ଅର୍ଗସ ବ୍ୟୁରୋ: ଥୁଆମୂଳ ରାମପୁର ବ୍ଲକର ସିରିମସ୍କା ଉଚ୍ଚ ବିଦ୍ୟାଳୟ । ୧୯୬୯ ମସିହାରେ ଆରମ୍ଭ ହୋଇଥିଲା ଏହି ବିଦ୍ୟଳୟ । ସ୍କୁଲରେ ବର୍ତ୍ତମାନ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୩୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ମାତ୍ର ଶ୍ରେଣୀଗୃହ ଅଭାବରୁ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀକୁ ଗୋଟିଏ କୋଠରି, ତୃତୀୟ ଓ ଚତୁର୍ଥ ଶ୍ରେଣୀ କୁ ଗୋଟିଏ କୋଠରୀ ଏବଂ ପଞ୍ଚମ ଶ୍ରେଣୀକୁ ବାରଣ୍ଡାରେ ପାଠ ପଢା ଯାଉଛି । ଅନ୍ୟପଟେ ଶିକ୍ଷକ ଅଭାବ ବିଦ୍ୟାଳୟର ଅନ୍ୟ ଏକ ପ୍ରମୁଖ ସମସ୍ୟା।
୨୦୨୧-୨୨ ମସିହାରେ ପ୍ରଥମ ପର୍ଯ୍ୟାୟରେ ୫ଟି ଯୋଜନାରେ ଏହି ସ୍କୁଲ କୁ ସମିଲ କରି ୪୫ଲକ୍ଷ ଟଙ୍କାରେ ବିଦ୍ୟାଳୟ ମରାମତି କରଗଲା । ସ୍ମାର୍ଟ କ୍ଳାସ, ଵିଜ୍ଞାନଗାର ନିର୍ମାଣ କରାଗଲା । ହେଲେ ଦୁଃଖର ବିଷୟ କେବଳ ରଙ୍ଗ ବୋଲି ୫ଟି ଟଙ୍କା କୁ ଲୁଟ୍ କରାଯାଇଛି। ଏବେ ସ୍କୁଲର ସ୍ମାର୍ଟ କ୍ଳାସ ଗୁଡିକ ଭାଙ୍ଗି ଯାଇଥିବା ବେଳେ ବିଜ୍ଞାନ ଗାରକୁ ଖୁଣ୍ଟ ସାହାର୍ଯ୍ୟରେ ରଖା ଯାଇଛି ।
ଶ୍ରେଣୀ ଗୃହ ଅଭାବ ଯୋଗୁଁ ଗତ ୨୦୧୬-୧୭ ମସିହାରେ ୬୦ ଲକ୍ଷ ଟଙ୍କା ଅଟକଳ ବିନିମୟରେ ଏକ ସ୍କୁଲ ଗୃହ ନିର୍ମାଣ କରାଗଲା । ହେଲେ ପରିତାପର ବିଷୟ ତାହା ସ୍କୁଲକୁ ହସ୍ତାନ୍ତର ହୋଇପାରିଲା ନାହିଁ । ସ୍କୁଲ ଏବେ ଭଗ୍ନ ଅବସ୍ଥାକୁ ଚାଲି ଆସିଥିବା ବେଳେ ସ୍କୁଲ ର କବାଟ ଝରକା କୁ ଲୋକେ ଚୋରି କରି ନେଲେଣି । ବର୍ତ୍ତମାନ ଏବେ ଏହି ଭଗ୍ନ ସ୍କୁଲ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ପାଲଟିଛି । ପୂର୍ବବିଜେଡି ସରକାର ଛାତ୍ରଛାତ୍ରୀ ଓ ସ୍କୁଲ କଲେଜ କୁ ମୋହରା କରି କେବଳ ଠିକାଦାର ପୋଷିବା ପାଇଁ ୫ଟି ଯୋଜନା ଆରମ୍ଭ କରିଥିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: