ନକଲି ସୁନାଶଙ୍ଖ ବିକ୍ରି ଅଭିଯୋଗରେ ୪ ଗିରଫ
by Argus News
Sat, Dec 16 | 2:50 p.m.

ନବରଙ୍ଗପୁର : ନବରଙ୍ଗପୁର ଜିଲା ଉମରକୋଟ ଠାରେ ପୁଣି ନକଲି ଶଙ୍ଖ ବିକ୍ରୀ ଅଭିଯୋଗ । ଲୋକ ବାରମ୍ବାର ଏଥିରେ ଠକାମୀର ଶିକାର ହେଉଛନ୍ତି। ଉମରକୋଟ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଉମରକୋଟ ପୋଲିସ ପକ୍ଷରୁ ନକଲି ସୁନା ଶଙ୍ଖ ବିକ୍ରି କୁ ନେଇ ବିସ୍ତୃତ ସୂଚନା ଦିଆଯାଇଛି। ଠକାମୀର ଶିକାର ହେଲେ ପୁରୀ ଜିଲା ଗୋଡିଶାଗଡା ଥାନା ଅଧିନ ଅଲିବାଗ ଗ୍ରାମର ରାଜେଶ ପଲେଇ  । ରାଜେଶ ଏ ନେଇ ଗତ ନଭମ୍ବର ୪ ରେ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।  ଘଟଣା ଅନୁସାରେ ଉମରକୋଟ ଥାନା ଅନ୍ତର୍ଗତ ଏକମ୍ୱା ଗ୍ରାମ ର ପଲ୍ଲବ ନାମକ ଜଣେ ବ୍ୟକ୍ତି ପୁରୀ ଜିଲା ର ରାଜେଶ ପଲେଇ ଙ୍କୁ ଏକ ଶଙ୍ଖ ଦେଖାଇ ଥିଲା ।ଏହା ସୁନା ବୋଲି କହିବା ସହ ଏହାକୁ ୩ ଲକ୍ଷ ଟଙ୍କାରେ ବିକ୍ରୀ କରିବା ପାଇଁ ଚାହୁଁଛି ବୋଲି କହିଥିଲା।

ଅଧିକ ପଢନ୍ତୁ ଓଡିଶା ଖବର

ତୁରନ୍ତ ରାଜେଶ ବାପାଙ୍କୁ ଫୋନ କରି ସୁନା ଶଙ୍ଖ ସମ୍ପର୍କ ରେ ଅବଗତ କରିଥିଲେ ଓ କିଣିବା ପାଈଁ ଆଗ୍ରହ ପ୍ରକାଶ କରିଥିଲେ। ଏହା ପରେ ରାଜେଶଙ୍କ ବାପା ଏକମ୍ବା ଆସିଥିଲେ ଓ ପଲଭ ଠାରୁ ସୁନା ଶଙ୍ଖକୁ ୩ ଲକ୍ଷ ଟଙ୍କାରେ କ୍ରୟ କରିଥିଲେ। ଯେତେବେଳେ ରାଜେଶଙ୍କ ବାପା ଶଙ୍ଖକୁ ପରୀକ୍ଷା କରିବା ପାଇଁ ବାହାରିଥିଲେ , ପଲଭ ଏହାକୁ ନକରିବା ପାଇଁ ଧମକ ଦେଇଥିଲେ। ପରେ ରାଜେଶ ଓ ତାଙ୍କ ପିତା  ଶଙ୍ଖକୁ ପରୀକ୍ଷା କରି ଦେଖିବା ବେଳକୁ ଏହା ସୁନା ନୁହେଁ ବରଂ ଏହା ପିତ୍ତଳ ବୋଲି ଜଣା ପଡିଥିଲା।  ଏହା ଜାଣିବା ପରେ ରାଜେଶ ନଭେମ୍ବର ୪ ତାରିଖ ରେ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ନେଇ ଉମରକୋଟ ପୋଲିସ ଘଟଣା ର  ତଦନ୍ତ ଆରମ୍ଭ କରି କରିଥିଲା । ପରେ ଉମରକୋଟ ପୋଲିସ ଉମରକୋଟ ଶିବାଜୀ ନଗରର ଛବିନ୍ଦ୍ର ସାହୁ, ଡାବୁଗାଁ ଥାନାର ଜାମଗୁଡ଼ା ଗ୍ରାମ ର ଗଣେଶ ପନକା, କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଆମ୍ବଗାଁ ଗ୍ରାମର କ୍ରିଷ୍ଣା ପନକା, ଡାବୁଗାଁ ଥାନା ଅନ୍ତର୍ଗତ ମାଝୀଗୁଡ଼ା ଗ୍ରାମର ହିରାସିଂ ହରିଜନ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ଠାରୁ ଦୁଇଟି ପିତଳ ଶଙ୍ଖ, ୪୦୦୦୦ ଟଙ୍କା,ଗୋଟିଏ କାର, ଦୁଇଟି ଛୁରୀ, ଲାଠି ୨ ଟି ଓ ୪ ଟି ମୋବାଇଲ ଜବତ କରିଛି।  ଉମରକୋଟ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ପାପଡ଼ାହାଣ୍ଡି ପୋଲିସ ଉପଖାଣ୍ଡ ଅଧିକାରୀ ଆଦିତ୍ୟ ସେନ୍ ସୂଚନା ଦେଇଛନ୍ତି।     

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ