ମୁଁ କିଛି ନୁହେଁ କହି ସବୁ କରୁଛନ୍ତି କି ପାଣ୍ଡିଆନ
by Argus News
Thu, Apr 18 | 7:48 p.m.

ଅର୍ଗସ ବ୍ୟୁରୋ: ୨୦୨୪ରେ ବିଜେଡ଼ି ପ୍ରଚାର ପାଇଁ ବଡ ଟ୍ରମ୍ପ କାର୍ଡ ଥିଲା 5T । ଇସିଆଇଙ୍କ ଛାଟ ପରେ 5T ଏବେ MISSING । ୧୬ ମାର୍ଚ୍ଚରୁ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ସତ୍ତ୍ଵେ ସିଏମଙ୍କ କାର୍ଯ୍ୟାଳୟରେ ଅଫିସର ତାଲିକାରେ ନମ୍ବର ୱାନ ଥିଲେ ବାବୁ ପାଣ୍ଡିଆନ । ବିଜେଡିର ସବୁ ଦଳୀୟ କାମ ସହ ସରକାରୀ କାମ ବି କରୁଥିଲେ । ତେବେ ଏ ନେଇ ଏପ୍ରିଲ ୪ରେ ନିର୍ବାଚନ କମିଶନରେ ଅଭିଯୋଗ କରିଥିଲା ବିଜେପି । ଆଉ ଇସିଆଇଙ୍କ ନିର୍ଦ୍ଦେଶ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ସବୁ ସରକାରୀ ୱେବସାଇଟରୁ 5Tଙ୍କୁ ହଟାଇଥିଲେ ରାଜ୍ୟ ସରକାର । 

ଆଉ ଏବେ ପୁଣି 5Tକୁ ଟାର୍ଗେଟ କରିଛି ବିଜେପି । ଭି.କେ. ପାଣ୍ଡିଆନଙ୍କ ପଲିଟିକାଲ ଲଞ୍ଚିଂ ପାଇଁ 5T ଆରମ୍ଭ କରିଥିଲେ ବିଜେଡ଼ି ସରକାର । 5T ପ୍ରଚାର ପାଇଁ ରାଜ୍ୟ ରାଜକୋଷରୁ 500 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । 5T ପ୍ରଚାର ପାଇଁ ଖର୍ଚ୍ଚ ହୋଇଥିବା 500 କୋଟି ଟଙ୍କା ବିଜେଡିର ନିର୍ବାଚନୀ ଖର୍ଚ୍ଚରେ ସାମିଲ କରାଯାଉ । ଆଉ ବିଜେଡ଼ି ଠାରୁ ଏହି 500 କୋଟି ଟଙ୍କା ଆଦାୟ କରି ରାଜ୍ୟ ରାଜକୋଷକୁ ଦିଆଯାଉ ଦାବି କରିଛି ବିଜେପି । ସେହିପରି 5T ନାଁରେ ପାଖାପାଖି 40 ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି। ଏହାର ମଧ୍ୟ ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ଦାବି କରିଛି ଦଳ । 

କେବଳ ଏତିକି ନୁହେଁ, 5T ମାଧ୍ୟମରେ ସମସ୍ତ ନିର୍ବାଚିତ ଜନ ପ୍ରତିନିଧିଙ୍କ କ୍ଷମତାକୁ କ୍ଷୁର୍ଣ୍ଣ କରାଯାଉଥିଲା । ତେଣୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ କ୍ଷମା ମାଗନ୍ତୁ । ଏହାସହ 5T ନାଁରେ ଓଡ଼ିଆ ଅସ୍ମିତାକୁ ଦଳି ମକଚି ଦିଆଯାଇଥିଲା । ବିଜେଡ଼ି ଏହା କରିଥିବାରୁ ରାଜ୍ୟବାସୀଙ୍କୁ କ୍ଷମା ମାଗୁ ବୋଲି ବିଜେପିର ଦାବି । ଏହାସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏବେ ଓଏସଡି ଦାୟିତ୍ଵରେ ଥିବା ଅବସରପ୍ରାପ୍ତ ଓଏଏସ ଅଧିକାରୀ ଗୋପବନ୍ଧୁ ଦାସଙ୍କ ନାଁରେ ମଧ୍ୟ ସଙ୍ଗୀନ ଅଭିଯୋଗ ଆଣିଛି ବିଜେପି । 

ଗୋପବନ୍ଧୁ ଦାସ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ସତ୍ତ୍ଵେ ସେ ବିଜେଡ଼ି ପାଇଁ ଗତ ପଞ୍ଚାୟତ ନିର୍ବାଚନରେ ପ୍ରଚାର କରିଥିଲେ । ତେଣୁ ଗୋପବନ୍ଧୁ ଦାସ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରହିପାରିବେ କି ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୋପବନ୍ଧୁ ଦାସଙ୍କ ବହିଷ୍କାର କରାଯାଉ ବୋଲି ଦାବି କରିଛି ବିଜେପି । ଯଦି ତାଙ୍କୁ ହଟା ନଯାଏ ତେବେ ସିଇଓଙ୍କ ପାଖକୁ ଯିବ ଚେତାବନୀ ଦେଇଛି ବିଜେପି । ଏସବୁ ପ୍ରମାଣିତ ହେଉଛି ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବିଜେଡିର ରାଜନୈତିକ ଫାଇଦା ପାଇଁ କାମ କରୁଥିଲା । ଯାହାକି ଆଦର୍ଶ ଆଚରଣ ବିଧିର ଉଲଂଘନ । ତେଣୁ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢିବା ଉଚିତ୍ ନୁହେଁ ବୋଲି କହିଛି ବିଜେପି ।

5T ପଦ ଗଲା ପରେ ବି କମିଛି କି ପାଣ୍ଡିଆନଙ୍କ ପାୱାର ? କିଛି ଦିନ ପୂର୍ବରୁ ବସ ଦୁର୍ଘଟଣା ଆହତଙ୍କୁ ଭେଟିବାକୁ ଅଫିସର ମାନଙ୍କ ସହ ଏସସିବି ମେଡିକାଲ ଯାଇଥିଲେ ପାଣ୍ଡିଆନ । ତେଣୁ ରାଜ୍ୟ ରାଜକୋଷ ଲୁଟ ଅଭିଯୋଗରେ ଲୋକ ପ୍ରତ୍ୟାଖାନ କରିବାର ଭୟ ବିଜେଡିକୁ ଘାରିନି ତ ? ଯେଉଁଥିପାଇଁ ପରଦା ପଛରୁ ସବୁ କଣ୍ଟୋଲ କରୁଛନ୍ତି କି ପାଣ୍ଡିଆନ ?

ଆହୁରି ପଢନ୍ତୁ ଓଡିଶା ଖବର...

ରତ୍ନଭଣ୍ଡାର
8m ago
ଭିତର ରତ୍ନଭଣ୍ଡାର ଭିତରେ ଗୁପ୍ତକୋଠରୀ, ଗୁପ୍ତସୁଡଙ୍ଗ ରହସ୍ୟ ଖୋଜିବ ଜିପିଆର ସର୍ଭେ
ପୁରୀ: ଆଜି ପୁଣି ଖୋଲିବ ଭିତର ରତ୍ନଭଣ୍ଡାର । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ରତ୍ନଭଣ୍ଡାର ଖୋଲାଯାଇ ବୈଷୟିକ ସର୍ଭେ କରାଯିବ । ଭିତର ରତ୍ନଭଣ୍ଡାର ଭିତରେ ଗୁପ୍ତକୋଠରୀ
HOROSCOPE
35m ago
ଆଜି ଦିନଟି କେମିତି କଟିବ ଦେଖନ୍ତୁ...
ଅର୍ଗସ ବ୍ୟୁରୋ: ଆଜି କେମିତି କଟିବ ଆପଣଙ୍କ ଦିନ । କଣ କହୁଛି ଆପଣଙ୍କ ରାଶିଫଳ ପଢନ୍ତୁ... ମେଷ- ଘର ପାଇଁ କିଛି ଆସବାବ କ୍ରୟ କରି ପାରନ୍ତି । ଆପଣଙ୍କ କଥାକୁ ଲୋକ
ଶପଥ ନେବେ ଅତିଶୀ
40m ago
ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆମ ଆଦମୀ ପାର୍ଟୀର ନେତ୍ରୀ ଅତିଶୀ
ଅର୍ଗସ ବ୍ୟୁରୋ: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆମ ଆଦମୀ ପାର୍ଟୀର ନେତ୍ରୀ ଅତିଶୀ। ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ସରକାର ଗଢ଼ିବା ପ୍ରସ୍ତାବକୁ ସ୍ବୀକା