ବିଷାକ୍ତ ଛତୁ ଖାଇ ୩ ଗୁରୁତର
by Argus News
Sat, Jun 29 | 8:09 p.m.

ଅର୍ଗସ ବ୍ୟୁରୋ: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ତିନି ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଲାଦୁର୍ମା ଗାଁରେ। ଗୁରୁତର ମାନେ ହେଲେ ଲାଦୂର୍ମା ଅଞ୍ଚଳର ଗେରେଗେରେଣ୍ଡି ମଣ୍ଡଳ, ତାଙ୍କ ପୁଅ ତବତୀୟl ମଣ୍ଡଳ ଓ ଝିଅ ପଞ୍ଚମୀ ମଣ୍ଡଳ। ସମସ୍ତଙ୍କୁ ଚିକିତ୍ସା ପାଇଁ ମୋହନା ମେଡିକାଲରେ ଭର୍ତ୍ତି କରିଛନ୍ତି ଗାଆଁ ଲୋକେ। 

ଆଜି ମଧ୍ୟାହ୍ନରେ ଜଙ୍ଗଲରୁ କିଛି ଛତୁ ଆଣି ରୋଷେଇ କରି ଖାଇଥିଲେ। ଏହାର କିଛି ସମୟ ପରେ ମୁଣ୍ଡ ବୁଲାଇବା ସହ 3 ଜଣ ବାନ୍ତି କରିଥିଲେ। ତୁରନ୍ତ ସେମାନଙ୍କୁ ଚିକିତ୍ସା ପାଇଁ ମୋହନା ମେଡିକାଲକୁ ଅଣାଯାଇଥିଲା। ବର୍ତ୍ତମାନ ଚିକିତ୍ସା ଚାଲିଥିବା ବେଳେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

ପ୍ରବଳ ବର୍ଷା
ଦିଲ୍ଲୀ ସମେତ ଉତ୍ତର ଭାରତରେ ପ୍ରବଳ ବର୍ଷା ସମ୍ଭାବନା
ନୂଆଦିଲ୍ଲୀ: ଆସାମ ଓ ହିମାଚଳରେ ବର୍ଷା ବିତ୍ପାତ । ହିମାଳୟ କ୍ଷେତ୍ରରେ ବିଭିନ୍ନ ସ୍ଥାନରେ ଭୂସ୍ପଳନ ଘଟିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । କେବଳ ଆସାମରେ ବର୍ଷା ଜନିତ ମୃତ୍ୟ
ହସ୍ପିଟାଲରେ ଭର୍ତ୍ତି
ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ହସ୍ପିଟାଲରେ ଭର୍ତ୍ତି । ଗୋଟିଏ ସପ୍ତାହ ମଧ୍ୟରେ ୨ ଥର ହସ୍ପିଟାଲରେ ହେଲେଣି ଭର୍ତ୍ତି । ଆଡଭାନୀଙ୍କ ସ୍ବାସ୍ଥ୍ୟବସ୍ଥା ଖରା
ନିର୍ବାଚନ
ଦେଶରେ ନୂଆ ସରକାର ବାଛିବେ ବ୍ରିଟିଶବାସୀ
ନୂଆଦିଲ୍ଲୀ: ଆଜି ବ୍ରିଟେନ ନିର୍ବାଚନ । ଦେଶରେ ନୂଆ ସରକାର ବାଛିବେ ବ୍ରିଟିଶବାସୀ । ଏଥର ଋଷି ସୁନକଙ୍କ କଞ୍ଜରଭେଟିଭ ପାର୍ଟି ଏବଂ ଲେବର ପାର୍ଟି ମଧ୍ୟରେ କଡା ଟକ୍କର ହେଉଛି । ୬୫୦ ଆସ