5T ନାଁରେ ଉପାନ୍ତକୁ ରଙ୍ଗ ଧୋକା
by Argus News
Sun, Aug 04 | 7:05 p.m.

ଅର୍ଗସ ବ୍ୟୁରୋ:  ସୁବର୍ଣ୍ଣପୁର ସୋନପୁର ନିର୍ବାଚନ ମଣ୍ଡଳୀର ଖଳିଆପାଲି ଆଶ୍ରମ ଉଚ୍ଚ ବିଦ୍ୟାଳୟ ।  ବିଦ୍ୟାଳୟରେ ୧୧୫ ଜଣ ଛାତ୍ରଛାତ୍ରୀ ଥିବାବେଳେ ଅଛନ୍ତି ମାତ୍ର ଦୁଇଜଣ ଶିକ୍ଷକ ।  ପ୍ରଧାନ ଶିକ୍ଷକ ଅଫିସ କାମରେ ବ୍ୟସ୍ତ ରହୁଥିବାରୁ ଗୋଟିଏ ଶିକ୍ଷକରେ ହେଉଛି ଶିକ୍ଷାଦାନ । ଫଳରେ ଉପଯୁକ୍ତ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । 5ଟି ନାରେ ବିଦ୍ୟାଳୟର ରୁପରେଖର ପରିବର୍ତ୍ତନ କରାଗଲା। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସ୍କୁଲକୁ ଚିତ୍ରବିଚିତ୍ର କରାଗଲା। କିନ୍ତୁ ଶିକ୍ଷାଦାନ ପାଇଁ ଶିକ୍ଷକ ନିଯୁକ୍ତି କରିବା କଥା ଭୁଲିଗଲା ବିଭାଗ। ଫଳରେ ଚକାଚକ ବିଦ୍ୟାଳୟ ମଧ୍ୟରେ ପାଠପଢିବା ପାଇଁ କରିବାକୁ ପଡୁଛି ସଂଗ୍ରାମ। ବିଦ୍ୟାଳୟର ଭିତ୍ତିଭୂମି ସଜାଡା ଯେତିକି ଜରୁରି ତା ଠାରୁ ଅଧିକ ଜରୁରୀ ଶିକ୍ଷକ ନିଯୁକ୍ତି। ବିନା ଶିକ୍ଷକରେ କେମିତି ହେବ ଶିକ୍ଷାଦାନ । ତେଣୁ ଏହି ସ୍କୁଲର ସମସ୍ୟା ପ୍ରତି ଗୁରୁତ୍ତ୍ବ ଦେଇ ତୁରନ୍ତ ଶିକ୍ଷକ ନିଯୁକ୍ତିର ଆବସ୍ୟକତା ଅଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର