ଗୁଳି ବାଜିବା ପରେ ପ୍ରକାଶ ପାଇଲା ଗୋବିନ୍ଦାଙ୍କ ପ୍ରତିକ୍ରିୟା‌: କହିଲେ ଭଲ ଅଛି
by Argus News
Tue, Oct 01 | 4:32 p.m.

ଅର୍ଗସ ବ୍ୟୁରୋ: ଅକ୍ଟୋବର ପହିଲା ବା ମଙ୍ଗଳବାର ଦିନ ଗୁଳି ଆଘାତ ପାଇ ସକାଳୁ ସକାଳୁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ଅଭିନେତା ଗୋବିନ୍ଦା। ହସ୍ପିଟାଲ୍‌ରେ ଭର୍ତ୍ତି ହେବା ପ‌ରେ ଗୋବିନ୍ଦାଙ୍କ ପ୍ରଥମ ପ୍ରତିକ୍ରିୟା ପ୍ରକାଶ ପାଇଛି। ତାଙ୍କ ପାଇଁ ପ୍ରାର୍ଥନା କରିଥିବାରୁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ନିଜେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି। 

୯୦ ଦଶକର ବଲିଉଡ ତାରକା ନିଶ୍ଚିତ କରିଛନ୍ତି ଯେ ଡାକ୍ତରମାନେ ତାଙ୍କ ଗୋଡରୁ ଗୁଳି ବାହାର କରିଛନ୍ତି ଏବଂ ସେ ବର୍ତ୍ତମାନ ଭଲ ଅନୁଭବ କରୁଛନ୍ତି। ଗୋବିନ୍ଦାଙ୍କ ବିବୃତିର ଓଡ଼ିଆ ଅନୁବାଦ ହେଉଛି, ‘‘ମୁଁ ଗୋବିନ୍ଦା। ମୋର ପ୍ରଶଂସକ, ବାପାମଆ ଓ ଈଶ୍ବର କୃପାରୁ ମୁଁ ଭଲ ଅଛି। ମୁଁ ଗୁଳି ଆଘାତ ପାଇଥିଲି। ମାତ୍ର ବର୍ତ୍ତମାନ ମୁଁ ଙଲ ଅନୁଭବ କରୁଛି। ସେମାନେ ଗୁଳି କାଢ଼ି ଦେଇଛନ୍ତି। ମୋ ଡାକ୍ତର ଅଗ୍ରୱାଲ୍‌ଙ୍କୁ ଧନ୍ୟବାଦ୍‌। ମୋ ପାଇଁ ପ୍ରାର୍ଥନା କରିଥିବା ମୋର ସମସ୍ତ ପ୍ରଶଂସକଙ୍କୁ ଅଶେଷ ଅଶେଷ ଧନ୍ୟବାଦ।’’

ବଲିଉଡ୍‌ ଅଭିନେତା ତଥା ଶିବସେନା ନେତା ଗୋବିନ୍ଦା ମଙ୍ଗଳବାର ଦିନ ଗୁଳି ମାଡ଼ ଖାଇ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ନିଜ ବନ୍ଧୁକରୁ ହିଁ ଗୁଳି ବାଜି ଗୋବିନ୍ଦା ଆହତ ହୋଇ ଚିକିତ୍ସିତ ହେବାକୁ ହସ୍ପିଟାଲ୍‌ ଯାଇଥିଲେ। ତାଙ୍କ ନିଜ ବନ୍ଧୁକରୁ ଭୁଲ୍‌ ବଶତଃ ଗୁଳି ଗୋବିନ୍ଦାଙ୍କ ଆଣ୍ଠୁରେ ବାଜି ଯାଇଥିବା ସୂଚନା ରହିଛି। ଗୋବିନ୍ଦା ବାହାରକୁ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ସେ ତାଙ୍କ ଲାଇସେନ୍ସପ୍ରାପ୍ତ ରିଭଲଭରକୁ ଦେଖୁଥିବା ବେଳେ ଭୋର୍‌ ୪.୪୫ ସମୟରେ ଏହି ଘଟଣା ଘଟିଥିଲା। ଗୁଳିଟି ଗୋବିନ୍ଦାଙ୍କୁ ତାଙ୍କ ଆଣ୍ଠୁରେ ଆଘାତ କରିଥିଲା ​​ଏବଂ ସେ ବର୍ତ୍ତମାନ ମୁମ୍ବାଇର କ୍ରିଟି କେୟାର ହସ୍ପିଟାଲର ଇଣ୍ଟେନ୍‌ସିଭ୍‌ କେୟାର୍‌ ୟୁନିଟ୍‌ (ଆଇସିୟୁ)ରେ ଥିଲେ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

SPEED 10
5m ago
Speed 10 : ଆଜିର ସବୁଠୁ ଗୁରୁତ୍ଵପୂର୍ଣ୍ଣ ଖବର
ଅର୍ଗସ ବ୍ୟୁରୋ : ଶ୍ରୀମନ୍ଦିରରେ ରୋଷେଇରେ ଲୁହା କଡ଼େଇ ବ୍ୟବହାର ନେଇ କାର୍ଯ୍ୟାନୁଷ୍ଠାନ : ୩ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଶ୍ରୀମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ପରିସ
AMERICA
11m ago
ଇସ୍ରାଏଲକୁ ସାହାଯ୍ୟ କରିବ ଆମେରିକା ! ଚିନ୍ତାରେ ବିଶ୍ଵ ସମୂହ
ଅର୍ଗସ ବ୍ୟୁରୋ: ମଧ୍ୟ ପ୍ରାଚ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ହିଜବୁଲ୍ଲା ଉପରେ ଭୟଙ୍କର ଆକ୍ରମଣ କରୁଛି ଇସ୍ରାଏଲ । ଏହାରି ଭିତରେ ଆମେରିକା ମଧ୍ୟ ଇସ୍ରାଏଲକୁ ଖୋଲା ସମର୍ଥନ ଦେବା ସହି
CHILIKA
14m ago
ଶୁଖିଗଲାଣି ଚିଲିକା : ଚିନ୍ତାରେ ମତ୍ସଜୀବୀ
ଅର୍ଗସ ବ୍ୟୁରୋ: ଚିଲିକା । ନାଁ ଶୁଣିବା ମାତ୍ରେ ମନରେ ଛନକା ପଶେ । ପିଲାବେଳୁ ଆମେ ସମସ୍ତେ ପଢିଛନ୍ତି କି ଅକାତ ପାଣି ସେ ଗଣ୍ଡରେ କାଳିଯାଈ ତା ନାଁ । ହେଲେ ସମୟକ୍ରମେ ବଦଳିଯାଇଛ