୧୧ ରୁ ରାଜ୍ୟସ୍ତରୀୟ ନାରାୟଣ ନାଟ୍ୟ ମହୋତ୍ସବ , ମଞ୍ଚସ୍ଥ ହେବ ୮ ପ୍ରସିଦ୍ଧ ନାଟକ
by Argus News
Sat, Dec 09 | 3:48 p.m.

ଅର୍ଗସ ବ୍ୟୁରୋ  : ୧୧ ରୁ ହେବ ରାଜ୍ୟସ୍ତରୀୟ ନାରାୟଣ ନାଟ୍ୟ ମହୋତ୍ସବ।ମଞ୍ଚସ୍ଥ ହେବ ୮ ପ୍ରସିଦ୍ଧ ନାଟକ। ସ୍ୱର୍ଗତ ନାରାୟଣ ଚନ୍ଦ୍ର ରାୟ ମହାପାତ୍ରଙ୍କ ସ୍ମୃତିରେ ଅନୁଷ୍ଠିତ ହେବାକୁ ଯାଉଛି ଏହି ନାଟ୍ୟ ଉତ୍ସବ । ବିଶିଷ୍ଟ , ନାଟ୍ୟକାର, କଳାକାର, ଗୀତିକାର , କବି, ସଂଗଠକ, ନିର୍ଦେଶକ ତଥା ସ୍ରଷ୍ଟା  ସ୍ୱର୍ଗତ ନାରାୟଣ ଚନ୍ଦ୍ର ରାୟ ମହାପାତ୍ରଙ୍କ ସ୍ମୃତିରେ ଉତ୍ସର୍ଗୀକୃତ ନାଟ୍ୟ ମହୋତ୍ସବ । ପ୍ରଥମ ଦିନ ସନ୍ଧ୍ୟା ୫.୩୦ ରୁ ୭.୩୦ ପର୍ଯ୍ୟନ୍ତ ମଞ୍ଚସ୍ଥ ହେବ ଅସିମବସୁ ଫାଉଣ୍ଡେସନ ପକ୍ଷରୁ ନାରୀର କଙ୍କାଳ, ଦ୍ୱିତୀୟ ପର୍ଯ୍ୟାୟରେ ପରୀ ।

ଅଧିକ ପଢନ୍ତୁ ଓଡିଶା ଖବର

ଦ୍ବିତୀୟ ଦିନରେ ଉତ୍ତର ପୁରୁଷ ପକ୍ଷରୁ ଶେଷ ଅଧ୍ୟାୟ ଏବଂ ରଙ୍ଗଭୂମି ସମାନ୍ତର, ତୃତୀୟ ଦିନରେ ଶତାବ୍ଦୀର କଳାକାର ପକ୍ଷରୁ ଜୀବନ୍ୟାସ ଓ  ଅର୍ପଣ ନାଟକ ପରିବେଷଣ କରାଯିବ। ସେହିପରି ଅନ୍ତିମ ଦିବସରେ ଲାବଣ୍ୟ ଥିଏଟର ପକ୍ଷରୁ ଅନାଗତ ଏବଂ ପଞ୍ଚମବେଦ ପକ୍ଷରୁ ମଞ୍ଚସ୍ଥ ହେବ ଅବସର । ଏନେଇ ଭୁବନେଶ୍ଵରର ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆୟୋଜକ ସୃଜନୀ। ଏହି ଅବସରରେ ବିଶିଷ୍ଟ କଳାକାରଙ୍କୁ ସମ୍ମାନିତ କରାଯିବ । 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ