ଭିତର ରତ୍ନଭଣ୍ଡାର ଭିତରେ ଗୁପ୍ତକୋଠରୀ, ଗୁପ୍ତସୁଡଙ୍ଗ ରହସ୍ୟ ଖୋଜିବ ଜିପିଆର ସର୍ଭେ
by Argus News
Sat, Sep 21 | 8:46 a.m.

ପୁରୀ: ଆଜି ପୁଣି ଖୋଲିବ ଭିତର ରତ୍ନଭଣ୍ଡାର । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ରତ୍ନଭଣ୍ଡାର ଖୋଲାଯାଇ ବୈଷୟିକ ସର୍ଭେ କରାଯିବ । ଭିତର ରତ୍ନଭଣ୍ଡାର ଭିତରେ ଗୁପ୍ତକୋଠରୀ, ଗୁପ୍ତସୁଡଙ୍ଗ ରହସ୍ୟ ଖୋଜିବ ଜିପିଆର ସର୍ଭେ। ରତ୍ନଭଣ୍ଡାର ମାଟିତଳେ ଓ କାନ୍ଥ ପଛପଟେ କଣକଣ ସବୁ ଅଛି ସେନେଇ ଜିପିଆର ସର୍ଭେ ସ୍ପଷ୍ଟ କରିବ । 

ଆଜି ,ଆସନ୍ତାକାଲି ଓ ତା ପରଦିନ ଅର୍ଥାତ ଲଗାତାର ତିନିଦିନ ଧରି ଏଏସାଇ ଟିମ୍ ସଦସ୍ୟଙ୍କ ସମେତ CSIR_NGRI ବିଶିଷ୍ଟ ବୈଞ୍ୟାନିକ ଓ ଭୂତତ୍ୱବିଦ୍,ରତ୍ନଭଣ୍ଡାର ତଦାରଖ କମିଟିର ସଦସ୍ୟ ସମୁଦାୟ 15 ରୁ 16 ଜଣ ଭିତର ରତ୍ନଭଣ୍ଡାର ଯାଇ ବୈଷୟିକ ସର୍ଭେ କରିବେ । 

ଆଜିଠାରୁ 23 ତାରିଖ ପର୍ଯ୍ୟନ୍ତ ଭିତର ରତ୍ନଭଣ୍ଡାରର ଜିପିଆର ସର୍ଭେ ହେବାକୁ ଥିବାରୁ ଅପରାହ୍ନ 1ଟାରୁ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବା ବେଳେ ଟିମ୍ ର ସମସ୍ତ ସଦସ୍ୟ ଦିନ 2ଟାରୁ ସଂଧ୍ୟା 6ଟା ପର୍ଯ୍ୟନ୍ତ ଏହି ସର୍ଭେ କାର୍ଯ୍ୟ କରିବେ । ଯେହେତୁ 24 ତାରିଖରୁ ଷୋଳପୂଜା ନିମନ୍ତେ ସ୍ୱତନ୍ତ୍ର ନୀତିକାନ୍ତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସେଥିପାଇଁ ଏହା ପୂର୍ବରୁ ବୈଷୟିକ ସର୍ଭେ ଶେଷ କରାବାକୁ ଏଏସଆଇ ମହାନିର୍ଦ୍ଦେଶକଙ୍କୁ ଚିଠି ଳେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । 

ତେବେ ଗତ 18 ତାରିଖରେ ଭିତର ରତ୍ନଭଣ୍ଡାରର ଭରଟିକାଲ୍ ଓ ହରାଇଜୋଣ୍ଟାଲ ଲେଜର୍ ସ୍କାନିଂ କରାଯାଇଛି । ଏହାସହ  ଫିଜିକାଲ୍ ଯାଞ୍ଚ ସହ ରତ୍ନଭଣ୍ଡାରର ସ୍ଥିତି ଜାଣିବା ପାଇଁ ଷ୍ଟ୍ରକଚରାଲ୍ ଯାଞ୍ଚ ମଧ୍ୟ କରାଯାଇଥିଲା ।

ଆହୁରି ପଢନ୍ତୁ ଓଡିଶା ଖବର... 


 

JIO OFFER
21m ago
OTT ଲଭର୍ ଙ୍କ ପାଇଁ ଖୁସି ଖବର
ଅର୍ଗସ ବ୍ୟୁରୋ: OTT ଲଭର୍ ଙ୍କ ପାଇଁ ଖୁସି ଖବର । ଏଥର ପାର୍ବଣରେ ଜିଓର ଧମାକେ ଧାର୍ ଅଫର୍ । ମାତ୍ର 175 ଟଙ୍କା ରିଚାର୍ଜ କରି ପାଆନ୍ତୁ ଅନଲିମିଟେଡ୍ ଡାଟା ଓ 11ଟି ପପୁଲାର୍ OTT ପ୍ଲାଟ
ଖୋଲିବ ଭିତର ରତ୍ନଭଣ୍ଡା
23m ago
SPEED 10; ସଂକ୍ଷେପରେ ସକାଳର ଖବର...
ଆଜି ପୁଣି ଖୋଲିବ ଭିତର ରତ୍ନଭଣ୍ଡାର...ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଆଜିଠୁ 3 ଦିନ ରତ୍ନଭଣ୍ଡାର ଖୋଲାଯାଇ ବୈଷୟିକ ସର୍ଭେ କରାଯିବ...ଭିତର ରତ୍ନଭଣ୍ଡାର ଭିତରେ ଗୁପ୍ତକୋଠରୀ
ଦାଦନ ଶ୍ରମିକ ଉଦ୍ଧାର
24m ago
ହାଇଦ୍ରାବାଦକୁ ଚାଲାଣବେଳେ 9 ଦାଦନ ଶ୍ରମିକ ଉଦ୍ଧାର
ବଲାଙ୍ଗୀର: ଶ୍ରମିକ ଚାଲାଣ ବେଳେ ଉଦ୍ଧାର ହେଲେ ୯ ଦାଦନ ଶ୍ରମିକ । ହାଇଦ୍ରାବାଦକୁ ଚାଲାଣ ବେଳେ ଶ୍ରମିକଙ୍କୁ ଉଦ୍ଧାର କରିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ପୋଲିସ । ଏକ ବୋଲେରୋ ଗାଡ଼ିକୁ ଜବ