6 ଲୁଟେରା ଗିରଫ, 20 ଲକ୍ଷର ସାମଗ୍ରୀ ଜବତ
by Argus News
Fri, Jun 14 | 9:04 p.m.

ବରଗଡ଼ : ବରଗଡ଼ ଟାଉନ ଥାନା ପୋଲିସକୁ ବଡ଼ ସଫଳତା l ସହରରେ ଆତଙ୍କ ମଚାଇଥିବା ଲୋକାଲ ଲୁଟେରା ଗ୍ୟାଙ୍ଗର 6 ଜଣଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ l କିଛି ଦିନ ହେବ ଏହି ଲୁଟେରା ମାନେ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୁଟପାଟ କରୁଥିବା ଅଭିଯୋଗ ମଧ୍ୟ ହୋଇଥିଲା l ଏହି ଗ୍ୟାଙ୍ଗକୁ ଧରିବା ପାଇଁ ବରଗଡ଼ ଟାଉନ ଥାନା ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା l

ଲୁଟେରା ମାନେ ଲୁଟ କରିଥିବା କିଛି ସାମଗ୍ରୀ ଡୁଙ୍ଗରିପାଲି ଓ ଭଟଲି ଅଞ୍ଚଳରେ ବିକ୍ରି କରିଥିଲେ l ବିକ୍ରି କରିଥିବା ସାମଗ୍ରୀ ପାଇବା ପରେ  ଖୋଳତାଡ଼ ଆରମ୍ଭ କରିଥିଲା ପୋଲିସ l 6 ଜଣ ଗିରଫ ହେବା ସହ ସେମାନଙ୍କ ଠାରୁ ଗୋଟିଏ କାର, 2ଟି ବାଇକ୍ ଓ 3ଟି ସ୍କୁଟି, 2ଟି ଏଲଇଡି ଟିଭି, 7ଟି ମୋବାଇଲ, 98 ଗ୍ରାମ  ସୁନା  ଗହଣା,  3କେଜୀ 7ଶହ ଗ୍ରାମ ରୂପ, 2ଟି ଲାପଟପ୍, 3ଟି ବ୍ୟାଟେରୀ, 2ଟି ଇନଭେଟର ସହ ମାରଣାସ୍ତ୍ର ଜବତ ହୋଇଥିବା ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ବରଗଡ଼ ଏସପି ପ୍ରହଲ୍ଲାଦ ସାହାଇ ମୀନାl ଜବତ ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ 20 ଲକ୍ଷରୁ ଅଧିକ ଟଙ୍କା ହେବ l

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା