5T ସ୍କୁଲ ଛାତରୁ ଖସିଲା ସିଲିଂ, ଅଳ୍ପକେ ବର୍ତ୍ତିଲେ ଛାତ୍ରୀ
by Argus News
Tue, Jul 02 | 2:53 p.m.

ଅର୍ଗସ ବ୍ୟୁରୋ: 5ଟି ସ୍କୁଲ ଛାତରୁ ଖସିଲା ସିଲିଂ। ଅଳ୍ପକେ ବର୍ତ୍ତିଲେ ଛାତ୍ରୀ। ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ମଲ୍ଲିଆଶୁଣି ସରକାରୀ ହାଇସ୍କୁଲରୁ। ଯେଉଁଠି ନିର୍ମିତ 5 ଟି ସ୍କୁଲର ଛାତର ସିଲିଂ ଖସିପଡ଼ିଥିଲା। ତେବେ ଦଶମ ଶ୍ରେଣୀର ଦୁଇ ଜଣ ଛାତ୍ରୀ ଅଳ୍ପକେ ବଡ଼ ବିପତ୍ତିରୁ ରକ୍ଷା ପାଇଯାଇଛନ୍ତି। ନିମ୍ନ ମାନର କାମ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଦ୍ୟାଳୟ କମିଟି, ଅଭିଭାବକ, ଶିକ୍ଷୟତ୍ରୀ ଓ ଗ୍ରାମବାସୀ। ନିମ୍ନ ମାନର କାମ ସମ୍ପର୍କରେ ପୂର୍ବରୁ ପ୍ରଶାସନକୁ ବାରମ୍ବାର ଏ ସମ୍ପର୍କରେ ଜଣାଯାଇଥିଲା। କିନ୍ତୁ ବ୍ଲକ୍ ପ୍ରଶାସନ ଏଥିପାଇଁ କୌଣସି ପଦକ୍ଷେପ ନେଇନାହିଁ। 

ଏଘଟଣା ପରେ ଅଭିଭାବକ ମହଲରେ ଚିନ୍ତା ବିଷୟ ପାଲଟିଛି। ଅଭିଯୋଗ କରିଛନ୍ତି କି 5T ନାମରେ ଲୋକଙ୍କୁ ଭୁଆଁ ବୁଲାଉଥିଲେ ବିଜେଡି ସରକାର। ନିମ୍ନମାନର କାମ କରି ପିଲାମାନଙ୍କ ଭବିଷ୍ୟତ ଅନ୍ଧାରକୁ ନିଆଯାଉଥିଲା। ଯଦି ସିଲିଂ ପଡି ଛାତ୍ରୀଙ୍କର କିଛି ହୋଇଯାଇଥାନ୍ତି, ତେବେ ଦାୟୀ କିଏ ରହିଥାନ୍ତି ବୋଲି ପ୍ରଶ୍ନ ଉଠୁଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ମେଡିକାଲରେ
9m ago
ମେଡିକାଲରେ ପ୍ରସୂତି ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା
ଅର୍ଗସ ବ୍ୟୁରୋ: ଭଦ୍ରକ ଜିଲ୍ଲା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଶାଖା ମେଡିକାଲରେ ପ୍ରସୂତି ମହିଳାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ଉତ୍ତେଜନା ଓ ଭଙ୍ଗାରୁଜା କରିଛନ୍ତି। ସୂଚନା ଅନୁଯାୟୀ ଭଦ୍ର
ତୃତୀୟ ମହଲା
10m ago
ଏଣିକି ସରକାରୀ ଭାଷା ଆଇନକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ
ଭୁବନେଶ୍ୱର: ତୃତୀୟ ମହଲାରେ ପାଦ ରଖୁ ରଖୁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଓଡିଆ ଅସ୍ମିତାକୁ ଦେଲେ ଗୁରୁତ୍ୱ । ଏଣିକି ଓଡିଆ ଭାଷାରେ ହେବ ରାଜ୍ୟର ପରିଚାଳନା । ଏଥିପାଇଁ ସରକାରୀ ଭାଷା ଆଇନକ
ଖସିଲା ମାଟି ଅତଡା
25m ago
ଲଗାଣବର୍ଷାରେ ଖସିଲା ମାଟି ଅତଡା, ଯାତାୟତ ଠପ୍
କୋରାପୁଟ: କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଦଣ୍ଡାବାଡି ପଞ୍ଚାୟତର ପାଙ୍ଗନପାଣି ଗ୍ରାମରେ ମାଟି ଅତଡା ଖସିବା ଫଳରେ ଯାତାୟତ ଠପ୍ ହୋଇଯାଇଛି । କିଛି ଦିନ ହେଲା ଲଗାଣ ବର୍ଷା ଯୋଗୁଁ ମାଟ