ପାଣି ପାଇଁ ମାରପିଟ୍, ୪ ଆହତ
by Argus News
Sun, Jun 16 | 2:30 p.m.

ଅର୍ଗସ ବ୍ୟୁରୋ:  ପାଣି ପାଇଁ ମାରପିଟ୍, ଗୋଟିଏ ପରିବାରର ୪ ଆହତ । କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ୱାର୍ଡ ନମ୍ବର ୩ ଠାକୁରାଣୀ ଅଞ୍ଚଳରେ ପାଣି ପାଇଁ ଗଣ୍ଡଗୋଳ। ଓଏମଡିସି କମ୍ପାନୀ ପକ୍ଷରୁ ଠାକୁରାଣୀ ସେଡ଼ିଂ ବସ୍ତି ଅଞ୍ଚଳରେ ଏକ ବୋରୱେଲ ନିର୍ମାଣ କରାଯାଇଛି। ଏହି ବୋରୱେଲରୁ ପ୍ରାୟ ୨୦ ଘରକୁ ପାଇପ୍ ସଂଯୋଗ ହୋଇଛି । ତେବେ ଜଣେ ବ୍ୟକ୍ତି ମୁଖ୍ୟ ପାଇପ୍ ଲାଇନରେ ଏକ ଭଲବ୍ ଲଗାଇବାକୁ ନେଇ ଗଣ୍ଡଗୋଳ ଓ ମାର୍‌ପିଟ ହୋଇଥିଲା । ଏଥିରେ ଲଳନ ଗୁପ୍ତାଙ୍କ ପତ୍ନୀ ଲକ୍ଷ୍ମୀ ଦେବୀ, ତାଙ୍କ ଯାଆ ଓ ଦୁଇ ଝିଆରୀ ଆହତ ହୋଇଛନ୍ତି । ଲୁହା ରଡ ଓ ବାଡ଼ିରେ ଆକ୍ରମଣ ଯୋଗୁ ଲକ୍ଷ୍ମୀ ଦେବୀଙ୍କ ମୁଣ୍ଡ ଫାଟିଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ଉଭୟ ପକ୍ଷରୁ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଚାଲେଞ୍ଜ
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ