ସପ୍ତଶଯ୍ୟା ପାହାଡ଼ ବୁଲି ନିଖୋଜ ହୋଇଥିବା ୫ ଛାତ୍ର ଉଦ୍ଧାର
by Argus News
Mon, Jul 01 | 8:19 a.m.

ଅର୍ଗସ ବ୍ୟୁରୋ:  ଢ଼େଙ୍କାନାଳ ସପ୍ତଶଯ୍ୟା ପାହାଡ଼ ବୁଲି ନିଖୋଜ ହୋଇଥିବା ୫ ଛାତ୍ର ଉଦ୍ଧାର ହୋଇଛନ୍ତି।ଗତକାଲି ବିଳମ୍ବିତ ରାତିରେ ସେମାନଙ୍କୁ ସ୍ଥାନୀୟ ବାସିନ୍ଦା, ବନ ବିଭାଗ ପୋଲିସ ଦ୍ୱାରା ସୁରକ୍ଷିତ ଉଦ୍ଧାର କରାଯାଇଛି। ଜଣେ ଲୋକାଲ ଛାତ୍ରଙ୍କ ସହ କଟକ ଅଞ୍ଚଳର ଅନ୍ୟ ଚାରିଜଣ ଛାତ୍ର ସପ୍ତଶଯ୍ୟା ବୁଲିବା ପାଇଁ ଆସିଥିଲେ।ପାହାଡ଼ ଚଢିବା ସମୟରେ ବାଟବଣା ହୋଇ ଅନ୍ୟ ଏକ ପାହାଡକୁ ଚାଲିଯାଇଥିଲେ।ପରେ ସନ୍ଧ୍ୟା ଓ ବର୍ଷା ହେବାରୁ ଆଉ ବାଟ ପାଇବା ସେମାନଙ୍କ ପାଖରେ ସମ୍ଭବ ହୋଇନଥିଲା।ଏନେଇ ସେମାନେ ଘର ଲୋକଙ୍କୁ ଖବର ଦେଇଥିଲେ।ଖବର ପାଇ ପୋଲିସ ଓ ବନ ବିଭାଗର ଟିମ୍ ସେମାନଙ୍କୁ ଖୋଜାଖୋଜି କରିଥିଲା।ଦୀର୍ଘ ୬ରୁ ସାତ ଘଣ୍ଟାର ପରିଶ୍ରମ ପରେ ପ୍ରାୟ ରାତି ସାଢ଼େ ଗୋଟାଏ ସମୟରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।ତେବେ ଉଦ୍ଧାର ସମସ୍ତ ଛାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସ୍ନେହାଙ୍ଗିନୀ ଛୁରିଆ
17m ago
ନିଜ ଆଲିସାନ୍ ବାସଗୃହକୁ ରାସ୍ତା ତିଆରି ପାଇଁ ବେଆଇନ କାମ
ବରଗଡ: ବରଗଡ଼ ଜିଲ୍ଲା ଭେଡେନ୍ ବ୍ଲକ୍ ତାଲମେଣ୍ଡା ପଞ୍ଚାୟତର ଦେକୁଲବା ଗାଁ। ଏମିତି ତ ଇଏ ରାଜ୍ୟର ଅନ୍ୟ ଗାଁ ଗୁଡ଼ିକ ଭଳି ଗୋଟିଏ ସାଧାରଣ ଗାଁ। ଏଠି ବି ଲୋକେ ନାନା ସମସ୍ୟାରେ ଜର୍ଜରିତ
ହଲ୍ଲାବୋଲ
ସ୍ଥାନୀୟ ଲୋକଙ୍କ ହଲ୍ଲାବୋଲ ପରେ ଚେହିଁଲା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ
କେନ୍ଦ୍ରାପଡ଼ା: ସ୍ଥାନୀୟ ଲୋକଙ୍କ ହଲ୍ଲାବୋଲ ପରେ ଭାଙ୍ଗିଲା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ନିଦ...ଧ୍ରୁବ ସାହୁଙ୍କ ହୋଟେଲ ସ୍ବାଦ ବେଆଇନ୍ କି ନୁହେଁ କରାଯିବ ତଦନ୍ତ...ଆଜି ଯା
ସ୍ବଚ୍ଛ ସହର
ଖୁବ୍‌ଶୀଘ୍ର ସମ୍ବଲପୁର ହେବ ଆଧୁନିକ ସ୍ବଚ୍ଛ ସହର
ସମ୍ବଲପୁର : ବଦଳିବ ଚିତ୍ର...ଖୁବ୍‌ଶୀଘ୍ର ସମ୍ବଲପୁର ହେବ ଆଧୁନିକ ସ୍ବଚ୍ଛ ସହର...ନିଜ ନିର୍ବାଚନୀ କ୍ଷେତ୍ର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ