ବ୍ରାଉନସୁଗାର ଜବତ, ଦୁଇ ଗିରଫ 
by Argus News
Tue, Mar 19 | 8:56 a.m.

ନୂଆପଡା: ଭଦ୍ରକ ରୁ ନୂଆପଡ଼ା ଲମ୍ବିଛି ବ୍ରାଉନସୁଗାର ଲିଙ୍କ୍ । 40 ଗ୍ରାମ ବ୍ରାଉନସୁଗାର ଜବତ ସହ ଦୁଇ ଜଣ ଗିରଫ ହୋଇଛନ୍ତି । କୋମନା ଥାନା କାଣ୍ଡେତରା ଠାରେ ଦୁଇ ଜଣ ଯୁବକ ଠାରୁ ବ୍ରାଉନସୁଗାର ଜବତ କରିଛି ନୂଆପଡ଼ା ଅବକାରୀ ରେଞ୍ଜ ଟିମ୍ । ଦୁଇ ଜଣ ଯୁବକ ଠାରୁ 40 ଗ୍ରାମର ବ୍ରାଉନସୁଗାର ସହ ମାତ୍ରାଧିକ ନିଶା ଔଷଧ ଜବତ ହୋଇଛି ।

ଜବତ ବ୍ରାଉନସୁଗାରର ମୂଲ୍ୟ 4 ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ସୂଚନା ଦେଇଛନ୍ତି ଅବକାରି ଅଧିକାରୀ ।  ଦୁଇ ଜଣ ଅଭିଯୁକ୍ତ ହେଲେ ସତ୍ୟଜିତ ହରପାଳ ଏବଂ ସାଗର ରଞ୍ଜନ ବଳ । ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ଏକ ଟିମ୍ ଚଢାଉ କରିବା ସହ ଦୁଇ ଜଣକୁ ଗିରଫ କରିଛି । ଅଭିଯୁକ୍ତମାନଙ୍କ ଲିଙ୍କ୍ ଭଦ୍ରକ ଜିଲ୍ଲାରୁ ରହିଥିବା ସୂଚନା ମିଳିଛି ।

ନୂଆପଡ଼ା ଜିଲ୍ଲାରେ ବ୍ରାଉନସୁଗାର ଘଟଣା ପ୍ରଥମ ହୋଇଥିବାରୁ ଲୋକେ ଅଧିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ଆହୁରି ପଢନ୍ତୁ ଅପରାଧ ଖବର...
 

ମୁଖ୍ୟମନ୍ତ୍ରୀ
ବିଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ଇସ୍ତାହାର ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ନମ୍ବର ୱାନ ଘୋଷଣା ପତ୍ର ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତ
ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଦୁଇ ଦିନିଆ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଭୁବନେଶ୍ୱରରେ ରୋଡ ସୋରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୬ ଟାରେ ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବେ ମୋଦି ଆସନ୍ତ
ଧର୍ମେନ୍ଦ୍ର
" ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି ସରକାର " - ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ : ନିର୍ବାଚନ ଫଳ ଆସିବା ପରେ ବିଜେଡିକୁ ଭାଙ୍ଗି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରି ସରକାର ଗଠନ ଲାଗି ରଣନୀତି କରିଛି ବିଜେପି। ବରାଦି ସାମ୍ବାଦିକ ସମ୍ମିଳନୀରେ ବିଜେଡ