ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ମାତ୍ର ୭ଦି ଦିନ ବାକି
by Argus News
Wed, Oct 30 | 8:01 a.m.

ଅର୍ଗସ ବ୍ୟୁରୋ:  ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ମାତ୍ର ୭ଦି ଦିନ ବାକି। ହ୍ବାଇଟ୍‌ ହାଉସ୍‌ ପାଇଁ ୨ ପ୍ରତିଦ୍ବନ୍ଦ୍ବି ଉପରାଷ୍ଟ୍ରପତି କମଲା ହାରିସ୍‌ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରସ୍ତୁତ। ଦୁଇ ରାଷ୍ଟ୍ରପତି ପ୍ରାର୍ଥୀ, ଡି ଡେ ନଭେମ୍ବର ୫ ପୂର୍ବରୁ ଶେଷ ପର୍ଯ୍ୟାୟ ପ୍ରଚାର ଜୋର କରିଛନ୍ତି। ତେବେ ଆମେରିକାର ଅନେକ ରାଜ୍ୟରେ ଆର୍ଲି ଭୋଟିଂ ଆରମ୍ଭ ହୋଇସାରିଛି। ଆଜି ରାଷ୍ଟ୍ରପତି ବାଇଡେନ ନିଜ ଜନ୍ମସ୍ଥାନ ଡେଲାୱାରେ ଠାରେ ଭୋଟ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିଜ ଖରାପ ସ୍ବାସ୍ଥ୍ୟ ଓ ଦୁର୍ବଳ ପ୍ରଦର୍ଶନ ଯୋଗୁ ଜୁନ୍‌ ୨୭ରେ ପୁନଃ ନିର୍ବାଚିତ ହେବା ଦୌଡ଼ରୁ ଓହରିଯିବା ପରେ କମଲା ହାରିସଙ୍କୁ ଡେମୋକ୍ରାଟିକର ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିଲା। ନଭେମ୍ବର ୫ ପୂର୍ବରୁ ଆମେରିକାର ୪୩.୫ ମିଲିଅନ୍ ଭୋଟର ଆର୍ଲି ଭୋଟିଂ ଦ୍ବାରା ଭୋଟଦାନ କରିସାରିଛନ୍ତି। ତେବେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମୋଟ ୫୩୮ ଇଲେକ୍ଟୋରାଲ ଭୋଟରେ ମତଦାନ ହେଉଥିବା ବେଳେ ୨୭୦ ଇଲୋକ୍ଟରାଲ ଭୋଟ ପାଇବା ଦଳ ବିଜୟୀ ହେବ।

ଅଧିକ ପଢ଼ନ୍ତୁ ବିଦେଶ ଖବର:

କାଳୀପୂଜା
36m ago
କାଳୀପୂଜା ପାଇଁ ଉତ୍ସବ ମୁଖର ସାରା ରାଜ୍ୟ
ଅର୍ଗସ ବ୍ୟୁରୋ: କାଳୀପୂଜା ପାଇଁ ବି ଉତ୍ସବ ମୁଖର ସାରା ରାଜ୍ୟ । ରାଜ୍ୟର ବିଭିନ୍ନ ସ୍ଥାନରେ ପୀଠ ଓ ମଣ୍ଡପରେ ପୂଜା ପାଇବେ ମାଆ । ମା'ଙ୍କ ସ୍ବାଗତ ପାଇଁ ବିଭିନ୍ନ ପୂଜା ମଣ୍ଡପ ସମେ
ଡେପ୍‌ସାଙ୍ଗ
36m ago
ଡେପ୍‌ସାଙ୍ଗ ଓ ଡେମ୍‌ଚୋକ୍‌ରେ ଭାରତ-ଚୀନ ସେନା ପାଟ୍ରୋଲିଂ ଆରମ୍ଭ
ଅର୍ଗସ ବ୍ୟୁରୋ: ଡେପ୍‌ସାଙ୍ଗ ଓ ଡେମ୍‌ଚୋକ୍‌ରେ ଭାରତ-ଚୀନ ସେନା ପାଟ୍ରୋଲିଂ ଆରମ୍ଭ । LAC ବୁଝାମଣା ଅନୁସାରେ ଶେଷ ହୋଇଥିଲା ସେନା ପ୍ରତ୍ୟାହାର । ଡେପସାଙ୍ଗ ଓ ଡେମଚୋକରେ 4
DIWALI 2024
43m ago
ଦୀପାବଳି; ରଙ୍ଗୀନ ଆଲୋକରେ ଝଲସୁଛି ପୁରା ଦେଶ
ଅର୍ଗସ ବ୍ୟୁରୋ: ଦେଶରେ ଦୀପାବଳି ଧୁମ୍ । ସାରା ଦେଶରେ ଧୂମଧାମରେ ପାଳନ କରାଯାଉଛି ଦୀପାବଳି । ଗାଁରୁ ସହର ସବୁଠି ଦେଖିବାକୁ ମିଳୁଛି ରଙ୍ଗ ବେରଙ୍ଗର ଆଲୋକମାଳା । ନୂଆଦିଲ୍ଲୀ ରାଷ୍ଟ୍ରପତ