଏହି ମ୍ୟାଚ୍ ସହ ସିରିଜକୁ ୨-୦ରେ କ୍ଲିନ୍ ସୁଇପ୍ କରିନେଇଛି ଟିମ୍ ଇଣ୍ଡିଆ।

ବାଂଲାଦେଶ ଦୁଇଟି ଇନିଂସରେ ୨୩୩ ଏବଂ ୧୪୬ ରନ୍ କରି ଥିବାବେଳେ ଭାରତ ପ୍ରଥମ ଇନିଂସରେ ୨୮୫ ରନ୍ କରିଥିଲା ଯଶସ୍ୱୀ ୭୨,ରାହୁଲ ୬୮ ରନର ପାରି ଖେଳିଥିଲେ।ଏବଂ ଦ୍ୱିତୀୟ ଇନିଂସରେ ବିରାଟ ୨୯,ଜୈସ୍ୱାଲଙ୍କ ୫୧ ଟାର୍ଗେଟ ପୂରା କରିବା ସହ ମ୍ୟାଚ୍ ଜିତି ସିରିଜ୍ କବଜା କରିନେଇଛି ଭାରତ। ସିରିଜରେ ଜବରଜସ୍ତ ବ୍ୟାଟିଂ ବୋଲିଂ ଲାଗି ରବିଚନ୍ଦ୍ରନ ଅଶ୍ବିନ ସିରିଜର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିବାବେଳେ ଜୈସ୍ୱାଲମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ହାତେଇଛନ୍ତି,ସେ ପ୍ରଥମ ଏବଂ ଦ୍ବିତୀୟ ଇଂନିସରେ ଲଗାତର ଅର୍ଦ୍ଧଶତକ ମାରି ବାଂଲା ବୋଲରଙ୍କ ନିଦ ହଜାଇଦେଇଥିଲେ। ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲରେ ବର୍ତ୍ତମାନ ଟିମ୍ ଇଣ୍ଡିଆ ପ୍ରଥମ ସ୍ଥାନରେ ରହିଥିବାବେଳେ ଅଷ୍ଟ୍ରେଲିଆ ଦ୍ବିତୀୟ ସ୍ଥାନରେ ରହିଛି,କାନପୁର ଟେଷ୍ଟ ପରେ ଭରାତ ୨୦୨୩-୨୫ ଡବ୍ଲ୍ୟୁଟିସି ସିଜିନରେ ମାତ୍ର ୮ଟି ମ୍ୟାଚ ଖେଳିବ । ସେଥିରେ ଭାରତ ଦୁଇ ଶକ୍ତିଶାଳୀ ଟିମ୍ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ।ଫାଇନାଲରେ ସ୍ଥାନ ପକ୍କା କରିବାକୁ ହେଲେ ଭାରତକୁ ସେଥିମଧ୍ୟରୁ ୫ଟି ମ୍ୟାଚରେ ଜିତିଲେ ଡବ୍ଲ୍ୟୁଟିସି ଫାଇନାଲ ଖେଳିବ 

SPEED 10
7m ago
Speed 10 : ଆଜିର ସବୁଠୁ ଗୁରୁତ୍ଵପୂର୍ଣ୍ଣ ଖବର
ଅର୍ଗସ ବ୍ୟୁରୋ : ଶ୍ରୀମନ୍ଦିରରେ ରୋଷେଇରେ ଲୁହା କଡ଼େଇ ବ୍ୟବହାର ନେଇ କାର୍ଯ୍ୟାନୁଷ୍ଠାନ : ୩ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଶ୍ରୀମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ପରିସ
AMERICA
13m ago
ଇସ୍ରାଏଲକୁ ସାହାଯ୍ୟ କରିବ ଆମେରିକା ! ଚିନ୍ତାରେ ବିଶ୍ଵ ସମୂହ
ଅର୍ଗସ ବ୍ୟୁରୋ: ମଧ୍ୟ ପ୍ରାଚ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ହିଜବୁଲ୍ଲା ଉପରେ ଭୟଙ୍କର ଆକ୍ରମଣ କରୁଛି ଇସ୍ରାଏଲ । ଏହାରି ଭିତରେ ଆମେରିକା ମଧ୍ୟ ଇସ୍ରାଏଲକୁ ଖୋଲା ସମର୍ଥନ ଦେବା ସହି
CHILIKA
16m ago
ଶୁଖିଗଲାଣି ଚିଲିକା : ଚିନ୍ତାରେ ମତ୍ସଜୀବୀ
ଅର୍ଗସ ବ୍ୟୁରୋ: ଚିଲିକା । ନାଁ ଶୁଣିବା ମାତ୍ରେ ମନରେ ଛନକା ପଶେ । ପିଲାବେଳୁ ଆମେ ସମସ୍ତେ ପଢିଛନ୍ତି କି ଅକାତ ପାଣି ସେ ଗଣ୍ଡରେ କାଳିଯାଈ ତା ନାଁ । ହେଲେ ସମୟକ୍ରମେ ବଦଳିଯାଇଛ