ଦୂଷିତ ପାଣି ପିଇ ଗଲାଣି 5 ଜଣଙ୍କର ଜୀବନ, 100ରୁ ଅଧିକ ଆକ୍ରାନ୍ତ
by Argus News
Sun, Dec 17 | 7:08 p.m.

ଅର୍ଗସ ବ୍ୟୁରୋ: ରାଉରକେଲାର ପାନପୋଷ, ଛେଣ୍ଡ୍, ଗୋପବନ୍ଧୁପାଲ୍ଲୀ, ଉଦିତନଗର, ଏବେ ପାଲଟିଛି ଝାଡାବାନ୍ତିର ହଟସ୍ପଟ୍ । ମାତ୍ର 7 ଦିନ ଭିତରେ ଗଲାଣି 5 ଜୀବନ । ଆକ୍ରାନ୍ତ ହେଲେଣି 100ରୁ ଅଧିକ । ହସପିଟାଲରେ ବେଡ୍ ନାହିଁ, ଏମିତି ତଳେ ଚାଲିଛି ଚିକିତ୍ସା । ରାଉରକେଲାର ଏଇ ଚିତ୍ର ଖୋଲିଦେଇଛି ରାଜ୍ୟ ସରକାରଙ୍କ ଶୁଦ୍ଧ ପାନୀୟ ଜଳ ପାଇଁ Drink from Tapର ପୋଲ। 2022ରେ ରାଉରକେଲା ସମେତ ରାଜ୍ୟର ଅନ୍ୟ 18 ସହରରେ ଏଇ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ନିଜେ ମୁଖ୍ୟମନ୍ତ୍ରୀ। ବର୍ଷେ ବି ହୋଇନାହିଁ ରାଉରକେଲାର ଚିତ୍ର ଏମିତି । ଭଲକରି ଦେଖନ୍ତୁ କିଭଳି ପାଣି ବ୍ୟବହାର କରୁଛନ୍ତି ରାଉରକେଲାବାସୀ । ଦୂଷିତ ପାଣି ଯୋଗୁଁ ଝାଡାବାନ୍ତିରେ ଲୋକଙ୍କ ଜୀବନ ଯାଉଥିବା ଅଭିୟୋଗ ହୋଇଛି ।

କୌଣସି ଉପାନ୍ତ କି ଦୁର୍ଗମ ନୁହେଁ, ରାଉରକେଲା ଭଳି ସହରରେ କାହିଁକି ଏ ସ୍ଥିତି, କାହିଁକି ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ ବିଶୁଦ୍ଧ ପାନୀୟ ପାଣି, ଯାଞ୍ଚ ପାଇଁ ଗଠନ ହୋଇଛି ରାପିଡ୍ ରେସପନ୍ସ ଟିମ୍। ଡାକ୍ତରୀଦଳ ବି ଅନୁଧ୍ୟାନ କରୁଛନ୍ତି । ଜିଲ୍ଲାପାଳ ମଧ୍ୟ ପାଇପ ପାଣିରେ ସମସ୍ୟା ଥାଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ।ସେପଟେ ସୁନ୍ଦରଗଡ଼ ସାଂସଜ ଜୁଏଲ୍ ଓରାମ୍ ଓ ସ୍ଥାନୀୟ ବିଧାୟକ ତଥା ଶ୍ରମମନ୍ତ୍ରୀ ଶାରଦା ନାୟକ ହସପିଟାଲ ଯାଇ ଅସୁସ୍ଥଙ୍କୁ ଭେଟିଛନ୍ତି । କାହିଁକି ଲୋକଙ୍କ ଜୀବନ ଯାଉଛି ତାର ଉତ୍ତରରେ ବିତଣ୍ଡା ଯୁକ୍ତି ବାଢିଛନ୍ତି ସାରଦା।

ବିଜ୍ଞାପନ ଓ ପ୍ରଚାରରେ ସୀମିତ ଯୋଜନା ପରେ ଯୋଜନା କରି ଦେଉଥିବାର ଡିଣ୍ଡିମ ପଛର ବାସ୍ତବତା ସାମ୍ନାକୁ ଆସିଛି ରାଉରକେଲାରୁ । 2015ରେ ବି ଦୁଷିତ ପାଣି ଯୋଗୁଁ ସମ୍ବଲପୁରରେ ବ୍ୟାପିଥିଲା ଜଣ଼୍ଡିସ୍ । ଯାଇଥିଲା 25ରୁ ଅଧିକ ଲୋକଙ୍କ ଜୀବନ । ଏବେ ପୁଣି ରାଉରକେଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ