ଚନ୍ଦ୍ରପୁର ମା' ଗୃହ ଯୁବତୀଙ୍କ ମୃତ୍ୟୁକୁ ବିତିଲାଣି ୬ ଦିନ, ଚୁପ ପୋଲିସ
by Argus News
Wed, Dec 27 | 2:43 p.m.

ଅର୍ଗସ ବ୍ୟୁରୋ : ରାୟଗଡା ଚନ୍ଦ୍ରପୁର ମା' ଗୃହ ଯୁବତୀଙ୍କ ମୃତ୍ୟୁ ଘଟଣାକୁ ବିତିଲାଣି ୬ ଦିନ । କାହିଁକି ହେଉନି ଆକ୍ସନ୍ । ଆସନ୍ତାକାଲି ରାୟଗଡା଼ ବନ୍ଦ ଡାକରା ଦେଇଛି ବିଜେପି । ଘଟଣା ପଛରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ରହିଥିବା ବିଜେପି ଅଭିଯୋଗ ଆଣିଛି । ଦୋଷୀଙ୍କୁ ତୁରନ୍ତ ଗିରଫ ପାଇଁ ଦାବି ହୋଇଛି । ଗତ ୨୧ ତାରିଖରେ ଚନ୍ଦ୍ରପୁର ଡାକ୍ତରଖାନା ପରିସରର ଏକ ଭଗ୍ନ ଘରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଥିଲା । ଘଟଣାକୁ ୬ ଦିନ ବିତିଥିଲେ ବି ପୋଲିସ୍ କାହିଁକି ନେଉନି ଆକ୍ସନ୍ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ମୃତ ଯୁବତୀ ଦୀର୍ଘ ୫ ବର୍ଷ ହେବ ଆଲିଶା ନାମକ ସ୍ଵେଚ୍ଛାସେବୀ ସଂସ୍ଥା ଦ୍ବାରା ନିଯୁକ୍ତି ହୋଇ ଚନ୍ଦ୍ରପୁର ମା' ଗୃହରେ ୱାର୍ଡେନ ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ଘର କାଶୀପୁର ବ୍ଲକ ନାକେଟିଗୁଡା ଗାଁ । ମୃତ ଯୁବତୀ ଜଣେ ଦିବ୍ୟାଙ୍ଗ ଥିଲେ ଓ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ହେଲେ କାହିଁକି ତଦନ୍ତ ହେଉନାହିଁ, ଏନେଇ ପୋଲିସର କାର୍ଯ୍ୟଦକ୍ଷତା ଉପରେ ଉଠିଛି ପ୍ରଶ୍ନ । ଗତକାଲି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡ଼.ଐଶ୍ଵର୍ଯ୍ୟା ବିଶ୍ବାଳଙ୍କ ନିର୍ଦ୍ଦେଶରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଘଟଣାସ୍ଥଳ ପରିଦର୍ଶନ ସହ ବିଭିନ୍ନ ଦିଗରେ ଆଲୋଚନା କରିଥିଲେ ।

ଆନ୍ଦୋଳନ
25m ago
ଆନ୍ଦୋଳନରୁ ଓହରିଲା ୟୁନାଇଟେଡ ଟ୍ରକ୍ ଓନର ଆସୋସିଏସନ୍ କୋଡିନେସନ୍ କମିଟି
ଅର୍ଗସ ବ୍ୟୁରୋ : ଆନ୍ଦୋଳନରୁ ଓହରିଲା ୟୁନାଇଟେଡ ଟ୍ରକ୍ ଓନର ଆସୋସିଏସନ୍ କୋଡିନେସନ୍ କମିଟି। ଗୁରୁବାର ତୃତୀୟ ଥର ପାଇଁ ପରିବହନ ମନ୍ତ୍ରୀ ଓ ସଚିବଙ୍କ ସ
ଓଡିଆ ପର୍ବ
44m ago
ଆଜିଠୁ "ଓଡିଆ ପର୍ବ ୨୦୨୪" ; ରାଜଧାନୀ ଦିଲ୍ଲୀରେ ଓଡ଼ିଆ ସଂସ୍କୃତିର ଝଲକ୍
ଅର୍ଗସ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ଓଡ଼ିଆ ସଂସ୍କୃତିର ଝଲକ୍ । ଆଜିଠୁ ଜବାହାରଲାଲ ନେହରୁ ଷ୍ଟାଡିୟମ୍ ପରିସରରେ 3 ଦିନିଆ ଓଡ଼ିଶା ପର୍ବ ୨୦୨୪ ଆରମ୍ଭ।ଓଡ଼ିଆ ସମାଜ ପକ୍ଷର
ଦିଲ୍ଲୀ ପ୍ରଦୂଷଣ
ଦିଲ୍ଲୀ ଓ ଏନସିଆରରେ ବାୟୁ ପ୍ରଦୂଷଣ ସ୍ଥିତି ନେଇ ରିପୋର୍ଟ ଦାଖଲ କରିବେ ଦିଲ୍ଲୀ ସରକାର
ଅର୍ଗସ ବ୍ୟୁରୋ : ଦିଲ୍ଲୀ ପ୍ରଦୂଷଣକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ଦିଲ୍ଲୀ ଓ ଏନସିଆରରେ ବାୟୁ ପ୍ରଦୂଷଣ ସ୍ଥିତି ନେଇ ରିପୋର୍ଟ ଦାଖଲ କରିବେ ଦିଲ୍ଲୀ ସରକାର । ଗତ 18 ତାରି
ହରେକୃଷ୍ଣ ମହତାବ
ଆଜି ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନର ଦ୍ବିତୀୟ ଦିନ
ଅର୍ଗସ ବ୍ୟୁରୋ : ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନର ଦ୍ବିତୀୟ ଦିନ । ଜାତୀୟ ସ୍ତରରେ ପାଳିତ ହେଉଛି ଉତ୍କଳକେଶରୀଙ୍କ ଜୟନ୍ତୀ । ବର୍ଷ ବ୍ୟାପୀ ଚାଲିବ କାର୍ଯ୍ୟକ୍ରମ
ROADSHOW
ସିଙ୍ଗାପୁରରେ ରୋଡ଼ ସୋ ପରେ ଓଡ଼ିଶା ଫେରିଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ
ଅର୍ଗସ ବ୍ୟୁରୋ: ସିଙ୍ଗାପୁରରେ ରୋଡ଼ ସୋ ପରେ ଓଡ଼ିଶା ଫେରିଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ । ସିଙ୍ଗାପୁର ଗସ୍ତ ସଫଳ ହୋଇଛି ଓ ଅନେକ କମ୍ପାନୀ ଉତ୍କର୍ଷ ଓଡିଶା କନକ୍ଳେଭ ର